ETV Bharat / state

ଆଉ ଅପରିଷ୍କାର ଦିଶିବନି BMC ଓମଫେଡ, ଚକାଚକ୍‌ ଡିଜାଇନରେ ହେବ ନୂଆ ଷ୍ଟଲ - ଓମଫେଡ ବୁଥରେ ସର୍ଭେ

BMC OMFED renovation: ଆଉ ଅପରିଷ୍କାର ଦିଶିବନି BMC ଓମଫେଡ । ବିଏମସି ବିଡ଼ିଏ ଓ ଜିଏ ବିଭାଗ ଆରମ୍ଭ କଲା ସର୍ଭେ । ଅଧିକ ପଢନ୍ତୁ

BMC OMFED renovation
BMC OMFED renovation
author img

By ETV Bharat Odisha Team

Published : Dec 18, 2023, 9:57 PM IST

Updated : Dec 18, 2023, 10:17 PM IST

ଆଉ ଅପରିଷ୍କାର ଦିଶିବନି BMC ଓମଫେଡ, ଚକାଚକ୍‌ ଡିଜାଇନରେ ହେବ ନୂଆ ଷ୍ଟଲ

ଭୁବନେଶ୍ବର: ସରସ ସୁନ୍ଦର ହେଉଛି ଭୁବନେଶ୍ବର । ରାସ୍ତାଘାଟ ଚାରିପାଖ ଚକାଚକ୍ । ନୂଆ ନୂଆ ଫୁଲ ଗଛ ସାଙ୍ଗକୁ ନୂଆ ଡିଜାଇନର ସାଜସଜ୍ଜା । ସ୍ମାର୍ଟସିଟି ସହର ଧିରେ ଧିରେ ନେଉଛି ନୂଆ ରୂପ । ଟ୍ରାଫିକ ପୋଷ୍ଟଠାରୁ ଆରମ୍ଭ କରି ବସ ଷ୍ଟପ ସବୁ କିଛି ହେଲେ ଏହାରି ଭିତରେ ପୁରୁଣା ହୋଇ ଠିଆ ହୋଇଛି ସହରର ଅନେକ ବିଏମସି ଓମଫେଡ ଷ୍ଟଲ । ହେଲେ ଆଉ ଅପରିଷ୍କାର ଦିଶିବ ନାହିଁ ବିଏମସି ଓମଫେଡ । ବିଏମସି ବିଡ଼ିଏ ଓ ଜିଏ ବିଭାଗର ଅଧିକାରୀ ଅନେକ ଓମଫେଡ ବୁଥକୁ ଆସି ସର୍ଭେ ଆରମ୍ଭ କରିଥିବା ବେଳେ ଖୁବଶୀଘ୍ର ଏହା ସୁନ୍ଦର ରୂପ ନେବ ।

ବିଏମସି ଓମଫେଡ ଷ୍ଟଲ ଯେଉଁଠି ସକାଳ ହେଲେ ଲୋକଙ୍କ ଲାଗେ ଚା' ଖାଇବାକୁ ଗହଳି ଚହଳି । ଆଉ କ୍ଷୀର ଦହି ଓ ଖୁଆ ନେବାକୁ ଲୋକଙ୍କ ଅସମ୍ଭାଳ ଭିଡ଼ । ତେବେ ୧୯୯୮ ମସିହାରୁ ତିଆରି ହୋଇଥିବା ଓମଫେଡ ଷ୍ଟଲ ଗୁଡିକର ଡିଜାଇନ ଏବେ ଧିରେ ଧିରେ ଅପରିଷ୍କାର ହେବାକୁ ଲାଗିଲାଣି । କେଉଁଠି ମରାମତି ଅଭାବରୁ ତ କେଉଁଠି ଦୋକାନୀଙ୍କ ଦୋକାନ ବଢ଼ାଇବାକୁ ଆଗକୁ ପଛକୁ ବଢାଇ ଅସୁନ୍ଦର ପରି ଦିଶିଲାଣି । ଏହାରି ଭିତରେ ଅନେକ ରାସ୍ତା ପ୍ରଶସ୍ତିକରଣ, ଜବରଦଖଲ ଉଚ୍ଛେଦ ବେଳେ ଅନେକ ବିକାଶମୂଳକ କାର୍ଯ୍ୟ ପାଇଁ ମଧ୍ୟ ଅନେକ ଷ୍ଟଲ ଭଙ୍ଗା ହୋଇଛି । ହେଲେ ଏହାରି ଭିତରେ ବିଏମସି ଓ ବିଡିଏ ସହ ଜିଏ ଡିପାର୍ଟମେଣ୍ଟର ଏବେ ସର୍ଭେ ବିଏମସି ଓମଫେଡ ଷ୍ଟଲ ବ୍ୟବସାୟୀଙ୍କ ମଧ୍ୟରେ ଏକ ନୂଆ ଆଶା ସଞ୍ଚାର‌ କରିଛି ।

