ETV Bharat / state

ଭୁବନେଶ୍ବରରେ କୁକୁରଙ୍କ ପାଇଁ ହେବ ଶ୍ମଶାନ; ବିଏମସି କର୍ପୋରେସନ ବୈଠକରେ ପ୍ରସ୍ତାବ

author img

By ETV Bharat Odisha Team

Published : Dec 30, 2023, 12:17 PM IST

Updated : Dec 30, 2023, 12:38 PM IST

BMC monthly council meeting: ଚଳିତ ବର୍ଷ ବିଏମସିର ଶେଷ କର୍ପୋରେସନ୍ ବୈଠକ ଶେଷ ହୋଇଛି । ମଲା କୁକୁର ସତ୍କାର ଲାଗି ସ୍ବତନ୍ତ୍ର ଶ୍ମଶାନ ବ୍ୟବସ୍ଥା ପାଇଁ ବୈଠକରେ ନିଷ୍ପତ୍ତି । ଅଧିକ ପଢନ୍ତୁ

ବିଏମସି କର୍ପୋରେସନ୍ ବୈଠକ
BMC monthly council meeting
BMC council meeting

ଭୁବନେଶ୍ବର: ଶେଷ ହୋଇଛି ବିଏମସିର ଚଳିତ ବର୍ଷର ଶେଷ କର୍ପୋରେସନ୍‌ ବୈଠକ । ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ମାସକ ବୈଠକ ବସିଥିବାବେଳେ ଏଥିରେ ଅତିରିକ୍ତ ବଜେଟ୍ ପାରିତ ହୋଇଛି । ବିଏମସିର ୨୯୦.୧୮ କୋଟିର ଅତିରିକ୍ତ ତଥା ସପ୍ଲିମେଣ୍ଟାରୀ ବଜେଟ୍‌ ପାସ୍ ହୋଇଛି । ଏହାସହ କୁକୁରମାନଙ୍କ ସତ୍କାର ଲାଗି ସ୍ବତନ୍ତ୍ର ଶ୍ମଶାନ ତିଆରିର ପ୍ରସ୍ତାବ ବୈଠକରେ ପାରିତ ହୋଇଛି । ପୂର୍ବଥର ପରି ଚଳିତ କର୍ପୋରେସନ ବୈଠକ ମଧ୍ୟ ସ୍ବାଭାବିକ ଭାବେ ଚାଲି ପାରିନଥିଲା । ମାସ ମାସ ଧରି ୱାର୍ଡ ସମସ୍ୟାର ସମାଧାନ ହେଉନଥିବା ବୈଠକରେ ପ୍ରଶ୍ନ ଉଠିଥିବା ବେଳେ ଅଧିକାରୀ ଓ କର୍ପୋରେଟରଙ୍କ ମନୋମାଳିନ୍ୟକୁ ନେଇ ହୋ ହଲ୍ଲା ହୋଇଥିଲା ।

ମଲା କୁକୁରର ସତ୍କାର ଲାଗି ସ୍ବତନ୍ତ୍ର ଶ୍ମଶାନକୁ ନେଇ ମେୟର କହିଛନ୍ତି ଯେ, ସହର ଭିତରେ ପରିମଳ ଓ ବିକାଶମୂଳକ କାର୍ଯ୍ୟ ଚାଲିବା ସହିତ ବୁଲା ଗାଈଗୋରୁଙ୍କୁ ଉଦ୍ଧାର ଏବଂ କୁକୁରଙ୍କ ବନ୍ଧ୍ୟାକରଣ କରାଯିବ । ବୁଲା ଗାଈ ଓ ଷଣ୍ଢ ଉଦ୍ଧାର କାମ ଜାରି ରହିଥିବା ବେଳେ କୁକୁର ବନ୍ଧ୍ୟାକରଣ ନେଇ ଉଚ୍ଚ ନ୍ୟାୟାଳୟରେ ମାମଲା ବିଚାରାଧିନ ରହିଛି । ତେଣୁ ବନ୍ଧ୍ୟାକରଣ କାମ ଆଗେଇ ପାରୁନାହିଁ । ମୃତ କୁକୁରଙ୍କ ସତ୍କାର ସ୍ୱତନ୍ତ୍ର ଭାବେ ଇନସିନେରେସନ ପ୍ଲାଣ୍ଟରେ କରାଯିବ । ଏଥିପାଇଁ ବିଏମସି ପକ୍ଷରୁ ୩ ଶ୍ବାନବାହୀ ଗାଡି ଆସିବା ପାଇଁ ପ୍ରସ୍ତାବ ରହିଛି । ବୁଲା କୁକୁରଙ୍କୁ ବିଏମସି ନେଇଯିବ । ମାତ୍ର ମୃତ ପୋଷା କୁକୁରଙ୍କୁ ସେମାନଙ୍କର ମାଲିକ ବିଏମସିକୁ ଜଣାଇ ନିୟମ ଅନୁସାରେ ଏହି ସେବା ନେଇପାରିବେ ।

