ଭୁବନେଶ୍ବର: ବିନା ଅନୁମତିରେ ଏୟାରପୋର୍ଟ ଅଞ୍ଚଳରେ ଡ୍ରୋନ୍ ଉଡାଇବାକୁ ନେଇ ବିଏମସିକୁ ନୋଟିସ୍ କଲା ବିମାନ ବନ୍ଦର ପ୍ରାଧିକରଣ । ଡ୍ରୋନ ମାଧ୍ୟମରେ ଜାଗା ମିଶନ ସର୍ଭେ ପାଇଁ ବିଏମସି ପକ୍ଷରୁ ବିମାନ ବନ୍ଦର ପ୍ରାଧିକରଣକୁ ଆବେଦନ କରାଯାଇଥିଲା । ତେବେ ରାଜଧାନୀରେ ମଶା ମାରିବାକୁ ଡ୍ରୋନ୍ ଉଡାଇବାକୁ କୌଣସି ଅନୁମତି ଦିଆଯାଇନଥିବା ସ୍ପଷ୍ଟ କରିଛନ୍ତି ବିମାନ ବନ୍ଦର ପ୍ରାଧିକରଣ କର୍ତ୍ତୃପକ୍ଷ ।
ମଶା ଦମନ ମିଶନରେ ଫେଲ୍ ହେବାପରେ କିଭଳି ବିନା ଅନୁମତିରେ ଡ୍ରୋନ୍ ଉଡାଉଛି ବିଏମସି ତାକୁ ନେଇ ସୃଷ୍ଟି ହେଲା ପ୍ରଶ୍ନବାଚୀ । ଏନେଇ ବିମାନ ବନ୍ଦର ନିର୍ଦ୍ଦେଶକ କହିଛନ୍ତି ଯେ, ‘‘ବିଏମସିରୁ ଅନୁରୋଧ ଆସିଥିଲା । ଜାଗା ମିଶନରେ ଡ୍ରୋନ ଦ୍ଵାରା ସର୍ଭେ କରିବେ । ଜୋନ ମାଧ୍ୟମରେ ସ୍ବୀକୃତି ଦେବା ଆବଶ୍ୟକ । କେଉଁ ପ୍ରକାର ଡ୍ରୋନ । କେତେ ଉପରେ ଉଡିବ ସେନେଇ ତଥ୍ୟ ଦିଆଯାଇଛି । ଯଦି ଅତି ଆବଶ୍ୟକ ରହିଛି ତେବେ ଅନଲାଇନ ମାଧ୍ୟମରେ ଡ୍ରୋନ ଆବେଦନ କରିପାରିବେ । ତେବେ ଡିସିଜିଆଇ ଏହାକୁ ସ୍ବୀକୃତି ଦେବାପରେ ଯାଇ ଡ୍ରୋନ ଉଡ଼ିପାରିବ । ମଶାକୁ ନେଇ ଡ୍ରୋନ ଉଡ଼ିବା ନେଇ କୌଣସି ଅନୁରୋଧ ଆସିନାହିଁ ’’ବୋଲି କହିଛନ୍ତି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ।
ସୂଚନାନୁସାରେ ମଶା ବଂଶବୃଦ୍ଧି ରୋକିବାକୁ ବିଏମସିର ନୂଆ ପଦକ୍ଷେପ । ସୋମବାରଠୁ ହୋଇଛି ଡ୍ରୋନ ସର୍ଭେ (Drone used to exterminate mosquitoes )। ଦୁଇ ଦିନ ଧରି ଡ୍ରୋନ ସର୍ଭେ କରାଯାଇଛି । ଏହାଦ୍ବାରା କେଉଁ ସ୍ଥାନରେ ମଶାର ପ୍ରାର୍ଦୁଭାବ ବା କେଉଁଠି ସେମାନେ ବଂଶ ବିସ୍ତାର କରୁଛନ୍ତି ତାହା ଚିହ୍ନଟ ପାଇଁ ।
ଏହାମଧ୍ୟ ପଢ଼ନ୍ତୁ. ମଶା ବଂଶବୃଦ୍ଧି ରୋକିବାକୁ ଡ୍ରାଇଭ୍, ଦ୍ୱିତୀୟ ଦିନରେ ଡ୍ରୋନ ସର୍ଭେ
ଏଥିପାଇଁ କୋଲକତାର ସଂସ୍ଥା ସହ ବିଏମସିର ଚୁକ୍ତିନାମା ସ୍ୱାକ୍ଷରିତ । ଡ୍ରୋନ ସର୍ଭେ ଓ କେମିକାଲ ସିଞ୍ଚନ ପାଇଁ ୬ଟି ଟିମ ଗଠନ କରାଯାଇଥିଲା । ଏହା ୬୭ ୱାର୍ଡକୁ ପ୍ରତିଦିନ ୬ଟି ସ୍ଥାନକୁ ଯାଇ ୧୧ ରୁ ୧୨ ଦିନ ଭିତରେ ସେମାନଙ୍କର କାମ କରିବେ । ଅନ୍ୟପଟେ ପୁଣି ଏକ ନୂଆ ପଦକ୍ଷେପ ଭାବେ ମଶା ଦମନ ପାଇଁ ବ୍ୟବହାର ହେଉଥିବା ତୈଳ ସିଞ୍ଚନ ପାଇଁ ନୂଆ କାର୍ଯ୍ୟକ୍ରମ କରାଯାଉଛି ବୋଲି ବିଏମସି କହିଥିଲା ।
ଏହାମଧ୍ୟ ପଢ଼ନ୍ତୁ. BMCର ମଶା ନିପାତ ଅଭିଯାନ, ଆଜିଠୁ ଡ୍ରୋନ ସର୍ଭେ
ଏଥିରେ ତୈଳ ସିଞ୍ଚନ ପାଇଁ ୨ ଜଣ ପ୍ରତି ୱାର୍ଡରେ ଥିଲେ । ହେଲେ ଏହାକୁ ଆଉ ଟିକେ ତ୍ବରାନ୍ବିତ କରିବା ମାସ ଆଣ୍ଟି ଲାଭା କାର୍ଯ୍ୟକ୍ରମ ଆରମ୍ଭ ହେବ । ଯେଉଁଥିରେ ସିଞ୍ଚନ ପାଇଁ ଲୋକ ସଂଖ୍ୟା ବଢିବା ସହ ୱାର୍ଡ ସଂଖ୍ୟା ମଧ୍ୟ ବଢାଯିବ ବୋଲି କହିଛନ୍ତି ବିଏମସିର ନଗର ସ୍ବାସ୍ଥ୍ୟ ଅଧିକାରୀ । ଏହି ନୂଆ ପଦକ୍ଷେପ ଏକ ଭଲ ଅନୁଭୂତି ସହ ସହରବାସୀଙ୍କୁ ମଶା ଦାଉରୁ ବଞ୍ଚାଇବ ବୋଲି କହିଥିଲେ । ହେଲେ ରାଜଧାନୀରେ ମଶା ମାରିବାକୁ ଡ୍ରୋନ୍ ଉଡାଇବାକୁ କୌଣସି ଅନୁମତି ଦିଆଯାଇନଥିବା ସ୍ପଷ୍ଟ କରିଛନ୍ତି ବିମାନ ବନ୍ଦର ପ୍ରାଧିକରଣ କର୍ତ୍ତୃପକ୍ଷ।
ଇଟିଭି ଭାରତ, ଭୁବନେଶ୍ବର