ଏହା ବି ପଢନ୍ତୁ- ଗୁଟଖା ବିକିଲେ ତଣ୍ଡ ଗଣିବେ OMFED ଦୋକାନୀ : BMC କମିଶନର

କାରଣ ସହରର ସୌନ୍ଦର୍ଯ୍ୟ ସହ ତାଳ ମିଳାଇ ଏବେ ବିଏମସିର ଓମଫେଡ ଷ୍ଟଲ ନୂଆ ରୂପାନ୍ତରୀକରଣ ପାଇଁ ଯୋଜନା ଚାଲିଛି ବୋଲି ସର୍ଭେ ହେଉଛି । ଏନେଇ ଚାକଚକ୍ୟ ସହରରେ କିପରି ଓମଫେଡ ଷ୍ଟଲଗୁଡିକ ଚକାଚକ ଦିଶିବ, ମନ୍ଦିର ମାଳିନୀ ସହରର ଓମଫେଡ ଷ୍ଟଲ ବିଦେଶର ଆଉଟଲେଟ ପରି ଦେଖାଯିବ ସେନେଇ ଏକ ସର୍ଭେ ଆରମ୍ଭ ହୋଇଛି । ଏନେଇ ଏକ ମିଳିତ ଟିମ ବିଏମସି ବିଡ଼ିଏ ଓ ଜିଏ ବିଭାଗର ଅଧିକାରୀ ଅନେକ ଓମଫେଡ ବୁଥକୁ ଆସି ଏନେଇ ସର୍ଭେ ଆରମ୍ଭ କରିଛନ୍ତି । ସେମାନେ ଓମଫେଡ ବୁଥ କାହା ନାଁରେ ରହିଛି ? ମାଲିକ ସେହି ବୁଥ ଚଳାଉଛନ୍ତି କି ନାହିଁ ? ଏପରିକି ଆଉ କିଏ ଭଡ଼ାରେ ନେଇ ଚଳାଉଛନ୍ତି କି ? ସେଠାକାର ସ୍ଥିତି କିପରି ରହିଛି ? ପୂର୍ବ ନିର୍ଦ୍ଧାରିତ ଜାଗାରେ ଅଛି ନା ଭାଙ୍ଗିରୁଜି ଯାଇଛି ? ଏଭଳି ଅନେକ ଦିଗକୁ ନେଇ ବିଏମସି ବିଡ଼ିଏ ଓ ଜିଏ ବିଭାଗର ଅଧିକାରୀ ଏହାର ତଦାରଖ କରିଛନ୍ତି ।

