ETV Bharat / state

BMC ଅଧିକାରୀ ଓ କର୍ପୋରେଟର ଭିତରେ ରହୁନି ସମ୍ପର୍କ, ବସିଲା ସମନ୍ୱୟ ବୈଠକ

author img

By

Published : May 24, 2023, 12:45 PM IST

ବିଏମସିର ଅଧିକାରୀ ଓ କର୍ପୋରେଟର ଭିତରେ ରହୁନି ସମନ୍ବୟ । କର୍ପୋରେସନ ବୈଠକ ପୂର୍ବରୁ ବିଏମସିର ସମନ୍ୱୟ ବୈଠକ ବସିଛି ।

BMC coordination meeting
BMC ଅଧିକାରୀ ଓ କର୍ପୋରେଟର ଭିତରେ ରହୁନି ସମ୍ପର୍କ

ଭୁବନେଶ୍ବର: ବିଏମସିର ଅଧିକାରୀ ଓ କର୍ପୋରେଟର ଭିତରେ ରହୁନି ସମନ୍ବୟ । ସମସ୍ୟାର ସମାଧାନ କର୍ପୋରେସନ ବୈଠକ ପୂର୍ବରୁ ବସିଲା ସମନ୍ବୟ ବୈଠକ । ବିଏମସିର ଅଧିକାରୀ ଓ କର୍ପୋରେଟର ଭିତରେ ସମନ୍ବୟ ରହୁନଥିବାରୁ ଲୋକଙ୍କ ସମସ୍ୟାର ହୋଇପାରୁନି । କର୍ପୋରେସନ ବୈଠକରେ ବି ସରୁନି କର୍ପୋରେଟରଙ୍କ ସମସ୍ୟା । ସମୟର ଅଭାବ ପାଇଁ ଏହାକୁ ତ୍ଵରାନିତ୍ଵ କରାଯାଇ ନଥିବାରୁ ଲୋକଙ୍କ ପାଖକୁ ମେୟର ଯିବା ସମୟରେ ପ୍ରଶ୍ନ ବାଣରେ ଛନ୍ଦି ହେଇଯାଉଛନ୍ତି । ଏହାର ସମାଧାନ ପାଇଁ ବିଏମସିର ଅନ୍ତରୀଣ ବୈଠକ ବସିଛି ।

ଆସନ୍ତା ମେ ୩୧ରେ ବିଏମସିର କର୍ପୋରେସନ ବୈଠକ ବସିବ । ଏହା ପୂର୍ବରୁ ବିଏମସିର ଏକାମ୍ର ହଲରେ ସମନ୍ଵୟ ବୈଠକ ହୋଇଛି । କାରଣ କର୍ପୋରେସନ ବୈଠକ ସମସ୍ୟା ଅଧିକ ବା ପ୍ରଶ୍ନ ଅଧିକ ହେଉଥିବା ବେଳେ ଏହାର ସ୍ବଳ୍ପ ସମୟରେ ସମାଧାନର ସୂତ୍ର ବାହାରିପାରୁନି । ପାଟିତୁଣ୍ଡ ହୋ ହଲ୍ଲା ଭିତରେ ବୈଠକ ସରିଯାଉଛି । ଏହାଦ୍ବାରା ସମୟର ବ୍ୟବଧାନ ମଧ୍ୟ କମିଯାଉଛି ତେଣୁ କର୍ପୋରେଟରମାନେ ସେମାନଙ୍କର ୱାର୍ଡର ସମସ୍ୟା ଉପସ୍ଥାପନା କରିପାରୁନାହାନ୍ତି । ଏଥିପାଇଁ ୱାର୍ଡରେ ଦିନେ କାର୍ଯ୍ୟକ୍ରମରେ ଯେତେବେଳେ ବିଏମସି ମେୟର ଓ କମିଶନର ଯାଉଛନ୍ତି ସେହି ସମୟରେ ସେମାନେ ପ୍ରଶ୍ନ ବାଣରେ ଛନ୍ଦି ହେଇଯାଉଛନ୍ତି । ଏହାର ସମାଧାନ ଦିଗରେ ପଦକ୍ଷେପ ନେଇ ସମସ୍ତ କର୍ପୋରେଟରଙ୍କୁ ନେଇ ଅନ୍ତରୀଣ ବୈଠକ ହୋଇଯାଇଛି ।

