ETV Bharat / state

ଏକକ ପ୍ଲାଷ୍ଟିକ ବ୍ୟବହାର ରୋକିବାକୁ ବିଏମସିର ଅତର୍କିତ ଚଢ଼ାଉ, ଏକାଧିକ ଦୋକାନ ସିଲ୍‌

author img

By

Published : Apr 7, 2023, 9:08 PM IST

ଏକକ ବ୍ୟବହାର ପ୍ଲାଷ୍ଟିକ ଜବତ କରିବାକୁ ବିଏମସି ପକ୍ଷରୁ ଆଜି ବିଭିନ୍ନ ଦୋକାନରେ ଚଢ଼ାଉ କରାଯାଇଛି । ଏକ ନମ୍ବର ମାର୍କେଟ ଓ ଡମଣା ମାର୍କେଟ ଅଞ୍ଚଳରେ ବିପୁଳ ପରିମାଣର ନିଷିଦ୍ଧ ଏକକ ବ୍ୟବହାର ପ୍ଲାଷ୍ଟିକ, ପଲିଥିନ, ଥର୍ମକୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯିବା ସହ ଏହି ଦୋକାନ ଗୁଡ଼ିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇଛି । ଅଧିକ ପଢ଼ନ୍ତୁ

ଏକକ ପ୍ଲାଷ୍ଟିକ ବ୍ୟବହାର ରୋକିବାକୁ ବିଏମସିର ଚଢ଼ାଉ

ଭୁବନେଶ୍ବର: ଏକକ ବ୍ୟବହାର ପ୍ଲାଷ୍ଟିକ ସାରା ରାଜ୍ୟରେ ବାରଣ ଥିବା ବେଳେ ଭୁବନେଶ୍ବରରେ ଏହାର ବହୁଳ ବ୍ୟବହାର ଦେଖିବାକୁ ମିଳୁଛି । ବ୍ୟାନ ଥିଲେ ମଧ୍ୟ ଏହାର ବହୁଳ ବ୍ୟବହାର ଚାଲୁଥିବାରୁ ବିଏମସି ପକ୍ଷରୁ ଆଜି ବିଭିନ୍ନ ଦୋକାନରେ ଚଢ଼ାଉ କରାଯାଇଛି । ନର୍ଥ ଜୋନ ଅନ୍ତର୍ଗତ ଡମଣା ମାର୍କେଟ ଅଞ୍ଚଳରେ ବିଏମସି ଅଧିକାରୀଙ୍କ ଦ୍ୱାରା ଅତର୍କିତ ଚଢ଼ାଉ କରାଯାଇ ୨ ଟନରୁ ଅଧିକ ପରିମାଣର ନିଷିଦ୍ଧ ଏକକ ବ୍ୟବହାର ପ୍ଲାଷ୍ଟିକ, ପଲିଥିନ, ଥର୍ମୋକୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ୨ଟି ଦୋକାନରେ ଚଢ଼ାଉ କରାଯାଇଥିବା ବେଳେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇଛି ।

