ETV Bharat / state

ଜଳବନ୍ଦୀ ସମସ୍ୟା ସମଧାନକୁ ନେଇ ସମନ୍ୱୟ ବୈଠକ ଅନୁଷ୍ଠିତ

ଜଳବନ୍ଦୀ ସମସ୍ୟା ସମଧାନକୁ ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ସମନ୍ୱୟ ବୈଠକ ଅନୁଷ୍ଠିତ । ଅଧିକ ପଢନ୍ତୁ

author img

By

Published : Jul 19, 2023, 3:10 PM IST

BMC called coordinating meeting
BMC called coordinating meeting
BMC called coordinating meeting

ଭୁବନେଶ୍ବର: ଏଣିକି ଅଫିସ ନୁହେଁ ଫିଲଡ ଯାଅ ଓ କ୍ଷେତ୍ର ପରିଦର୍ଶନ କରି ବାସ୍ତବ ସ୍ଥିତି ଜାଣି ତାର ସମାଧାନ କର। ଭୁବନେଶ୍ୱର ମହାନଗର ନିଗମ ଅଂଚଳର ଉପୁଜୁଥିବା ଜଳବନ୍ଦୀ ସମସ୍ୟା ଓ ତାର ମୁକାବିଲା ପାଇଁ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଏଭଳି ତାଗିଦ କରିଛନ୍ତି ବିଏମସି କମିଶନର । ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର କେତେକ ସ୍ଥାନରେ ଉପୁଜୁଥିବା ଜଳବନ୍ଦୀ ସମସ୍ୟା ସମଧାନକୁ ନେଇ ବିଏମ୍‌ସି ମୁଖ୍ୟାଳୟସ୍ଥିତ ହୋଇଥିବା ସମନ୍ୱୟ ବୈଠକରେ ଅଧିକାରୀମାନଙ୍କୁ ଏଭଳି ତାଗିଦ କରିଛନ୍ତି କମିଶନର । ତେବେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ଏବେ ମୌସୁମୀ ଜନିତ ବର୍ଷା ଆରମ୍ଭ ହୋଇ ଯାଇଥିବାରୁ ମହାନଗର ନିଗମ ଅଞ୍ଚଳର ଲୋକେ ଯେପରି ଜଳବନ୍ଦୀର ସମ୍ମୁଖୀନ ନହୁଅନ୍ତି କିମ୍ବା ଯେଉଁଠି ଜଳବନ୍ଦୀ ହେବ ସେ ସ୍ଥାନଗୁଡିକରୁ କିପରି ତୁରନ୍ତ ଜଳ ନିଷ୍କାସନ କରାଯାଇପାରିବ ସେ ସମ୍ପର୍କରେ ଆଲୋକପାତ କରିଥିଲେ ମେୟର । ପୂର୍ବରୁ ବିଏମ୍‌ସି ଅଞ୍ଚଳରେ ପ୍ରାୟ ୭୦ଟି ଜଳବନ୍ଦୀ ସମ୍ବେଦନଶୀଳ ସ୍ଥାନ ରହିଥିବା ବେଳେ ଏବେ ତାହା ୩୨କୁ ହ୍ରାସ କରାଯାଇ ପାରିଛି । ସେହିସବୁ ସ୍ଥାନରେ ଜଳବନ୍ଦୀ ପରିଚାଳନା ପାଇଁ ମହାନଗର ନିଗମ ପକ୍ଷରୁ ଅଧିକ କ୍ଷମତା ସମ୍ପନ୍ନ ପମ୍ପ୍‌ସେଟ୍ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ମହାନଗର ନିଗମରେ ଥିବା ଡ୍ରେନ୍‌ଗୁଡ଼ିକ ମଧ୍ୟରେ କେବଳ ବିଏମ୍‌ସି ନୁହେଁ, ଆର୍ ଆଣ୍ଡ ବି, ଜାତୀୟ ରାଜପଥ ପ୍ରାଧିକରଣ ଓ ଇଡ୍‌କୋର ମଧ୍ୟ ଅନେକ ଡ୍ରେନ୍‌ ରହିଛି । ସେମାନେ ସଠିକ ଓ ସମ୍ପୂର୍ଣ୍ଣ ଭାବେ ଡ୍ରେନ୍‌ଗୁଡିକୁ ସଫା କରିନାହାଁନ୍ତି ଏବଂ ଅନେକ ମୁକୁଳା ଡ୍ରେନ୍‌ ରହିଛି ବୋଲି ନିଜ କ୍ଷେତ୍ର ପରିଦର୍ଶନ ଅଭିଜ୍ଞତା ଦର୍ଶାଇଥିଲେ ମେୟର ।

