ETV Bharat / state

BMC କର୍ପୋରେସନକୁ ବର୍ଷେ, ଲୋକଙ୍କ ସମସ୍ୟା ନୁହେଁ ଦଳୀୟ ପ୍ରଚାର କରାଯାଉଥିବା କହିଲେ ବିରୋଧୀ - ମେୟର ସୁଲୋଚନା ଦାସ

ବିଏମସି କର୍ପୋରେସନ ତାର ନିର୍ବାଚନର ଏକ ବର୍ଷ ପୂର୍ତ୍ତି ପାଳନ କରିଛି । ସବୁଆଡେ ବିକାଶର ଧାରା ରହିଛି ବୋଲି ମେୟର ସୁଲୋଚନା କହୁଥିବା ବେଳେଏହି ସ୍ବତନ୍ତ୍ର ସମ୍ମିଳନୀକୁ କେବଳ ପ୍ରହସନ କହିଛି ବିଜେପି । ଅଧିକ ପଢନ୍ତୁ

BMC କର୍ପୋରେସନକୁ ବର୍ଷେ,
Etv Bharat
author img

By

Published : Apr 9, 2023, 10:36 PM IST

BMC କର୍ପୋରେସନକୁ ବର୍ଷେ

ଭୁବନେଶ୍ବର: ଆଜି ଭୁବନେଶ୍ବର ମହାନଗର ନିଗମ (ବିଏମସି) କର୍ପୋରେସନ ତାର ନିର୍ବାଚନର ଏକ ବର୍ଷ ପୂର୍ତ୍ତି ପାଳନ କରିଛି । ୨୦୨୨ ଏପ୍ରିଲ ୯ ତାରିଖରେ ବିଏମସିର ନିର୍ବାଚିତ ପ୍ରତିନିଧିମାନେ ଶପଥ ଗ୍ରହଣ କରିଥିଲେ। ଏହି ବର୍ଷେ ଭିତରେ ବିଏମସି ପକ୍ଷରୁ ଅନେକ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। କେଉଁ ଯୋଜନା କେତେ ଆଗେଇଛି ସେନେଇ ମେୟର ସୁଲୋଚନା ଦାସ ରିପୋର୍ଟ କାର୍ଡ କରିଛନ୍ତି । ସେପଟେ ବିରୋଧୀ ଦଳ ବିଜେପି କହିଛି ଲୋକଙ୍କ ସମସ୍ୟା ନୁହେଁ ଦଳୀୟ ପ୍ରଚାର କରାଯାଉଛି ।

  • A meeting of all Corporators and BMC officials was held in the BMC headquarters today to release a report card on completion of one year in office. The future plans of #TeamBMC was also discussed in the meeting. #BhubaneswarFirst pic.twitter.com/L2z0tklgLJ

    — Sulochana Das (@MayorofBBSR) April 9, 2023 " class="align-text-top noRightClick twitterSection" data=" ">

ଏହି ଅବସରରେ ସୁଲୋଚନା କହିଛନ୍ତି, "ରାଜଧାନୀବାସୀଙ୍କୁ ନେଇ ଭୁବନେଶ୍ବର ଆଗକୁ ଯିବ । ଏଥିପାଇଁ କେବଳ ବିଏମସି ନୁହେଁ, ଟିମ ଭୁବନେଶ୍ବରର ପ୍ରୟାସ ଆଉ ସହଯୋଗର ଆବଶ୍ୟକତା ରହିଛି । ୧ବର୍ଷ ଭିତରେ ଶତ ପ୍ରତିଶତ କାମ ହୋଇନି । ଏବେବି ବିକାଶ ଜାରି ରହିଛି । ସେହିପରି ମୁକ୍ତା ଯୋଜନାରେ ମା'ମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ, ଜଳବନ୍ଦୀ ସମସ୍ୟା ସମାଧାନ ବଡ଼ ଚ୍ୟାଲେଞ୍ଜ, ହକି ବିଶ୍ବକପ ଆୟୋଜନ ଲାଗି ପ୍ରଶଂସା ମିଳିଛି। ସେହିପରି ପରିମଳ ସମସ୍ୟା କମିଛି, ଅଗଷ୍ଟ ସୁଦ୍ଧା ମେଗା ଏମସିସି କରାଯିବ ସହ ବିଦ୍ୟାଳୟରେ ସୋଲାର ଏନର୍ଜି ବ୍ୟବହାର କରିବାକୁ ଯୋଜନା କରାଯାଇଛି । "

