ETV Bharat / state

ଏଣିକି ରାସ୍ତାକଡରେ ଆଉ ରହିବନି ଅଚଳ ଗାଡି, ଦେଖିଲା ମାତ୍ରେ ଉଠାଇ ନେବ ବିଏମସି

author img

By

Published : May 27, 2023, 7:12 AM IST

ରାସ୍ତାକଡ଼ରେ ଅଚଳ ହୋଇ ପଡ଼ିରହିଥିବା ଗାଡ଼ିକୁ ହଟାଇବ ବିଏମ୍ସି । ଗାଡ଼ିରେ ଲାଗିଲା ନୋଟିସ୍‌ ହେଲେ ନୋଟିସକୁ ଚିରି ନିୟମକୁ ଫୁ କରିଲେ ଗାଡି ମାଲିକ ।

ରାସ୍ତାକଡ଼ରେ ଅଚଳ ହୋଇ ପଡ଼ି ରହିଥିବା ଗାଡ଼ିକୁ ହଟାଇବ ବିଏମ୍ସି

ଭୁବନେଶ୍ବର: ରାସ୍ତାକଡ଼ରେ ଅଚଳ ହୋଇ ପଡ଼ି ରହିଥିବା ଗାଡ଼ିକୁ ହଟାଇବ ବିଏମ୍ସି । ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ନିର୍ଦ୍ଦେଶ ଦିଆଯିବା ସହ ଅଚଳ ହୋଇ ପଡ଼ିଥିବା ଗାଡ଼ି ଉପରେ ନୋଟିସ୍ ଲଗାଯାଇଛି । ନୋଟିସ ଲଗାଇବାର ୭ ଦିନ ମଧ୍ୟରେ ଗାଡ଼ି ମାଲିକ ନିଜ ଅକ୍ତିଆରକୁ ଗାଡ଼ିକୁ ନେବା ଲାଗି ନୋଟିସ୍ ଦିଆଯାଇଛି । ଯଦି ଗାଡ଼ି ମାଲିକ ଗାଡ଼ି ନ ଉଠାନ୍ତି । ତେବେ ବିଏମ୍‌ସି ଉଠାଇ ନେଇ ସେହି ଅଞ୍ଚଳକୁ ଖାଲି କରିବ ବୋଲି ଏନେଇ ବିଏମ୍‌ସି ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି । ଏନେଇ ଭୁବନେଶ୍ୱର ଭୋଇ ନଗରର ଦୁଇଟି ସ୍ଥାନରେ ଗୋଟେ ସ୍ଥାନରେ କାର ଓ ଅନ୍ୟଟି ଟ୍ରାକ୍ଟରରେ ଲଗାଯାଇଛି । ହେଲେ ନୋଟିସ୍‌କୁ ଚିରି ନିୟମକୁ ଫୁ କରୁଛନ୍ତି ଅମାନିଆ ।

ଯାହା ଫଳରେ ବିଏମ୍ସି ଭଙ୍ଗା ଗାଡି ଭଙ୍ଗା ଫର୍ନିଚରକୁ ଘର ଆଗରୁ ଉଠାଇବା । ଏନେଇ ସହରରେ ଗଦା ହୋଇଥିବା ଏହି ଅନାବଶ୍ୟକ ଜିନିଷକୁ ଖୋଜି ସେଥିରେ ନୋଟିସ ଲାଗିଛି ବିଏମ୍ସି । କାରଣ ଏଭଳି ଅନାବଶ୍ୟକ ଗାଡି ଘର ଆସବା ପତ୍ର ଯେଉଁଠି ରହୁଛି ସେ ସ୍ଥାନରେ ଅଳିଆ ଜମା ହେବା ସହ ଲୋକଙ୍କ ପାଇଁ ତାହା ପାଲଟି ଯାଇଛି ଡଷ୍ଟବିନ । ଯିଏ ଯାହା ପାଉଛି ସେଇଠି ପକାଉଛି । ଫଳରେ ସ୍ଥାନଟି ଗନ୍ଧମୟ ବା ଅପରିଷ୍କାର ହେଇପଡୁଛି । ଭଙ୍ଗା ଜିନିଷ ଥୁଆହୋଇଥିବାରୁ ସଫା ମଧ୍ୟ ହୋଇପାରୁନାହିଁ । କେବେ କେବେ ଏହି ଭଙ୍ଗା ଗାଡି ଅସାମାଜିକଙ୍କ ଅପରାଧିକ ଆଡ଼ାସ୍ଥଳୀ ସାଜୁଛି । ଏହା ସହରକୁ ଅସୁନ୍ଦର କରୁଥିବା ବେଳେ ଏନେଇ ମଶାଙ୍କ ଦାଉ ବି ବିଢୁଥିବା ମେୟର କହିଛନ୍ତି ।

ମେୟର ସୁଲୋଚନା ଦାସ କହିଛନ୍ତି,‘‘ ଭୁବନେଶ୍ୱର ରୋଡ଼ ସାଇଡରେ ବିଭିନ୍ନ ଜାଗାରେ ଏମିତି ଗାଡି ଗୁଡିକ ଖତ ହୋଇ ପଡିଥିବାରୁ ସେ ଜାଗା ଗୁଡିକ ଜାଗା ମାଡି ରଖୁଛି । ଫଳରେ ଡ୍ରେନ ସଫା ହୋଇ ପାରୁନାହିଁ କି ଜରୁରୀ ପରିସ୍ଥିତିରେ ଆମ୍ବୁଲାନ୍ସ ବି ଯାଇପାରୁନି । ସହରର ବିଭିନ୍ନ ସ୍ଥାନର ଭିତ୍ତିଭୂମି ପୁରୁଣା ଢାଞ୍ଚାରେ ରହିଛି । ସେଥିପାଇଁ ଏଠାରେ ରାସ୍ତା ଗୁଡିକ ସଂକୀର୍ଣ୍ଣ ରହିଛି । ତେଣୁ ସହରର ସ୍ୱଚ୍ଛତା ଓ ସୁବିଧାକୁ ନେଇ ପୂର୍ବରୁ ଏହି ବାବଦରେ ନିଷ୍ପତ୍ତି ହୋଇଥିଲା । ତାହାର କାର୍ଯ୍ୟ ଆରମ୍ଭ ହୋଇଛି । ଏଭଳି ଅନାବଶ୍ୟକ ଓ ଖତ ଗାଡି ଗୁଡିକକୁ ଖୋଜା ଯାଇ ନୋଟିସ ଲଗାଯାଉଛି ବିଏମ୍ସି । ୨ରୁ ୩ ଦିନ ଭିତରେ ଗାଡି ମାଲିକ ସେଠୁ ଗାଡି ହଟାଇବ ବୋଲି କୁହାଯାଇଛି। ଯଦି ନ ଉଠାଇଲା ତେବେ ବିଏମ୍ସି ନିଜ ଅକ୍ତିଆରକୁ ନେଇ ଡିସପୋଜାଲ କରିବ ବୋଲି କଡା ଚେତାବନୀ ଦେଇଛି ।’’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.