କୌଣସି ସ୍ଥାନରେ ଜଳବନ୍ଦୀ କିମ୍ବା ଦୁର୍ଘଟଣା ଘଟିଲେ, ଲୋକେ ବିଏମ୍‌ସିକୁ ଦୋଷାରୋପ କରୁଛନ୍ତି । ତେଣୁ ତୁରନ୍ତ ସେ ସବୁ ଡ୍ରେନ୍‌ଗୁଡ଼ିକୁ ସଫା କରିବା ସହ ମୁକୁଳା ଡ୍ରେନ୍‌ଗୁଡିକ ଉପରେ ସ୍ଲାବ୍‌ କିମ୍ବା ବ୍ୟାରିକେଡ୍‌ କରିବାକୁ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଉକ୍ତ ବୈଠକରେ ବିଏମ୍‌ସି ମେୟର ପରାମର୍ଶ ଦେଇଛନ୍ତି । ଏହାସହ କର୍ମଚାରୀମାନଙ୍କ ନିୟମିତ ରିପୋର୍ଟ ଦେଖିବା ସହ ନିଜେ କ୍ଷେତ୍ର ପରିଦର୍ଶନ କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରି ଜୋନାଲ ଡେପୁଟି କମିଶନର ଓ ଇଞ୍ଜିନିୟରମାନେ ପଦକ୍ଷେପ ନିଅନ୍ତୁ । ଯେଉଁଠାରେ ଖୋଲା ଅବସ୍ଥାରେ ରହିଛି, ସେ ଡ୍ରେନ୍‌ଗୁଡ଼ିକୁ ସ୍ଲାବ୍‌ ପକାଇ ବନ୍ଦ କରନ୍ତୁ କିମ୍ବା ସେଠାରେ ବ୍ୟାରିକେଡ୍‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନର । ସେହିପରି ଡ୍ରେନ୍‌ଗୁଡିକ କ୍ରମାଗତ ଭାବେ ସଫା ହେଉଛି କି ନାହିଁ, ସେ ସମ୍ପର୍କରେ ମଧ୍ୟ ନିଜେ ଅନୁଧ୍ୟାନ କରନ୍ତୁ ବୋଲି କହିଛନ୍ତି ।

ଅନ୍ୟପଟେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ଆଗାମୀ ଦିନରେ ବର୍ଷା ବୃଦ୍ଧି ପାଇବ ବୋଲି ସୂଚନା ଦିଆଯାଇଛି । ତେଣୁ ବିଏମ୍‌ସି ଅଧିକାରୀ, କର୍ମଚାରୀଙ୍କ ସମେତ ଆର୍ ଆଣ୍ଡ ବି, ଇଡ୍‌କୋ, ଏନ୍‌ଏଚ୍ ଆଇ, ୱାଟକୋ, ଆଦିର କର୍ମଚାରୀ ସଜାଗ ରହିବାକୁ ନିର୍ଦେଶ ଦେଇଛନ୍ତି କମିଶନର । ଯଦି ସେମାନେ କଂଟ୍ରୋଲରୁମ ଖୋଲି ନାହାଁନ୍ତେ, ତେବେ ସେମାନେ ବିଏମ୍‌ସି କଂଟ୍ରୋଲରୁମ୍‌କୁ ନିଜର ନୋଡାଲ ଅଫିସର ପଠାନ୍ତୁ । ସେମାନେ ସିଧାସଳଖ ଲୋକମାନଙ୍କର ଅଭିଯୋଗ ଶୁଣି, ତତ୍‌କ୍ଷାଣତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି କମିଶନର ।

ଏହା ମଧ୍ୟ ପଢନ୍ତୁ- ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ: ଦାୟିତ୍ୱରେ ଅବହେଳା ହେଲେ କଡା କାର୍ଯ୍ୟାନୁଷ୍ଠାନ

ସେପଟେ ବିଏମସିକୁ ଜଳବନ୍ଦୀ ଚିନ୍ତା ହୋଇଥୁବାରୁ ସେ ଏଭଳି ସମନ୍ବୟ ବୈଠକ ଡାକି ଜଳବନ୍ଦୀ ଏଡ଼ାଇବାକୁ ଫୋକସ କରିଛନ୍ତି । କାରଣ ରାଜ୍ୟରେ ଏବେ ମୌସୁମୀ ସକ୍ରିୟ ରହିଛି। ଗତ ୩ ଦିନ ହେବ ରାଜ୍ୟରେ ଭାରି ବର୍ଷା ରେକର୍ଡ ହୋଇଥିବା ବେଳେ ଶନିବାର ରାଜଧାନୀ ଭୁବନେଶ୍ବରକୁ ଭାରି ଜଳବନ୍ଦୀର ସମ୍ମୁଖୀନ ହେବାକୁ ପଡ଼ିଛି। ଏନେଇ ସମସ୍ତ ବିଭାଗ ସହ କିପରି ସମନ୍ବୟ ରଖାଯିବା ସହ ଡ୍ରେନ୍‌ ସଫେଇ କରାଯାଇ ଜଳବନ୍ଦୀ ସମସ୍ୟାକୁ ଏଡ଼ାଯାଇ ପାରିବ ସେନେଇ ଏହି ବୈଠକରେ ଆଲୋଚନା ହୋଇଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.