ETV Bharat / state

BMCର 'ୱାର୍ଡରେ ଗୋଟିଏ ଦିନ' ଅଭିଯାନ, ପ୍ରଥମ ଦିନରୁ ଖପ୍ପା ୱାର୍ଡବାସୀ - ୱାର୍ଡେରେ ଦିନେ

ଘଟଣାସ୍ଥଳରେ ସମସ୍ୟାର ସମାଧାନ ଲାଗି ବିଏମସି ଆରମ୍ଭ କରିଛି 'ୱାର୍ଡରେ ଗୋଟିଏ ଦିନ' ଅଭିଯାନ । ପ୍ରଥମ ଦିନରୁ ହିଁ ୱାର୍ଡବାସୀଙ୍କୁ କହିବାରୁ ସୁଯୋଗ ଦିଆଯାଇନଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

BMC starts A Day in a Ward Abhiyan
BMC starts A Day in a Ward Abhiyan
author img

By

Published : May 2, 2023, 9:21 PM IST

ଭୁବନେଶ୍ବର: ମେ ୨ ତାରିଖ ତଥା ଆଜିଠୁ 'ୱାର୍ଡେରେ ଦିନେ' (A Day in Ward) ଅଭିଯାନ ଆରମ୍ଭ କଲା ବିଏମସି । ପ୍ରଥମ ଦିନରେ ସମସ୍ୟା ଉପସ୍ଥାପନାର ସୁଯୋଗ ନ ପାଇ ଖପ୍ପା ହେଲେ ୱାର୍ଡବାସୀ । ସ୍ଵଚ୍ଛତା, ପରିମଳ, ସର୍ଭେ ଓ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟର ଅଗ୍ରଗତି ଓ ସ୍ଥିତି ଅନୁଧ୍ୟାନ କରିବାକୁ ହୋଇଛି ଏହି ଅଭିଯାନ । ଗ୍ରାଉଣ୍ଡ ଜିରୋରେ ବୁଲି 'ଅନ ଦି ସ୍ପଟ' ସମସ୍ୟାର ସମାଧାନ ପାଇଁ ଏହି କାର୍ଯ୍ୟକ୍ରମ କରାଯାଇଛି । ୬୭ ନମ୍ବର ୱାର୍ଡରୁ ଏହି ଅଭିଯାନକୁ ଆରମ୍ଭ ହୋଇଛି । ସିଧାସଳଖ ଲୋକଙ୍କ ସହିତ ଯୋଡି ହେବା ଓ ତାଙ୍କ ସମସ୍ୟା ସମ୍ବଧରେ ମଗତ ହେବ ପାଇଁ ଏଭଳି ପ୍ରୟାସ ବିଏମସି ଆରମ୍ଭ କରିଛି ।

ତେବେ ଛୁଟି ଦିନକୁ ବାଦ ଦେଇ ସମସ୍ତ ୬୭ ଟି ୱାର୍ଡରେ ଏହି କାର୍ଯ୍ୟ ଚାଲୁ ରହିଛି । ଏହି କାର୍ଯ୍ୟକ୍ରମର ଆରମ୍ଭ ଦିନରେ ଲୋକଙ୍କ ସହ ସିଧାସଳଖ ଯୋଡ଼ି ହେବାର ଏହା ଏକ ବଳିଷ୍ଠ ମାଧ୍ୟମ ଅଟେ ବୋଲି କହିଛନ୍ତି ଭୁବନେଶ୍ବର ମେୟର । ପୂର୍ବରୁ ପବ୍ଲିକ ଇଣ୍ଟରଫେସ ହୋଇସାରିଥିବା ବେଳେ ଇତିମଧ୍ୟରେ ଶେଷ ହୋଇଛି କର୍ପୋରେସନର ୧ ବର୍ଷ । ତେଣୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କର ସମସ୍ୟା ଅସୁବିଧା ସୁଯୋଗ ସମ୍ବଧରେ ଜାଣି ସେମାନଙ୍କର ମତକୁ ନେଇ ତାର ସମାଧାନ କରାଯିବ ବୋଲି କହିଛନ୍ତି । କାରଣ ଏକ ବର୍ଷରେ କଣ ହୋଇଛି ଆଉ କଣ ବାକି ରହିଛି ଆଉ ସହରରର ବିକାଶରେ ଆଉ କଣ କରିହେବ ତାହାର ମତାମତ ଏଭଳି ଜନମତ କାର୍ଯ୍ୟକ୍ରମରୁ ହିଁ ମିଳିପାରିବ।