ଏହା ମଧ୍ୟ ପଢନ୍ତୁ-ଆଉ ଅପରିଷ୍କାର ଦିଶିବନି BMC ଓମଫେଡ, ଚକାଚକ୍‌ ଡିଜାଇନରେ ହେବ ନୂଆ ଷ୍ଟଲ

ମେୟରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବିନା ଆଲୋଚନାରେ ୨୯୦ କୋଟିର ଅତିରିକ୍ତ ବଜେଟ୍ ପାରିତ ହୋଇଛି । ଯାହାକୁ ନେଇ କିଛି କର୍ପୋରେଟର ଅସନ୍ତୋଷ ପ୍ରକାଶ କରିଛନ୍ତି । ମାସିକିଆ ବୈଠକର ଅବ୍ୟବହିତ ପୂର୍ବରୁ ବୁଧବାର ଦିନ ଅତିରିକ୍ତ ବଜେଟ ପାଇଁ ସ୍ବତନ୍ତ୍ର ବୈଠକ ଡକାଯାଇଥିଲା । ସେଥିରେ ସମସ୍ତ କର୍ପୋରେଟରଙ୍କୁ ସାମିଲ କରାଯାଇ ନଥିବାବେଳେ ମୋଟ୍ ବଜେଟ୍ ଧାର୍ଯ୍ୟ କରାଯାଇଥିଲା । ମାତ୍ର କେଉଁ ବର୍ଗରେ କେତେ ଟଙ୍କା ଖର୍ଚ୍ଚ ହେବ ତାହାର ବିବରଣୀ ଦିଆଯାଇ ଗଲାନାହିଁ । ଯାହାକୁ ନେଇ କିଛି କର୍ପୋରେଟର ଅସନ୍ତୋଷ ପ୍ରକାଶ କରିଥିଲେ ।

