ETV Bharat / state

ସାବଧାନ! କାନ୍ଥବାଡ଼ କିମ୍ବା ବିଦ୍ୟୁତ ଖୁଣ୍ଟରେ TO-LET ଲେଖିଲେ ଦେବେ ଫାଇନ୍

author img

By ETV Bharat Odisha Team

Published : Dec 13, 2023, 11:54 AM IST

BMC Penalty for Affixing Posters: ଭୁବନେଶ୍ୱରରେ କାନ୍ଥବାଡ଼ ଏବଂ ବିଦ୍ୟୁତ୍‌ ଖୁଣ୍ଟରେ TO-LET ବିଜ୍ଞାପନ ଲଗାଇଥିବାରୁ ୩ ଜଣଙ୍କଠାରୁ ୫୦ ହଜାର ଟଙ୍କା ଲେଖାଏ ଫାଇନ କରିଛି ବିଏମସି । ଅଧିକ ପଢ଼ନ୍ତୁ

BMC penalty for affixing posters
BMC penalty for affixing posters
BMC penalty for affixing posters

ଭୁବନେଶ୍ବର: ଭୁବନେଶ୍ୱରର କାନ୍ଥବାଡ଼ କିମ୍ବା ବିଦ୍ୟୁତ ଖୁଣ୍ଟରେ To-LET ମାରୁଛନ୍ତି କି ? ତେବେ ହୋଇ ଯାଆନ୍ତୁ ସାବଧାନ । କାରଣ ଭୁବନେଶ୍ୱରରେ କାନ୍ଥବାଡ଼ ଏବଂ ବିଦ୍ୟୁତ୍‌ ଖୁଣ୍ଟରେ TO-LET ବିଜ୍ଞାପନ ଲଗାଇଥିବାରୁ ୩ ଜଣଙ୍କଠାରୁ ୫୦ ହଜାର ଟଙ୍କା ଲେଖାଏ ଫାଇନ କରିଛି ବିଏମସି । ତେବେ ବିଏମସି କେବଳ ଫାଇନ ଆଦାୟ କରିନି ବରଂ ବିଜ୍ଞାପନ ଲଗାଇଥିବା ସଂସ୍ଥା ନାମରେ ଥାନାରେ ଏତଲା ବି ଦେଇଛି । ୩ଟି ସଂସ୍ଥା ନୟାପଲ୍ଲୀ ଅଞ୍ଚଳର ବୋଲି ଜଣାଯାଇଛି।

ତେବେ କିଛି ସଂସ୍ଥା ଓ ଘର ମାଲିକ ଭଡ଼ାରେ ଦେବା ପାଇଁ କାନ୍ଥବାଡ଼, ବିଦ୍ୟୁତ ଖୁଣ୍ଟ ଓ ସରକାରୀ ଜାଗାରେ TO-LET ଲେଖି ମାରୁଛନ୍ତି। ଯାହାଦ୍ୱାରା ସହରର ସୌନ୍ଦଯ୍ୟ କରଣ ନଷ୍ଟ ହେଉଛି। ତେଣୁ ଆବଶ୍ୟକ ଅନୁଯାୟୀ ନିଜର ଘର ଓ ଅନୁଷ୍ଠାନରେ କେବଳ ଲଗାଇପାରିବେ । ଯଦି ବେଆଇନ ଭାବେ ଆଉ ବାହାରରେ ଏଣେ ତେଣେ ଲଗାଇବେ ତେବେ ଆପଣ ଜରିମାନା ଦେବେ ବୋଲି ନିଜ ଟ୍ୱିଟର ପେଜରେ ଲୋକଙ୍କୁ ସଚେତନତା କରାଇଛି ବିଏମସି । ସେହିପରି ବିଜ୍ଞାପନ ତାହା ନୁହେଁ ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ରାଜନୀତିର ପ୍ରଚାର ପ୍ରସାରର ପୋଷ୍ଟର ବ୍ୟାନର ସହରର କାନ୍ଥବାଡ, ଇଲେକ୍ଟ୍ରି ପୋଲ୍‌ ଓ ଗଛଗୁଡ଼ିକରେ ଲଗାଇପାରିବେ ନାହିଁ । ଏଥିପାଇଁ ମଧ୍ୟ ସତର୍କ କରାଇଛି ବିଏମସି । ସତର୍କ ସହ ସଚେତନ କରିଥିବା ବେଳେ ଯଦି ଆପଣ ଖାମଖିଆଲ ଭାବେ ବିଜ୍ଞାପନର କୌଣସି ପୋଷ୍ଟର ଏବଂ ଫ୍ଲେକ୍ସ ଲଗାଇବେ ତେବେ ଜରିମାନା ସହ ଜେଲ ଯିବାକୁ ପଡିବ ବୋଲି ସିଧାସଳଖ ଚେତାବନୀ ଦେଇଛି ବିଏମସି ।

ଏହା ମଧ୍ୟ ପଢନ୍ତୁ- ସାବଧାନ! ଭୁବନେଶ୍ୱରରେ ସ୍ୱଚ୍ଛତା ଯାଞ୍ଚ କରିବ ଟିମ ସାଇନ୍‌, ଘର ଆଗରେ ଅଳିଆ ପଡ଼ିଲେ କାଟିବ ଫାଇନ

ଏନେଇ ଭୁବନେଶ୍ୱର ମେୟର କହିଛନ୍ତି ସହରକୁ ସୁନ୍ଦର ଓ ସ୍ଵଛ କରିବା ପାଇଁ ବିଏମସି ସବୁବେଳେ ଆପଣଙ୍କ ସହଭାଗୀତା ଲୋଡିଥାଏ । ଯାହା କେବଳ ଟିମ ବିଏମସିର ନୁହେଁ ଆପଣ ସମସ୍ତଙ୍କର ଦାୟିତ୍ୱ । କିନ୍ତୁ ଏଭଳି ସ୍ଥିତିର ବେଆଇନ ଭାବେ ଆପଣ ଗଛ, ଇଲେକ୍ଟ୍ରି ପୋଲ ଓ କାନ୍ଥବାଡ଼ରେ ହାତଲେଖା ବିଜ୍ଞାପନ TO-LET ପୋଷ୍ଟର ବ୍ୟାନର ମାରି ସହର ସୌନ୍ଦର୍ଯ୍ୟ ନଷ୍ଟ କରୁଛନ୍ତି । ଯାହା କେବେ ଗ୍ରହଣୀୟ ନୁହେଁ । ଏଭଳି କରିବା ଦ୍ୱାରା ସହର ଅସୁନ୍ଦର ହେବ ସହ ଗଛର ବୃଦ୍ଧିରେ ବାଧକ ସାଜିଛି ବିଜ୍ଞାପନରେ ବ୍ୟବହାର କଣ୍ଟା । ଏହାକୁ ନେଇ ଅନେକ ଥର ବିଏମ୍ସି ପକ୍ଷରୁ ସଚେତନ କରାଯାଇଥିଲେ ହିଁ ଲୋକ ବା ଅନୁଷ୍ଠାନ ସତର୍କ ହୋଇପାରିଲା ନାହିଁ । ତେଣୁ ଏହାକୁ ନେଇ ଏଣିକି ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.