ସେପଟେ ଏଭଳି ସର୍ଭେକୁ ନେଇ ଭୁବନେଶ୍ବର ଓମଫେଡ ବ୍ୟବସାୟିକ ସଙ୍ଘ କିନ୍ତୁ ବେଶ ଖୁସିଥିବା ଜଣାପଡିଛି । କାରଣ ବସଷ୍ଟାଣ୍ଡ ଓ ଷ୍ଟାଡିୟମ ଭଳି ଯଦି ଓମଫେଡ ଷ୍ଟଲର ରୂପାନ୍ତରୀକରଣ ନିହାତି ଏକ ନୂଆ ରୂପ ନେବ । ବ୍ୟବସାୟୀଙ୍କ ପାଇଁ ବ୍ୟବସାୟ କରିବାରେ ଆହୁରି ସହାୟକ ହେବ । ଏଥିସହ ସହର ସୁନ୍ଦର ସହ ଏକ ଭିନ୍ନ ପରିଚୟ ସୃଷ୍ଟି କରିବ । ହେଲେ ଏନେଇ ନିଜର ଦାବି ମଧ୍ୟ ଜଣାଇଛନ୍ତି । ସଙ୍ଘର ସଂଗଠନ ସମ୍ପାଦକ ପ୍ରଶାନ୍ତ କୁମାର ମହାନ୍ତି କହିଛନ୍ତି, "ବିଳମ୍ବରେ ହେଉ ପଛେ ନିହାତି ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । ଦୀର୍ଘ ୩୦ରୁ ୪୦ବର୍ଷ ହେବ ଆମେ କ୍ଷୀରଜାତ ଦ୍ରବ୍ୟ ବିକି ଆସୁଛୁ । ହେଲେ ହକି ଖେଳ ପରେ ଅନେକ ଥର ସରକାରଙ୍କ ସହ ବିଚାର ବିମର୍ଶ ପରେ ଏପରି ନିଷ୍ପତ୍ତି ନିଆଯାଇଛି। ତେଣୁ ନୂଆ ରୂପରେ ଥଇଥାନ କରାଯାଉ।"

ଏପରିକି ସର୍ବନିମ୍ନ ୧ ବର୍ଷ ପରିବର୍ତ୍ତେ ୫ବର୍ଷରୁ ଅଧିକ ଗ୍ରାଉଣ୍ଡ ଏଗ୍ରିମେଣ୍ଟ ଅନୁମତି ଦିଆଯାଉ ଏବଂ ଯେଭଳି ଲୋକଙ୍କ ଗହଳ ଚହଳ ସ୍ଥାନ ପବ୍ଲିକ ସ୍ଥାନରେ ଏଭଳି ରୂପାନ୍ତରୀକରଣ ଷ୍ଟଲ କରାଯାଉ । ନଚେତ ବିଏମସି କମିସନରଙ୍କ ରେଣ୍ଟାଲ କଲୋନୀରେ ଯେପରି ଗୋଟିଏ ଭେଣ୍ଡିଂ ଜୋନରେ ୩ଟି ବିଏମସି ଓମଫେଡ ବସିବ ବୋଲି ସେଭଳି ନିଷ୍ପତ୍ତି ନ ନିଆଯାଉ । ଠିକ ଠିକ ସ୍ଥାନରେ ପବ୍ଲିକ ଓମଫେଡ ଦିଆଗଲେ ଭଲ ବ୍ୟବସାୟ ସହ ବ୍ୟବସାୟୀ ଯେପରି ଚଳିପାରିବେ ସେ ଦିଗରେ ଧ୍ୟାନ ଦିଆଯାଉ । ତେବେ ୧୨୦୦ରୁ ଅଧିକ ବିଏମସି ଓମଫେଡ ରହିଥିଲା । କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଭାଙ୍ଗିରୁଜି ଓ ଉଚ୍ଛେଦ ପରେ ଏବେ ପ୍ରାୟ ୮୦୦ ଷ୍ଟଲ ବିଭିନ୍ନ ସ୍ଥାନରେ ରହିଛି । ଯେଉଁଠି କ୍ଷୀର, ଦହି ଓ ଖୁଆ ଭଳି ବିକିବାକୁ ଅନୁମତି ରହିଥିବା ବେଳେ ଏବେ ଫୁଡ ଲାଇସେନ୍ସ ଓ ଟ୍ରେଡ ଲାଇସେନ୍ସ ଦିଆଯାଇ ବିସ୍କୁଟ ଓ ଥଣ୍ଡା ଭଳି ଖାଦ୍ୟ ବିକ୍ରି ପାଇଁ ଅନୁମତି ନେଇ ବିକ୍ରି କରୁଥିବାର ନଜିର ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 18, 2023, 10:17 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.