ଯେହେତୁ ଏକ ବର୍ଷରେ ସମସ୍ତ ବିକାଶ ସମ୍ଭବ ନୁହେଁ, ଆଉ ବିକାଶ ହେଉଛି ଏକ ପ୍ରକ୍ରିୟା ଏହା ସବୁଦିନ ଚାଲିଥାଏ ଗୋଟିଏ ଦିନରେ ହୋଇନଥାଏ । ଏଥିପାଇଁ ତା ସହରରର ସାମଗ୍ରିକ ବିକାଶ ପାଇଁ ଅଭିଯାନ ଜରିଆରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସହ ସହରର ଉନ୍ନତି କ୍ଷେତ୍ରରେ ବିଏମସି ପକ୍ଷରୁ ନିଆଯାଉଥିବା ପଦକ୍ଷେପରେ ଲୋକଙ୍କ ସହଯୋଗ ଲୋଡ଼ାଯିବ। ଏଥିପାଇଁ ୬୭ ୱାର୍ଡରେ ପ୍ରତ୍ୟେକ ୱାର୍ଡରେ କର୍ପୋରେଟରଙ୍କ ସହିତ ବିଏମସି ଅଧିକାରୀ ଓ ନିଜେ ମେୟର ଉପସ୍ଥିତ ରହି ଅଭିଯାନକୁ ସଫଳ କରିବା ସେ ବିକାଶର କାର୍ଯ୍ୟକୁ ତ୍ଵରାନିତ୍ଵ କରିବେ। ବିଏମସିର କର୍ପୋରେସନ ବୈଠକରେ ମେୟର ସୁଲୋଚନା ଦାସ ୱାର୍ଡକୁ ଚାଲ ଅଭିଯାନ ଆରମ୍ଭ ପାଇଁ ଆହ୍ବାନ ଦେଇଥିଲେ ।

ଏହା ବି ପଢନ୍ତୁ- Mahanadi Water Dispute: ଟ୍ରିବୁନାଲରେ ବ୍ୟାକ୍ ବେଞ୍ଚରେ ରାଜ୍ୟ ସରକାର: ବିଜେପି

ତେଣୁ ସହରର ସାମଗ୍ରିକ ବିକାଶ ପାଇଁ ବିଏମସି ସର୍ବଦା ଚେଷ୍ଟିତ ବୋଲି ସୁଲୋଚନା ପ୍ରତିଶୃତି ଦେଇଛନ୍ତି । ତେବେ ୬୭ ୱାର୍ଡରେ ଆଲୋକୀକରଣ, ହାଟ ରାସ୍ତା କାମ, ଡ୍ରେନ କାର୍ଯ୍ୟ ଅନେକାଂଶରେ ହୋଇଥିବା ବେଳେ ଆଗକୁ ଏହି ସବୁକୁ ଅଧିକ ତ୍ଵରାନିତ୍ଵ କରିବେ ବୋଲି ବିଏମସି କହିଛି । ବିଶେଷ ଭାବେ ସ୍ବଚ୍ଛତା ଓ ପରିସ୍କାର ପରିଚ୍ଛନ୍ନତାକୁ ଧ୍ୟାନ ଦିଆଯାଇଛି। ସବୁଠାରୁ ବଡ଼ କଥା ହେଉଛି ବିକାଶର ଧାରାକୁ ତ୍ଵରାନିତ୍ଵ କରିବା ପାଇଁ ଏଥର ବଜେଟରେ ଅଧିକ ଅର୍ଥ ବ୍ୟୟର ବ୍ୟବସ୍ଥା ହୋଇଛି ବୋଲି ସୁଲୋଚନା ଦାସ କହିଛନ୍ତି । କାର୍ଯ୍ୟକ୍ରମରେ ମେୟରଙ୍କ ସମେତ କମିଶନର ସ୍ଥାନୀୟ କର୍ପୋରେଟର ବିଏମ୍ସିର ବିଭିନ୍ନ ବିଭାଗର ଅଧିକାରୀ ୱାର୍ଡ ଅଫିସର ଓ ୱାର୍ଡର ବିଭିନ୍ନ ବର୍ଗର ଲୋକେ ଉପସ୍ଥିତ ଥିଲେ ।

ସେପଟେ ୱାର୍ଡବାସୀ କହିଛନ୍ତି ଯେ ଆମ ୱାର୍ଡରେ ଅନେକ ସମସ୍ୟା ରହିଛି। ତାହାର ଅଳ୍ପ ବହୁତେ ସମାଧାନ ହେଉଛି। ହେଲେ ବହୁତ କାର୍ଯ୍ୟ ବାକି ରହିଯାଉଛି । ଏହାର ଅଭିଯୋଗ ପାଇଁ ଆମେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲୁ ହେଲେ ଆମକୁ କହିବାକୁ ସୁଯୋଗ ଦିଆଗଲାନି ବୋଲି ୱାର୍ଡର ଜଣେ ମହିଳା ଉଦବେଗ ପ୍ରକାଶ କରିଛନ୍ତି । କାରଣ ମହିଳା ସମିତିର ଗୋଷ୍ଠୀଙ୍କ କାର୍ଯ୍ୟକ୍ରମରେ ଡକାଯାଇଥିବା ବେଳେ ମହିଳା ସଶକ୍ତିକରଣର ଦିଗରେ ଗୋଟିଏ କଥା ବି କୁହାଗଲାଣି କି ସେମାନଙ୍କୁ ପଚରା ଗଲାନି । ଯଦି ଏପରି ହୋଇଥାନ୍ତା ଆମେ ବି ଆମ ସମସ୍ୟା ଉପସ୍ଥାପନା କରିପାରିଥାନ୍ତୁ ବୋଲି କହିଛନ୍ତି ଉକ୍ତ ମହିଳା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.