ETV Bharat / state

ଡେଙ୍ଗୁ ସ୍ଥିତି ନେଇ କମ୍ପିଲା ବିଏମ୍‌ସି କର୍ପୋରେସନ ବୈଠକ, ମୁହାଁମୁହିଁ ବିଜେପି-ବିଜେଡି କର୍ପୋରେଟର

author img

By ETV Bharat Odisha Team

Published : Aug 25, 2023, 9:15 AM IST

ବିଏମ୍‌ସି କର୍ପୋରେସନ ବୈଠକରେ ମେୟରଙ୍କ ଉତ୍ତରରେ ସନ୍ତୁଷ୍ଟ ହେଲେ ନାହିଁ ବିଜେପି କର୍ପୋରେଟର । ଆଗକୁ କର୍ପୋରେସନ ବୈଠକ ବର୍ଜନର ଦେଲେ ଚେତାବନୀ । ଅଧିକ ପଢନ୍ତୁ

Bmc corporation meeting
Bmc corporation meeting
Bmc corporation meeting

ଭୁବନେଶ୍ବର: ଡେଙ୍ଗୁ, ପରିମଳ ବ୍ୟବସ୍ଥା ଓ ଜମିବଣ୍ଟନକୁ ନେଇ ବିଏମ୍‌ସି କର୍ପୋରେସନ ବୈଠକରେ ହୋହଲ୍ଲା । ମେୟରଙ୍କ ଉତ୍ତରରେ ସନ୍ତୁଷ୍ଟ ହେଲେ ନାହିଁ ବିଜେପି କର୍ପୋରେଟର । ସଚେତନତା ଓ ନିରାକରଣ ପରେ ବି ଡେଙ୍ଗୁ ରାଜଧାନୀରେ ନିୟନ୍ତ୍ରଣରେ ନଥିବା କହିଲେ ବିଜେପି କର୍ପୋରେଟର । ଜମିବଣ୍ଟନ ସହ ଭତ୍ତା ବଣ୍ଟନକୁ ନେଇ ମୁହାଁମୁହିଁ ବିଜେପି ଓ ବିଜେଡି କର୍ପୋରେଟର । ବୈଠକ ଶେଷ ହେବା କହି ଅଧାରୁ ଉଠି ଆସିଲେ କମିଶନର ଓ ଅତିରିକ୍ତ କମିଶନର । ଆଗକୁ କର୍ପୋରେସନ ବୈଠକ ବର୍ଜନ କରିବୁ ବୋଲି ଚେତାବନୀ ଦେଇଛନ୍ତି ବିଜେପି କର୍ପୋରେଟର ।

ଗୁରୁବାର ବିଏମ୍‌ସି ମୁଖ୍ୟାଳୟ ସ୍ଥିତ ଏକାମ୍ର ହଲରେ ମେୟରଙ୍କ ଉପସ୍ଥିତିରେ ସାଧାରଣ ବୈଠକ ବା ବିଏମ୍‌ସି କର୍ପୋରେସନ ବୈଠକ ଆରମ୍ଭ ହୋଇଯାଇଥିଲା । ଡେଙ୍ଗୁର ନିରାକରଣର ଆଲୋଚନାରୁ ଆରମ୍ଭ ହୋଇଥିଲା ପ୍ରଶ୍ନ ଉତ୍ତର । ଆରମ୍ଭରୁ ମେୟର ବିଏମସିର ପୁରା ଟିମକୁ ଡେଙ୍ଗୁ ରୋଗର ନିରାକରଣ କାର୍ଯ୍ୟରେ ଲାଗିଥିବାରୁ ସମସ୍ତଙ୍କୁ ପ୍ରଶଂସା କରିଥିଲେ । ଏହାପରେ ଡେଙ୍ଗୁ ନିରାକାରଣ ପାଇଁ ନିଆଯାଇଥିବା ସମସ୍ତ ପଦକ୍ଷେପ ବିଷୟରେ କହିଥିଲେ ।

ଏହା ମଧ୍ୟ ପଢନ୍ତୁ-ଡେଙ୍ଗୁ ନିୟନ୍ତ୍ରଣ ପାଇଁ ମାଷ୍ଟର ପ୍ଲାନ୍‌ ନୁହେଁ ବିଏମସିର ମିଷ୍ଟେକ୍‌ ପ୍ଲାନ: ବିଜେପି