ଏହା ବି ପଢନ୍ତୁ- ୨୦୨୪ ପାଇଁ ଦିଲ୍ଲୀରୁ ଗୁରୁମନ୍ତ୍ର ନେଇ ଫେରିଲେ ବିଜେପି ରାଜ୍ୟ ସଭାପତି

ରିପୋର୍ଟ କାର୍ଡରେ ବିଏମସି କହିଛି ବର୍ଷକ ମଧ୍ୟରେ ବିଏମସି ନାଗରିକଙ୍କ ନିକଟକୁ ଯାଇ ସମସ୍ୟାର ସମାଧାନ କରିବାକୁ ଅଧିକ ଚେଷ୍ଟା କରିଛି। ୯୧.୯୯% ନାଗରିକଙ୍କ ଅଭିଯୋଗର ସମାଧାନ କରାଯାଇଛି। ଗତ ବର୍ଷକରେ ଭୁବନେଶ୍ୱରର ଘରୁ ଘରୁ ଅଳିଆ ସଂଗ୍ରହ କରାଯାଉଛି। ଦୈନିକ ୮୦୪ ଟନ ଅଳିଆ ସଂଗୃହିତ ହେଉଛି। ଭୂତଳ ଜଳ ହ୍ରାସ ଚିନ୍ତା କମାଇବା ଲାଗି ୩୯୯ ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ କରାଯାଇଛି। ସେହିପରି ୭୭୨ କିମିର ପ୍ରମୁଖ ରାସ୍ତା ସହ ୨୮୨ କିମିର ପାଭର ବ୍ଲକ ରାସ୍ତା କରାଯାଇଛି । ଡ୍ରେନ କ୍ଷେତ୍ରରେ ୩୧୨ ନୂଆ ପ୍ରକଳ୍ପ ହାତକୁ ନିଆଯାଇଛି । ପ୍ରାୟ ୪୦ କିମିର ନୂଆ ଡ୍ରେନ ନିର୍ମାଣ ହୋଇଛି।

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବିଏମସି ଆଗୁଆ ରହିଛି । ଚଳିତ ବର୍ଷ ୧୭ ୟୁସିଏଚସି ନୂଆ କରି ଆରମ୍ଭ କରାଯାଇଥିବା ବେଳେ ସେଠାରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ଯୋଗାଇ ଦିଆଯାଇଛି । ୪୭୧ ବସ୍ତିର ପ୍ରାୟ ୯୦ ହଜାର ପଞ୍ଜିକୃତ ବସ୍ତି ବାସିନ୍ଦାଙ୍କୁ ବିଏମସି ସେବା ଦେଉଛି । ବସ୍ତି ଅଞ୍ଚଳରେ ଡ୍ରେନ ସହ ଉନ୍ନତ ରାସ୍ତା ସାଙ୍ଗକୁ ପରିମଳ ପ୍ରତି ଧ୍ୟାନ ଦିଆଯାଉଛି । ୨୪% ରାଜସ୍ବ ଆଦାୟ ବଢିଛି । ୯୦ ପାର୍କ ସହ ୧୧ଲକ୍ଷ ସ୍କୋୟାର ଫୁଟ ପ୍ରାଚୀରରେ ସୌନ୍ଦର୍ଯ୍ୟକରଣ କରାଯାଇଛି । ମେକ୍‌ ଇନ୍ ଓଡ଼ିଶା, ଜି-୨୦ ସମ୍ମିଳନୀ ଆୟୋଜନ ଭୁବନେଶ୍ବରରେ ହୋଉଥିବାରୁ ବିଏମସି ଗର୍ବ ଅନୁଭବ କରୁଛି । ସବୁଠି ବିକାଶ କାର୍ଯ୍ୟ ଜାରି ରହିଛି । ଆସନ୍ତା ବର୍ଷ ସୁଦ୍ଧା ବହୁ ପ୍ରକଳ୍ପ ଶେଷ ହେଇଯିବ ବୋଲି ମେୟର କହିଛନ୍ତି।

