ETV Bharat / state

Possible cyclone threat: ବିଏମସିର ପ୍ରସ୍ତୁତି ବୈଠକ, 2 ଦିନ ମଧ୍ୟରେ ପ୍ରସ୍ତୁତି ସାରିବାକୁ ନିର୍ଦ୍ଦେଶ

author img

By

Published : May 5, 2023, 8:18 AM IST

ସମ୍ଭାବ୍ୟ ବାତ୍ୟାକୁ ନେଇ ବିଏମସିର ପ୍ରସ୍ତୁତି ବୈଠକ । ଦୁଇଦିନ ଭିତରେ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମେୟର । ଅଧିକ ପଢନ୍ତୁ

ସମ୍ଭାବ୍ୟ ବାତ୍ୟାକୁ ନେଇ ବିଏମସିର ପ୍ରସ୍ତୁତି ବୈଠକ

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟାକୁ ନେଇ ବିଏମସିର ପ୍ରସ୍ତୁତି ବୈଠକ । ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବିଏମ୍ସି କାର୍ଯ୍ୟାଳୟର ଏକାମ୍ର ହଲରେ ବୈଠକ ଅନୁଷ୍ଠିତ ହୋଇଥିଲା । ବାତ୍ୟାର ପୂର୍ବ ପ୍ରସ୍ତୁତିକୁ ନେଇ ଏହି ବୈଠକରେ ଆଲୋଚନା କରାଯାଇଥିଲା । ବାତ୍ୟା ସମୟରେ କେଉଁ ୱାର୍ଡରେ କଣ ସମସ୍ୟା ରହିଛି ସେନେଇ ଉପସ୍ଥିତ କର୍ପୋରେଟରଙ୍କ ସହ ଆଲୋଚନା କରିଥିଲେ ମେୟର । ଜଳବନ୍ଦୀ ସମସ୍ୟା ଥିବା ସମ୍ବେଦନପୂର୍ଣ୍ଣ ସ୍ଥାନରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଜୋନ ସ୍ତରରେ ଖୋଲିବ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ । ବିପଦସଙ୍କୁଳ ସ୍ଥାନରୁ ଲୋକଙ୍କୁ ଆବଶ୍ୟକ ସ୍ଥଳେ ସ୍ଥାନାନ୍ତର ଓ ଥଇଥାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏହାସହ ଅଗ୍ନିଶମ ବିଭାଗକୁ ପମ୍ପସେଟ ଓ ଆସ୍କା ଲାଇଟ ସହ ପ୍ରସ୍ତୁତ ରହିବାକୁ ଦିଆଯାଇଛି ନିର୍ଦ୍ଦେଶ । ସବୁଠାରୁ ବଡ଼କଥା ହେଲା ପର୍ଯ୍ୟାପ୍ତ ପରିମାଣର ଶୁଖିଲା ଖାଦ୍ୟ ଗଚ୍ଛିତ ରଖିବା ବା ସହ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ମୌଳିକ ସୁବିଧାର ସମସ୍ତ ବ୍ୟବସ୍ତା କରିବାକୁ ପରାମର୍ଶ ଦେଇଛନ୍ତି ମେୟର । ପାଣିପାଗ ବିଭାଗର ସୂଚନା ସହିତ ସମସ୍ତ ଅଧିକାରୀ ଓ କର୍ପୋରେଟରମାନଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।

ମେୟର ସୁଲୋଚନା ଦାସ କହିଛନ୍ତି,‘‘ ଆମର କେବଳ ଜୋନ ସ୍ତରରେ କଣ୍ଟ୍ରୋଲ ରୁମ ଖୋଲାଯିବ ତାହା ନୁହେ ବିଏମ୍ସି କାର୍ଯ୍ୟାଳୟରେ ମଧ୍ୟ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ରହିବ । ଯାହା ଉପରେ କଡା ନଜର ସହ ବିଏମ୍ସିର ଯେଉଁ ସହାୟତା ନମ୍ବର ୧୯୨୯ ରହିଛି ତାକୁ ୨୪ ଘଣ୍ଟିଆ କରାଯିବ । ବାତ୍ୟାର ମୁକାବିଲା ସମୟରେ ବିପଦ ଶଙ୍କୁଳ ଜାଗାରେ ଥିବା ଘର ବସ୍ତି ଓ ଗର୍ଭବତୀ ମହିଳାଙ୍କ ସ୍ୱତନ୍ତ୍ର ଭାବେ ସୁରକ୍ଷିତ ସ୍ଥାନକୁ ନିଆଯିବ । ଯେହେତୁ ଆମର ସ୍ୱତନ୍ତ୍ର ଭାବେ ବାତ୍ୟା ଆଶ୍ରୟ ସ୍ଥଳ ନାହିଁ ତେଣୁ ସ୍କୁଲ ଗୁଡିକରେ ଲୋକମାନେ ରହିବେ । ଏହାସହ ବାତ୍ୟାକୁ ନେଇ ନ ଡରିବାକୁ ରାଜଧାନୀବାସୀଙ୍କୁ ଅନୁରୋଧ କରିଛନ୍ତି । ’’

ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ସବୁ ଅଧିକାରୀ ଉପସ୍ଥିତ ଥିଲେ । ଦୁଇଦିନ ଭିତରେ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମେୟର । ଏହାସହ ଆସନ୍ତା ୧୦ ତାରିଖ ଦିନ ପର୍ଯ୍ୟନ୍ତ କାର୍ଯ୍ୟାଳୟ ନଛାଡିବାକୁ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.