କିନ୍ତୁ ଏତେ ସଚେତନତା ଓ ନିରାକରଣ ପରେ ବି ଡେଙ୍ଗୁ ନିୟନ୍ତ୍ରଣରେ ନାହିଁ ଓ ରାଜଧାନୀରେ ଡେଙ୍ଗୁ ସ୍ଥିତି ଭଲ ନଥିବା କହିଥିଲେ ବିଜେପି କର୍ପୋରେଟର । ଏଥିରେ ସ୍ୱର ମିଶାଇଥିଲେ କିଛି ଶାସକ ଦଳର କର୍ପୋରେଟର ମଧ୍ୟ । ଡେଙ୍ଗୁ ଯୋଗୁଁ ଲୋକଙ୍କ ଜୀବନ ଯାଉଥିବା ବୋଲି ମତ ରଖିଥିଲେ । ଅନ୍ୟପଟେ ମେୟର କହିଥିଲେ ଯେ, ସଚେତନତା ପରେ ବି ଡେଙ୍ଗୁ ସଂଖ୍ୟା ବଢ଼ୁଥିବାରୁ ରକ୍ତ ନମୁନା ଅଧିକ ପରୀକ୍ଷା କରାଯାଉଛି । ତେଣୁ ରୋଗୀ ସଂଖ୍ୟା ସେହି ଅନୁପାତରେ ବୃଦ୍ଧି ପାଉଛି । ଫଳରେ ସେମାନଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି । ଡେଙ୍ଗୁ ରୋଗୀ ବୃଦ୍ଧି ପାଇବା ଆଶଙ୍କା କରି ଚନ୍ଦ୍ରଶେଖରପୁର, ଡୁମୁଡୁମା ଓ ନୟାପଲ୍ଲୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱତନ୍ତ୍ର ବେଡ ଓ ରକ୍ତ ନମୂନା ପରୀକ୍ଷା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଅପରପକ୍ଷେ ଘର ଘର ଅଭିଯାନକୁ ଜୋରଦାର କରିବାକୁ ସମସ୍ତ କର୍ପୋରେଟରଙ୍କୁ କମିଶନର କହିଥିବା ମତ ରଖିଥିଲେ ମେୟର ।

ଅନ୍ୟପଟେ ଆସନ୍ତା ୨୮ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ଷ୍ଟାଡିୟମ ଠାରେ ସହରାଞ୍ଚଳ ଭୂମିହୀନଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ବଣ୍ଟନ କରିବେ । ଏହାପରେ ତିନୋଟି ଜୋନରେ ମଧ୍ୟ ସମାନ କାର୍ଯ୍ୟକ୍ରମ କରାଯିବ । ଏହିଦିନ ସମୁଦାୟ ୫୧ ହଜାର ହିତାଧିକାରୀ ଏହି ସହାୟତା ପାଇବାର ଯୋଜନା କରାଯାଉଛି ବୋଲି କହିଥିଲେ ମେୟର । କିନ୍ତୁ ଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରେ ନଥିବା କହିଥିଲେ ବିଜେପି କର୍ପୋରେଟର କରିଥିଲେ । କାହାରି ନାମ କଟି ନାହିଁ, କି କଟିବ ନାହିଁ । ସେଗୁଡିକ ପେଣ୍ଡିଂ ରହିଛି । ସରକାରଙ୍କ ନିୟମ ଅନୁସାରେ ଯୋଗ୍ୟ ହିତାଧିକାରୀ ନିଶ୍ଚିତ ଜାଗା ପାଇବେ ବୋଲି କମିଶନର ସ୍ପଷ୍ଟ କରିଦେଇଛନ୍ତି ବୋଲି ମତ ରଖିଥିଲେ ମେୟର ।

କିନ୍ତୁ ମେୟରଙ୍କ ଉତ୍ତରରେ ସନ୍ତୁଷ୍ଟ ହୋଇପାରିନଥିଲେ ବିଜେପି କର୍ପୋରେଟର । ଚୟନରେ ଚଞ୍ଚକତା ହେବା ସହ ଯୋଗ୍ୟ ହିତାଧିକାରୀଙ୍କ ନାମ ଜାଣିଶୁଣି କାଟି ଦିଆଯାଉଛି ବୋଲି ବିଜେପି କହିଛି । ଖାଲି ସେତିକି ନୁହେଁ ଜମିବଣ୍ଟନ ସହ ଭତ୍ତା ବଣ୍ଟନକୁ ନେଇ ଉଭୟ ବିଜେପି ଓ ବିଜେଡି କର୍ପୋରେଟର ମୁହାଁମୁହିଁ ହୋଇଥିଲେ । ଏହାରି ଭିତରେ ବୈଠକ ଶେଷ ହେଲା କହି କମିଶନର ଓ ଅତିରିକ୍ତ କମିଶନର ଉଠିଆସିଥିଲେ । କିନ୍ତୁ ବୈଠକ ଶେଷ ପରେ ବି କୌଣସି ବିଜେପି କର୍ପୋରେଟର ଅଭିଯୋଗ କି ପ୍ରସ୍ତାବ ରଖିନଥିଲେ । ଲୋକଙ୍କ ସମସ୍ୟା ଆଲୋଚନା ପାଇଁ ବୈଠକ ହେଉଥିବା ବେଳେ ମେୟରଙ୍କ ଉତ୍ତରରେ ସନ୍ତୁଷ୍ଟ ନହୋଇ ରାଗିଯାଇଥିଲେ ବିଜେପି କର୍ପୋରେଟର । ତେଣୁ ଆଗାମୀ ଦିନରେ ଏଭଳି ସ୍ଥିତି ଉପୁଜିଲେ ଆମେ କର୍ପୋରେସନ ବୈଠକ ବର୍ଜନ କରିବୁ ବୋଲି ଚେତାବନୀ ଦେଇଥିଲେ ବିଜେପି କର୍ପୋରେଟର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.