ବୈଠକକୁ ନେଇ କର୍ପୋରେଟର କହିଛନ୍ତି, "ଯେତେବେଳେ କର୍ପୋରେସନ ବୈଠକ ହେଉଛି ସେତେବେଳେ ଗୋଟେ ଦିନରେ ସବୁ ସମସ୍ୟା ସାମଧାନ ହୋଇପାରୁନାହିଁ । ତେଣୁ ତାହା ପୂର୍ବରୁ କିଭଳି ଅଧିକରୁ ଅଧିକ ସମସ୍ୟାର ସମାଧାନ ହେବ ଆଉ ବିଏମସି ଅଧିକାରୀଙ୍କ ସହ ସମନ୍ବୟ ରହି କାର୍ଯ୍ୟ ହେବ ସେ ନେଇ ସମସ୍ତ କର୍ପୋରେଟରଙ୍କୁ ନେଇ ସମନ୍ଵୟ ବୈଠକ ହୋଇଛି । ୬୭ କର୍ପୋରେଟରଙ୍କର ପ୍ରାୟ ୧୦ରୁ 12ଟି ସମସ୍ୟା ନିଜ ୱାର୍ଡର ରହୁଛି । ସେହିପରି ସମୟରେ ସବୁ ସମସ୍ୟାର ସମାଧାନ ସମ୍ଭବ ହେଇପାରୁନି । ଏଥିପାଇଁ ୪ ଦିନର ଆବଶ୍ୟକ ଥିବା ବେଳେ ବୈଠକରେ ସମୟର ଅଭାବ ରହୁଛି । ତେଣୁ ଲୋକ କିଭଳି ଅଧିକରୁ ଅଧିକ ଉପକୃତ ହେବେ ସେନେଇ ସମୟକୁ ଗୁରୁତ୍ବ ଦେଇ ସମସ୍ୟା ଉପସ୍ଥାପନା ଓ ତାର ସମାଧାନ ଦିଗରେ କାର୍ଯ୍ୟ ପାଇଁ ଏହି ବୈଠକ ହୋଇଛି ।''

ବିଏମସି ମେୟର ସୁଲୋଚନା ଦାସ ଆହୁରି କହିଛନ୍ତି, ''ଏହା ହେଉଛି ଏକ ସମୀକ୍ଷା ବୈଠକ । ଯେଉଁଠି ୱାର୍ଡର ସମସ୍ୟା ନେଇ ବିଶେଷ କରି ବର୍ଷା ଦିନ ଆସୁଥିବାରୁ ଡ୍ରେନେଜ କାମ ବିଷୟରେ ଆଲୋଚନା ହୋଇଛି । ସବୁଠାରୁ ବଡ କଥା ହେଉଛି ୱାର୍ଡକୁ ଚଳିତ ବର୍ଷ ବଜେଟର ଯେଉଁ ଅର୍ଥ ଯାଇଛି ତାହା କିଭଳି କେଉଁ କାର୍ଯ୍ୟରେ ଉପଯୋଗ ହେଉଛି ତାର ଏକ ସମୀକ୍ଷା ବୈଠକ । କେତେ କାମ ଆଗକୁ ଆଗେଇଛି ଆଉ କେତେ ରହିଛି ସେନେଇ ଆଲୋଚନା ହୋଇଛି । ଲୋକଙ୍କ ସମସ୍ୟା ତାର ସମାଧାନ ପାଇଁ ପ୍ରତିମାସରେ କର୍ପୋରେସନ ବୈଠକ ହେଉଛି । ସମୟରେ କମ ହେବା କଥା ଠିକ ନୁହେଁ ଗୋଟେ ଦିନ ପୁରା ମିଳୁଛି ତେଣୁ ସମସ୍ତେ ସେମାନଙ୍କର ଅଭିଯୋଗ କହିପାରିବେ ।''

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.