ETV Bharat / state

ସହରକୁ ସ୍ବଚ୍ଛ ରଖିବାକୁ ବିଏମସିର ପଞ୍ଚସୂତ୍ରୀ ମନ୍ତ୍ର, ସହରବାସୀଙ୍କ ସହଯୋଗ ଲୋଡିଲେ ମେୟର

ଭୁବନେଶ୍ବରକୁ ସ୍ବଚ୍ଛ ରଖିବାକୁ ସହରବାସୀଙ୍କ ସହଯୋଗ ଲୋଡିଲା ବିଏମସି । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Oct 6, 2023, 11:20 AM IST

Etbmc efforts to maintain cleanliness of Bhubaneswar
bmc efforts to maintain cleanliness of Bhubaneswar

ଭୁବନେଶ୍ବର: ସ୍ଵଚ୍ଛ ଭୁବନେଶ୍ୱର ଆମ ସମସ୍ତଙ୍କର ଦାୟିତ୍ୱ । ଏହାର ପରିଷ୍କାର ପରିଚ୍ଛନ୍ନତାର ଦାୟିତ୍ୱ ବି ଆମମାନଙ୍କର । ତେଣୁ ସହରର ନାଗରିକମାନଙ୍କୁ ସେମାନଙ୍କ ଦାୟିତ୍ୱ ଦେବା ସହ ଗୋଷ୍ଠୀ ସହଭାଗିତାକୁ କ୍ରୀୟାଶୀଳ କରିବା ପାଇଁ ବିଏମ୍‌ସି ପକ୍ଷରୁ ଉଦ୍ୟମ ଜାରି ରହିଛି । ଆଉ ଏହି ଉଦ୍ୟମକୁ ଆହୁରି ତ୍ଵରାନିତ୍ଵ କରିବାକୁ ଯାଇ ବିଏମସି ପକ୍ଷରୁ ଏକ ସିଟି ଆକ୍ଟିଭେସନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଜରିଆରେ ଅଧିକରୁ ଅଧିକ ଗୋଷ୍ଠୀ ସହଭାଗିତାକୁ କ୍ରିୟାଶୀଳ କରିବା ଉଦ୍ଦେଶ୍ୟରେ ସହରର ବିଭିନ୍ନ ବର୍ଗର ନାଗରିକଙ୍କୁ ଏକାଠି କରି ସ୍ୱଚ୍ଛତାର ୫ ସୂତ୍ରୀ ମନ୍ତ୍ର ଦେଇଛି ବିଏମସି । ଭୁବନେଶ୍ବରକୁ ଦେଶରେ ସ୍ବଚ୍ଛ ସହର ଭାବେ ଏକ ନମ୍ବର ସହରରେ ପରିଣତ କରିବାକୁ ସହରବାସୀଙ୍କ ସହଯୋଗ ଲୋଡ଼ିଥିଲେ ବିଏମସି ମେୟର ଓ କମିଶନର ।

ବିଏମସି ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ସ୍ବଚ୍ଛତାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଏକ ଭିଡିଓ ବାର୍ତ୍ତା ପ୍ରଦର୍ଶନ କରାଯାଇଥିଲା । ଯେଉଁଥିରେ ସହରକୁ ସ୍ବଚ୍ଛ ରଖିବାକୁ ସହରବାସୀଙ୍କୁ ସହଯୋଗ ଲୋଡ଼ିଥିଲେ ମୁଖ୍ୟମନ୍ତ୍ରୀ। ଏହାପରେ ସହରକୁ ଅପରିଷ୍କାର କରିବା ଦ୍ୱାରା ଆମର କଣ ସବୁ କ୍ଷତି ହେଉଛି ସେନେଇ ଭିଡିଓ ମାଧ୍ୟମରେ ଉପସ୍ଥିତ ନାଗରିକଙ୍କୁ ବୁଝାଯାଇଥିଲା। ସହରକୁ ସ୍ବଚ୍ଛ ରଖିବା ନେଇ ଶପଥପାଠ ମଧ୍ୟ କରାଯାଇଥିଲା । ଭୁବନେଶ୍ବରର ମେୟର ସୁଲୋଚନା ଦାସଙ୍କ ନେତୃତ୍ବରେ ଅନୁଷ୍ଠିତ ବୈଠକରେ ବିଏମସି କମିଶନର, ଡେପୁଟି ମେୟର, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଓ କର୍ପୋରେଟରମାନେ ଉପସ୍ଥିତ ଥିଲେ ।

ସ୍ୱଚ୍ଛ ଭୁବନେଶ୍ୱର ପାଇଁ ୫ଟି ପ୍ରମୁଖ ସୂତ୍ର ବା “ପଞ୍ଚସୂତ୍ର” ପ୍ରଣୟନ କରିଛି ବିଏମସି । ଯାହା ଆଧାରରେ ପ୍ରତ୍ୟେକ ନାଗରିକ ସହରର ସ୍ୱଚ୍ଛତା ଦିଗରେ କାର୍ଯ୍ୟକାରୀ କରିବାକୁ ଅନୁରୋଧ କରିଛି ବିଏମସି । ଏହି ପଞ୍ଚସୂତ୍ର ରେ ରହିଛି - ପରିବେଶକୁ ପରିଷ୍କାର ରଖିବା ଏବଂ କୌଣସି ପରିସ୍ଥିତିରେ ବର୍ଜ୍ୟ ପୋଡିବା ନାହିଁ ଯାହା ପରିବେଶ ପ୍ରତି ବିପଦ ସୃଷ୍ଟି କରୁଛି, ଘରୁ ବାହାରୁଥିବା ଅଳିଆକୁ ଓଦା ଓ ଶୁଖିଲା ଭାବେ ଅଲଗା କରିବା, ଉପଯୁକ୍ତ ଭାବେ ଅଲଗା ହୋଇଥିବା ବର୍ଜ୍ୟକୁ କେବଳ ବିଏମ୍‌ସି ସଫେଇ ଗାଡିକୁ ଦେବା, ଘରର ୫ ମିଟର ପରିସରକୁ ସଫା ରଖିବା ,ଏକକ ବ୍ୟବହାର ପ୍ଲାଷ୍ଟିକ ବ୍ୟବହାର ଠାରୁ ଦୂରେଇ ରହିବା ।

ଏହା ମଧ୍ୟ ପଢନ୍ତୁ-ଅଧିକ ଦକ୍ଷ ଓ କ୍ରିୟାଶୀଳ ହେବ BMC, ୪୧୬ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବରକୁ ସ୍ବଚ୍ଛ ରଖିବା ପାଇଁ ଆପଣମାନଙ୍କର ଦିଗ୍‌ଦର୍ଶନ, ପ୍ରେରଣା ଓ ସହଯୋଗ ଦରକାର । ସେଥିପାଇଁ ଆମେ ସିଟି ଆକ୍ଟିଭେସନ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛୁ, ଯାହା ଆମକୁ, ଆପଣମାନଙ୍କର ଆହୁରି ନିକଟତର କରିପାରିବ ବୋଲି କହିଥିଲେ ବିଏମସି କମିଶନର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.