ତେବେ ବିଏମସି ମୁଖ୍ୟଳୟରେ ଆୟୋଜିତ ଏକ ସ୍ବତନ୍ତ୍ର ସମ୍ମିଳନୀରେ କମିଶନର ବିଜୟ ଅମୃତ କୁଲାଙ୍ଗେ, ଅତିରିକ୍ତ କମିଶନର ଲଷ୍ମୀକାନ୍ତ ସେଠୀ, ଶୁଭେନ୍ଦୁ ସାହୁ, ସୂର୍ଯ୍ୟବଂଶୀ ମୟୁର ବିକାଶ ଓ ଡେପୁଟି ମେୟର ମଞ୍ଜୁ ଲତା କଅଁର ଯୋଗ ଦେଇଥିଲେ। ବର୍ଷକ ମଧ୍ୟରେ ବିଏମସି କର୍ପୋରେସନ ଦ୍ବାରା ନିଆ ଯାଇଥିବା ପ୍ରକଳ୍ପ ଓ ତାର କାର୍ଯ୍ୟକାରିତାକୁ ନେଇ ମେୟର ରିପୋର୍ଟ କାର୍ଡ ରଖିଛନ୍ତି । ବିଭିନ୍ନ ଯୋନରେ ବିଏମସି ପକ୍ଷରୁ ଜାରି ଥିବା ବିକାଶ କାର୍ଯ୍ୟ ନେଇ ସୂଚନା ଦେଇଛନ୍ତି ।

ଅନ୍ୟପଟେ ବିଜେପି ବା ବିରୋଧୀ କର୍ପୋରେଟର କିନ୍ତୁ ବିଏମସି ନିର୍ବାଚନର ୧ ବର୍ଷ ପୂର୍ତ୍ତି ପାଳନର ରିପୋର୍ଟକୁ ପ୍ରତିବନ୍ଧତା ନୁହେଁ ବରଂ ପ୍ରହସନ ବୋଲି କହିଛନ୍ତି । ଏ ନେଇ ବିଜେପି କର୍ପୋରେଟର ଜୀବନ ରାଉତ କହିଛନ୍ତି, "ବିଏମସି ଯେଉଁ ସଫଳତାର କଥା ବଖାଣିଛି ତାହା କେଉଁଠି ଦେଖାଯାଉଛି ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଏଯାବତ ଯେଉଁଠି ଭେଣ୍ଡିଂ ଜୋନ ରାଜନୈତିକ ଆକ୍ରୋଶ ରଖି ବିଏମ୍ସି ଭାଙ୍ଗିଛି, ସେଠି ଏବେ ଯାଏଁ ବି ଲୋକଙ୍କୁ ଦୋକାନ ମିଳିନାହିଁ । ମୁକୁଳା ଡ୍ରେନରେ ସ୍ଲାପ ପଡ଼ିନାହିଁ। ଟିକିଏ ବର୍ଷରେ ଲୋକେ ଜଳବନ୍ଦୀର ସମସ୍ତ ଭୋଗୁଛନ୍ତି । ଏହାସହ ଜାଗା ମିଶନ ନାଁରେ ରାଜନୈତିକ ପ୍ରହସନ ଚାଲିଥିବା ବେଳେ ପୁରା କାର୍ଯ୍ୟକ୍ରମରେ ଲୋକଙ୍କ ସମସ୍ୟା କି ସମାଧାନର କଥା ନୁହେଁ ଦଳୀୟ ପ୍ରଚାର କରାଯାଉଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.