ETV Bharat / state

BMCର ମଶା ନିପାତ ଅଭିଯାନ, ଆଜିଠୁ ଡ୍ରୋନ ସର୍ଭେ

author img

By

Published : Dec 18, 2022, 10:11 AM IST

ମଶା ବଂଶବୃଦ୍ଧି ରୋକିବାକୁ ବିଏମସିର ନୂଆ ପଦକ୍ଷେପ । ଆଜିଠୁ ଆରମ୍ଭ ହେବ ଡ୍ରୋନ ସର୍ଭେ । ଦୁଇ ଦିନ ଧରି ଏହି ଡ୍ରୋନ ସର୍ଭେ କରାଯିବ । ଅଧିକ ପଢ଼ନ୍ତୁ

ଡ୍ରୋନ ସର୍ଭେ
ଡ୍ରୋନ ସର୍ଭେ
ଡ୍ରୋନ ସର୍ଭେ

ଭୁବନେଶ୍ବର: ମଶା ବଂଶବୃଦ୍ଧି ରୋକିବାକୁ ବିଏମସିର ନୂଆ ପଦକ୍ଷେପ । ଆଜିଠୁ ଆରମ୍ଭ ହୋଇଛି ଡ୍ରୋନ ସର୍ଭେ (Drone were used to exterminate mosquitoes )। ଦୁଇ ଦିନ ଧରି ଡ୍ରୋନ ସର୍ଭେ କରାଯିବ । ଏହାଦ୍ବାରା କେଉଁ ସ୍ଥାନରେ ମଶାର ପ୍ରାର୍ଦୁଭାବ ବା କେଉଁଠି ସେମାନେ ବଂଶ ବିସ୍ତାର କରୁଛନ୍ତି ତାହା ଚିହ୍ନଟ ହେବ । ପରେ ଏହି ଅଭିଯାନରେ ସୋମବାରଠୁ ବିଧିବଦ୍ଧ ଭାବେ ୫ ଦିନ ପର୍ଯ୍ୟନ୍ତ କେମିକାଲ ସିଞ୍ଚନ କରାଯିବ । ଏହି ଡ୍ରୋନ ସର୍ଭେ ୧୪ନମ୍ବର ୱାର୍ଡରୁ ଆରମ୍ଭ ହୋଇଛି ।

ଟିଫା ମେସିନ ଯାଇପାରୁନଥିବା ଇଲାକାରେ ମୁଖ୍ୟତଃ ଏହି ସର୍ଭେ ହୋଇଛି । ବିଶେଷ ଭାବେ ନିଳାଦ୍ରୀବିହାର ଅଞ୍ଚଳରୁ ଆରମ୍ଭ ହୋଇଛି ଅଭିଯାନ । ପରେ ରାଜଧାନୀର ଡେଙ୍ଗୁ ପାଇଁ ଥିବା ସମ୍ବେଦନଶୀଳ ଅଞ୍ଚଳ ସହ ପର୍ଯ୍ୟାୟ କ୍ରମେ ବିଏମସିର ସବୁ ୱାର୍ଡରେ ଡ୍ରୋନ ସର୍ଭେ ଓ ସ୍ପ୍ରେ ହେବ । ମଶା ଦମନ ପାଇଁ ଏହି ଅଭିଯାନରେ ବେଇଟ ଲୋଜିଟେକ ଆଣ୍ଡ ସ୍ନାୟୁ ହେଲଥ କେୟାର କଂସାର୍ଟିୟମ ସହ ବିଏମସିର ଏମଓୟୁ ସ୍ୱାକ୍ଷରିତ ହୋଇଛି ।

ଏଥିପାଇଁ କୋଲକତାର ସଂସ୍ଥା ସହ ବିଏମସିର ଚୁକ୍ତିନାମା ସ୍ୱାକ୍ଷରିତ । ଡ୍ରୋନ ସର୍ଭେ ଓ କେମିକାଲ ସିଞ୍ଚନ ପାଇଁ ୬ଟି ଟିମ ଗଠନ କରାଯାଇଛି । ଏହା ୬୭ ୱାର୍ଡକୁ ପ୍ରତିଦିନ ୬ଟି ସ୍ଥାନକୁ ଯାଇ ୧୧ ରୁ ୧୨ ଦିନ ଭିତରେ ସେମାନଙ୍କର କାମ କରିବେ । ଅନ୍ୟପଟେ ପୁଣି ଏକ ନୂଆ ପଦକ୍ଷେପ ଭାବେ ମଶା ଦମନ ପାଇଁ ବ୍ୟବହାର ହେଉଥିବା ତୈଳ ସିଞ୍ଚନ ପାଇଁ ନୂଆ କାର୍ଯ୍ୟକ୍ରମ କରାଯାଉଛି ।

ଏଥିରେ ତୈଳ ସିଞ୍ଚନ ପାଇଁ ୨ ଜଣ ପ୍ରତି ୱାର୍ଡରେ ଥିଲେ । ହେଲେ ଏହାକୁ ଆଉ ଟିକେ ତ୍ବରାନ୍ବିତ କରିବା ମାସ ଆଣ୍ଟି ଲାଭା କାର୍ଯ୍ୟକ୍ରମ ଆରମ୍ଭ ହେବ । ଯେଉଁଥିରେ ସିଞ୍ଚନ ପାଇଁ ଲୋକ ସଂଖ୍ୟା ବଢିବା ସହ ୱାର୍ଡ ସଂଖ୍ୟା ମଧ୍ୟ ବଢାଯିବ ବୋଲି କହିଛନ୍ତି ବିଏମସିର ନଗର ସ୍ବାସ୍ଥ୍ୟ ଅଧିକାରୀ । ଏହି ନୂଆ ପଦକ୍ଷେପ ଏକ ଭଲ ଅନୁଭୂତି ସହ ସହରବାସୀଙ୍କୁ ମଶା ଦାଉରୁ ବଞ୍ଚାଇବ ବୋଲି କହିଛନ୍ତି । ପାଇଲଟ ପ୍ରୋଜେକ୍ଟ ଭାବେ ୭ ଦିନିଆ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପ୍ରଥମ ଦୁଇଦିନ ଡ୍ରୋନ ଫଟୋ ଉଠାଇବା ପରେ ଅବଶିଷ୍ଟ ୫ ଦିନ ଆକାଶ ମାର୍ଗରୁ ପେଷ୍ଟିସାଇଡ ସିଞ୍ଚନ କରାଯିବ । ପୂର୍ବରୁ ଏହି ବ୍ୟବସ୍ଥା କୋଲକତା ମହାନଗର ନିଗମ ପକ୍ଷରୁ ହାତକୁ ନିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.