ସେହିପରି ପୂର୍ବରୁ ବିଏମସି ବର୍ଷ ଆରମ୍ଭରୁ ୬୯୦କୋଟିର ବଜେଟ୍ ରଖିଥିବା ବେଳେ ସେଥିରୁ ୮୦ ପ୍ରତିଶତ ଖର୍ଚ୍ଚ ହୋଇଛି । ମାତ୍ର କେଉଁ କାମ ପାଇଁ କେତେ ଖର୍ଚ୍ଚ ହୋଇଛି, ଆଉ କେଉଁ କେଉଁ କାମ ବାକି ରହିଛି, ସେଥିରେ କେତେ ଟଙ୍କା ଖର୍ଚ୍ଚ ହେବ ସେନେଇ କିଛି ଅବଗତ କରାଯାଇ ନାହିଁ । ସ୍ଥିର ହୋଇଥିବା ଅତିରିକ୍ତ ବଜେଟ ମଧ୍ୟରୁ କେତେ କେଉଁ ବାବଦରେ ଖର୍ଚ୍ଚ ହେବ ସେନେଇ କୌଣସି ବିବରଣୀ କାହିଁକି ଦିଆଯାଉ ନାହିଁ ବୋଲି କର୍ପୋରେଟରମାନେ ପ୍ରଶ୍ନ କରିଥିଲେ । ଫଳରେ ସମସ୍ତ କର୍ପୋରେଟରଙ୍କୁ ୨ ପୃଷ୍ଠାର ଏକ ବଜେଟ୍ ବିବରଣୀ ଦିଆଯାଇଥିଲା । ତେଣୁ ଆସନ୍ତା କର୍ପୋରେସନରେ ଏହାକୁ ବିଧିବଦ୍ଧ ଭାବେ ପାରିତ ହେବ ବୋଲି ଅନେକଙ୍କର ଆଶା ଥିଲା । ମାତ୍ର କୌଣସି ଆଲୋଚନା ବିନା ଶୁକ୍ରବାର ହିଁ ବଜେଟ୍ ପାରିତ ହୋଇଯାଇଛି । ଯାହାକୁ ନେଇ କିଛି କର୍ପୋରେଟର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଜୟଦେବ ବିହାର ଭେଟେନାରୀକୁ ସରକାରଙ୍କ ପକ୍ଷରୁ ଆସୁଥିବା ଭିଟାମିନ୍, କ୍ୟାଲସିୟମ ଆଦିକୁ ଦାୟିତ୍ୱରେ ଥିବା ଡାକ୍ତର ଓ ଷ୍ଟାଫ୍‌ମାନେ ଚୋରାରେ ବିକ୍ରି କରୁଥିବା ଅଭିଯୋଗ କରିଥିଲେ କର୍ପୋରେଟର । ଏଥିସହ ରାସ୍ତା, ଡ୍ରେନ, ୱାର୍ଡ ଅଫିସ୍, କମ୍ୟୁନିଟି ହଲ, ବିଦ୍ୟୁତ୍, କଲ୍ୟାଣ ମଣ୍ଡପ, ବାର୍ଦ୍ଧକ୍ୟ, ବିଧବା ଓ ବିକଳାଙ୍ଗ ଭତ୍ତାକୁ ନେଇ ବୈଠକରେ ପ୍ରଶ୍ନ କରିବା ସହ ପ୍ରସ୍ତାବ ରଖିଥିଲେ । ଅନ୍ୟପଟେ ବିଏମସିରେ ନିଯୁକ୍ତିକୁ ନେଇ ବୈଠରେ ୪୫ ମିନିଟ୍‌ ହୋ ହଲ୍ଲା ହୋଇଥିଲା । ବିଏମସିରେ ନିଯୁକ୍ତିରେ ହୋଇଥିବା ଚଞ୍ଚକତା ସାମ୍ନାକୁ ଆସିବା ପରେ କର୍ପୋରେସନ ବୈଠକରେ ମେୟର ଓ ବିଏମସି କମିଶନର ମୁହାଁମୁହିଁ ହୋଇଥିଲେ । କର୍ପୋରେସନର ଅଜାଣତରେ କେମିତି ଅଧିକାରୀ ନିଯୁକ୍ତ ହେଲେ ଓ ତାଙ୍କୁ ଆବଶ୍ୟକଠାରୁ ଅଧିକ ବେତନ ଦେବାର ଆବଶ୍ୟକତା କ’ଣ ବୋଲି କର୍ପୋରେଟରମାନେ ପ୍ରଶ୍ନ କରିଥିଲେ ।