ତେବେ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ତତ୍ତ୍ବାବଧାନରେ ଅତିରିକ୍ତ କମିଶନର ଫୁଡ ଇନ୍ସପେକ୍ଟେରଙ୍କ ସହ ବିଏମସି ଅଧିକାରୀ ଯାଇ ଡମଣା ହାଟର ବିଭିନ୍ନ ଦୋକାନରେ ଚଢ଼ାଉ କରି ଏକକ ବ୍ୟବହାର ପ୍ଲାଷ୍ଟିକ ଅଛି କି ନାହିଁ ଯାଞ୍ଚ କରିଥିଲେ । ଦୋକାନୀଙ୍କ ଠାରୁ ଏହି ନିଷିଦ୍ଧ ସାମଗ୍ରୀ ଜବତ କରିବା ସହ ତାଗିଦ ମଧ୍ୟ କରିଥିଲେ । କାରଣ ଏକକ ବ୍ୟବହାର ପ୍ଲାଷ୍ଟିକ ପରିବେଶ ପ୍ରଦୂଷଣର ବାହକ ସାଜିଥିବା ବେଳେ ଏହାର ବ୍ୟବହାର ପାଇଁ ସରକାର ବାରମ୍ବାର ବାରଣ କରୁଛନ୍ତି । କିନ୍ତୁ ଲୋକମାନେ ଏହାକୁ ନମାନି ବ୍ୟବହାର କରୁଥିବା ବେଳେ ଦୋକାନୀ ମଧ୍ୟ ଏହାକୁ ନିର୍ଭୟରେ ବିକ୍ରି କରୁଛନ୍ତି । ତେଣୁ ଭୁବନେଶ୍ବରରେ ଏହାର ବ୍ୟବହାରକୁ ବନ୍ଦ କରିବା ପାଇଁ ବିଏମସି ଏଭଳି ଅଭିଯାନ ଜାରି ରଖିଛି । ଅତର୍କିତ ଭାବେ ଚଢ଼ାଉ କରି ଦୋକାନ ଗୁଡିକୁ ସିଲ କରିବା ସହ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି । ଦୋକାନୀ ଏହି ପ୍ଲାଷ୍ଟିକର ବ୍ୟବହାର ନକରିବେ, ସେଥିପାଇଁ ମୋଟା ଅଙ୍କର ଜରିମାନା ନେଉଛି ବିଏମସି । ତେଣୁ ବିଶେଷ ଭାବେ ଏକକ ପ୍ଲାଷ୍ଟିକ ବ୍ୟବହାର ଉପରେ ରୋକ ଲଗାଇବା ପାଇଁ ଏହି ସାମଗ୍ରୀ ତିଆରିର ମୂଳସ୍ଥାନରେ ପହଞ୍ଚିବାକୁ ଏଭଳି ଚାଢ଼ାଉ କରାଯାଉଥିବା କହିଛନ୍ତି ଅତିରିକ୍ତ କମିଶନର ଶୁଭେନ୍ଦୁ ସାହୁ ।

ଏହା ପୂର୍ବରୁ ଏକ ନମ୍ବର ହାଟରେ ଥିବା ହୋଲସେଲ ଦୋକାନ ଗୁଡ଼ିକରେ ଚଢ଼ାଉ କରାଯାଇ ଏକକ ବ୍ୟବହାର ପ୍ଲାଷ୍ଟିକ ଜବତ କରିଥିଲା ବିଏମସି । ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ନିଜେ ଉପସ୍ଥିତ ରହି ୩ଟି ହୋଲସେଲ ଦୋକାନକୁ ସିଲ୍‌ କରିଥିଲେ । ଏହି ଦୋକାନୀଙ୍କ ଠାରୁ ମୋଟା ଅଙ୍କର ଜରିମାନା ମଧ୍ୟ ଆଦାୟ କରାଯାଇଥିଲା । ଦୋକାନ ଗୁଡ଼ିକରୁ ତିନୋଟି ଟ୍ରାକଟରରେ ଏକକ ବ୍ୟବହାର ପ୍ଲାଷ୍ଟିକକୁ ଜବତ କରାଯାଇ ଡଷ୍ଟବିନରେ ଫିଙ୍ଗାଯାଇଥିଲା । ଏହାସହ ଦୋକାନ ଗୁଡିକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ କରାଯାଇଛି । ଆଗକୁ ଏହି ଅଭିଯାନ ଜୋରଦାର ହେବାକୁ ଥିବା ବେଳେ ଏକକ ବ୍ୟବହାର ପ୍ଲାଷ୍ଟିକ ଉତ୍ପତିସ୍ଥଳ ଖୋଜାଯାଇ ଚଢ଼ାଉ ହେବ ବୋଲି ବିଏମସି କମିଶନର କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.