ETV Bharat / state

ପୂଜା ପୂର୍ବରୁ ଗର୍ଜିଲେ ସଫେଇ କର୍ମଚାରୀ, ଘେରିଲେ BMC କାର୍ଯ୍ୟାଳୟ

author img

By ETV Bharat Odisha Team

Published : Oct 5, 2023, 7:57 AM IST

BMC କାର୍ଯ୍ୟାଳୟ ଘେରିଲେ ସଫେଇ କର୍ମଚାରୀ । ଦରମା ଓ ବୋନସ ଟଙ୍କାକୁ ପ୍ରଦାନ କରିବା ପାଇଁ ଦାବି । ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ ଚେତାବନୀ । ଅଧିକ ପଢନ୍ତୁ

ପୂଜା ପୂର୍ବରୁ ତାତିଲେ ସଫେଇ କର୍ମଚାରୀ ,ଘେରିଲେ ବିଏମସି

ଭୁବନେଶ୍ବର:ପୂଜା ପୂର୍ବରୁ ତାତିଲେ ସଫେଇ କର୍ମଚାରୀ । ଦରମା ଓ ବୋନସ ଟଙ୍କାକୁ ନେଇ ବିଏମସି କାର୍ଯ୍ୟାଳୟ ଘେରିବା ସହ କରିଲେ ହାଲାବୋଲ । ବିଏମସି ଅଫିସ ସମ୍ମୁଖରେ ଟାୟାର ଜାଳି ରାସ୍ତାରୋକ କରି ଓଧାରଣାରେ ବସି ରହିଲେ ସଫେଇ କର୍ମଚାରୀ । ଭୁବନେଶ୍ୱର ସହିଦ ନଗର ସତ୍ୟନଗର ବାପୁଜୀ ନଗର ଭଳି ବଡବଡ ଅଞ୍ଚଳ ସଫେଇ କର୍ମଚାରୀମାନେ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ।

ସଫେଇ କର୍ମଚାରୀଙ୍କ ଅଭିଯୋଗ ମୁତାବକ ସଫେଇ କାର୍ଯ୍ୟକୁ ତ୍ଵରାନିତ୍ଵ କରୁଥିବା ନୂଆ ସଂସ୍ଥା ଆୟାର୍ଲ୍ୟାଣ୍ଡ ବିଏମସିର ସମସ୍ତ ଚାକିରୀ ସର୍ତ୍ତାବଳୀକୁ ଅବମାନନା କରୁଛି । ଠିକ ଭାବରେ ଦରମା ଦେଉନଥିବା ବେଳେ ସଫେଇ କରିବାକୁ ଝାଡୁ ମଧ୍ୟ ଦିଆଯାଉନଥିବା ଅଭିଯୋଗ କରାଯାଉଛି । ଏପରିକି ଇପିଏଫ ଇଏସଆଇ ୦ ବର୍ଷ ହେଲା ପୁରୁଣା ସଂସ୍ଥା ଜାଗୃତି ଦେଇନଥିବା ବେଳେ ଏହି ସଂସ୍ଥା ବି ଦେଉନାହିଁ । ପୂଜାରେ ବୋନସ୍‌ ସହ ଅନ୍ୟାନ ସୁବିଧା ସୁଯୋଗ ମଧ୍ୟ ନାହିଁ । ତେଣୁ ସଫେଇ କାର୍ଯ୍ୟରେ ଅନେକ ସମସ୍ୟା ଦେଖାଯାଉଛି । ସର୍ତ୍ତାବଳୀ ଆନୁଯାୟୀ କୌଣସି ସୁବିଧା ସୁଯୋଗ ପାଉନଥିବା ଥିବାରୁ ସଫେଇ କର୍ମଚାରୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସଫେଇ କର୍ମଚାରୀଙ୍କ ପାଇଁ ବିଏମସି ବା ସରକାର ଯେଉଁ ସୁବିଧା ରଖିଛନ୍ତି ତାହା ମିଳୁନାହିଁ । ବର୍ତ୍ତମାନର ମହଙ୍ଗା ଯୁଗରେ ପରିବାର କିଭଳି ଚଳିବ ସେନେଇ ପ୍ରଶ୍ନ କରିଛନ୍ତି ସଫେଇ କର୍ମଚାରୀ ।

ଅନ୍ୟପଟେ ସଫେଇ କର୍ମଚାରୀଙ୍କ ସମସ୍ୟାକୁ ନେଇ ଆୟାର୍ଲ୍ୟାଣ୍ଡ ଠିକାଦାର ଓ ଜାଗୃତି ଠିକାଦାରଙ୍କୁ ଏନେଇ ଜଣେଇଥିଲେ ମଧ୍ୟ ଏହାର ସମାଧାନ ହେଉନଥିବା ଅଭିଯୋଗ ହୋଇଛି । ଠିକାଦାରମାନେ ଗରିବ ସଫେଇ କର୍ମଚାରୀଙ୍କୁ ଠକି ଚାଲିଛନ୍ତି । ଏଣୁ ବର୍ତ୍ତମାନ କାମ ହାତକୁ ନେଇଥିବ ନୂଆ ସଂସ୍ଥା ଆଇନ୍ ଅନୁସାରେ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାସହ ୨୦ ବର୍ଷର ଇଏସଆଇ ପ୍ରଦାନ କରିବାକୁ ଦାବି ହୋଇଛି ।

ଏହା ମଧ୍ୟ ପଢନ୍ତୁ....ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି, ବଢ଼ିଲା ଶ୍ରମିକଙ୍କର ଦୈନିକ ମଜୁରୀ

ଏହି ଦାବି ବିଷୟରେ ଠିକାଦାରମାନେ ଗତ 21 ତାରିଖରେ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ଏଦିଗରେ କୌଣସି ନିଷ୍ପତି ନିଆଯାଇନାହିଁ କି କମିଶନର ଓ ମେୟର ବି ଆମ ସମ୍ୟା ସାମାଧାନ କରିନଥିବା ଅଭିଯୋଗ କରିଛନ୍ତି । ଏଣୁ ୭ ଦିନ ମଧ୍ୟରେ ଆଲୋଚନା କରି ଦାବିଗୁଡିକର ସମାଧାନ କରିବା ପାଇଁ ଦାବି କରିଛନ୍ତି । ନଚେତ୍‌ ଆସନ୍ତା 10 ତାରିଖଠାରୁ ସମ୍ପୂର୍ଣ୍ଣ କାମ ବନ୍ଦ କରି ଏଭଳି ଧାରଣାରେ ବସିବେ ଓ ଆନ୍ଦୋଳନ କରିବାକୁ ସଫେଇ କର୍ମଚାରୀ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ ,ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.