ବିଏମସିରେ ନିଯୁକ୍ତି ଲାଗି ସ୍ବତନ୍ତ୍ର ପ୍ରବନ୍ଧନ ରହିଛି । ଉକ୍ତ ନିଯୁକ୍ତି ଲାଗି ସ୍ବତନ୍ତ୍ର ଭାବେ ନିବିଦା ଆହ୍ବାନ କରାଯିବ ।ଏନେଇ ପୁଙ୍ଖାନୁପୁଙ୍ଖ ଭାବେ ଷ୍ଟାଣ୍ଡିଂ କମିଟି ଓ କର୍ପୋରେସନରେ ଆଲୋଚନା ପରେ ପରେ ଟେଣ୍ଡର ଓ ଗଣମାଧ୍ୟମକୁ ବିଜ୍ଞାପନ ଦିଆଯିବ । ବିଏମସି ସର୍ତ୍ତ ମୂତାବକ ନିଯୁକ୍ତି ହେବ । ହେଲେ କିଛି କାହାକୁ ନଜଣାଇ ବିଏମସି ୩ ଜଣଙ୍କୁ ନିଯୁକ୍ତି କରିଛି । ଜଣେ ଓଏଫଏସ୍, ଜଣେ ଏନଭାରିମେଣ୍ଟ ଅଫିସର ଓ ଆଉ ଜଣଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ମାସକୁ ୭୦ ହଜାର ଟଙ୍କାର ବେତନ ଧାର୍ଯ୍ୟ କରାଯାଇଛି । ଯାହାକୁ ନେଇ କର୍ପୋରେସନ ବୈଠକରେ ହୋ ହଲ୍ଲା ହୋଇଥିଲା । ଶେଷରେ ବିଏମସି ତା'ର ସର୍ତ୍ତ ବଦଳାଇବ ବୋଲି କମିଶନର କହିଥିଲେ ।

ସେହିପରି ପଟିଆ ନିକଟରେ ଥିବା ଏକ ଘରୋଇ ଜମି ଉପରେ ବିଏମସି ରାସ୍ତା ନିର୍ମାଣ କରିଛି । ୨୦୨୧ରୁ ଏଠାରେ ନିର୍ମାଣ କରାଯାଇଥିବା ବେଳେ ଉକ୍ତ ଜମି ମାଲିକ ହାଇକୋର୍ଟଙ୍କ ନିକଟରେ ବିଏମସି ବିରୋଧରେ ପ୍ରଥମେ ପିଏଲ ଫାଇଲ୍‌ କରିଥିଲେ । ପରେ ଘଟଣାରେ ସତ୍ୟାସତ୍ୟ ଥିବା ଦେଖି ହାଇକୋର୍ଟ ଏବେ ଉକ୍ତ ଜମି ମାଲିକଙ୍କୁ ସେବେଠାରୁ ଏବେ ଯାଏଁ ଜମିର ଭଡ଼ା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୧ ମସିହାରେ ଉକ୍ତ ଜମିର ମୂଲ୍ୟ ୩ କୋଟିରୁ ଊର୍ଦ୍ଧ୍ବ ଥିବାବେଳେ ବିଏମସି ପ୍ରାୟ ୫ କୋଟି ଟଙ୍କା ଏବେ ଭରଣା କରିବ ବୋଲି ସୂଚନା ମିଳିଛି । ତେବେ ଉକ୍ତ ମାଲିକଙ୍କ ସହ ଆଲୋଚନା କରାଯାଇ ଏନେଇ କିଛି ସମାଧାନ କରାଯିବ ନଚେତ୍‌ ବିଏମସି ହାଇକୋର୍ଟରେ ପୁନଃ ଆବଦେନ କରିବ ବୋଲି ବୈଠକରେ କୁହାଯାଇଛି । ବୈଠକରେ ଡେପୁଟି ମେୟର ମଞ୍ଜୁଲତା କହଁର, କମିଶନର ବିଜୟ ଅମୃତା କୁଲାଙ୍ଗେ, ସମସ୍ତ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ, ଏମପିଙ୍କ ପ୍ରତିନିଧି, ବିଧାୟକଙ୍କ ପ୍ରତିନିଧି, ଅତିରିକ୍ତ କମିଶନର ସୂର୍ଯ୍ୟବଂଶୀ ମୟୁର ବିକାଶ, ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ , ଭୁବନେଶ୍ବର

Last Updated : Dec 30, 2023, 12:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.