ETV Bharat / state

SKOCH Award: ବିଏମସିକୁ ମିଳିଲା ସମ୍ମାନଜନକ ସ୍କଚ ଆୱାର୍ଡ

author img

By

Published : Jul 14, 2023, 1:13 PM IST

Updated : Jul 14, 2023, 1:39 PM IST

ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି)କୁ ସମ୍ମାନଜନକ ସ୍କଚ ଆୱାର୍ଡ ମିଳିଛି । ଉଲ୍ଲେଖନୀୟ ସେବା ପାଇଁ ବିଏମସିକୁ ଏହି ସମ୍ମାନ ମିଳିଛି । ଅଧିକ ପଢନ୍ତୁ

BMC bags skoch award
ବିଏମସିକୁ ମିଳିଲା ସ୍କଚ ଆୱାର୍ଡ
ବିଏମସିକୁ ମିଳିଲା ସମ୍ମାନଜନକ ସ୍କଚ ଆୱାର୍ଡ

ଭୁବନେଶ୍ବର: ବିଏମସିକୁ ମିଳିଲା ସମ୍ମାନଜନକ ସ୍କଚ ଆୱାର୍ଡ । ଭୁବନେଶ୍ୱର ମହାନଗର ନିଗମ (ବିଏମସି)କୁ ସମ୍ମାନଜନକ ସ୍କଚ ଆୱାର୍ଡ ମିଳିଛି । ବିଏମସିର ବୈପ୍ଲବିକ ଇଣ୍ଟିଗ୍ରେଟେଡ ସାନିଟେସନ ସିଷ୍ଟମ (ସଫା) ଭୁବନେଶ୍ୱର ଆପ ପାଇଁ ସ୍କଚ ପୁରସ୍କାର ବା ‘ସୁବର୍ଣ୍ଣ ମାନକ’ହାସଲ କରିବାକୁ ସକ୍ଷମ ହୋଇଛି । ଏହି ପୁରସ୍କାର ପାଇଁ ମହାନଗର ନିଗମବାସୀଙ୍କୁ ଶ୍ରେୟ ଦେଇଛନ୍ତି ବିଏମସି କର୍ତ୍ତୃପକ୍ଷ ।

ସହରୀ ପରିମଳ ସେବାରେ ନବସୃଜନ ଏବଂ ଉତ୍କର୍ଷତା ପାଇଁ ବିଏମସିର ଉଦ୍ୟମ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି ବୋଲି କହିଛନ୍ତି ବିଏମସି କମିଶନର । ସ୍ବଚ୍ଛ ଓ ସ୍ବାସ୍ଥ୍ୟକର ସହର ପାଇଁ ଭୁବନେଶ୍ୱରରେ ସହରୀ ପରିମଳ ସେବାକୁ ବୈପ୍ଳବିକ କରିବାରେ ସଫା ଆପର ଉଲ୍ଲେଖନୀୟ ଭୂମିକା ରହିଛି । ବିଏମସିର ଇଣ୍ଟିଗ୍ରେଟେଡ କମାଣ୍ଡ କଣ୍ଟ୍ରୋଲ ସେଣ୍ଟରରୁ ଏହି ଆପ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ନାଗରିକଙ୍କ ଅଭିଯୋଗର ସମାଧାନ କରିବାରେ ଏହା ବେଶ ସହାୟକ ହୋଇପାରିଛି । ତେବେ ସଫା ଭୁବନେଶ୍ୱର ଆପରେ ଆବର୍ଜନା ପୃଥକତା ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରାଯାଇ ପାରୁଛି । ଆପ୍ ଦକ୍ଷ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ପୁନଃବ୍ୟବହାରକୁ ପ୍ରୋତ୍ସାହିତ କରୁଛି । ସବୁଠାରୁ ବଡ କଥା ହେଉଛି ଏହି ଆପ ମାଧ୍ୟମରେ ଆପଣ ସିଧାସଳଖ ବିଏମର ଅଭିଯୋଗ କରାଯିବାର ବ୍ୟବସ୍ଥା ରହିଛି ।

ଏହାର ଡିଜିଟାଲ ରିପୋର୍ଟିଂ ଉପକରଣ ଗୁଡ଼ିକ ସମସ୍ତ ସ୍ଥାନ ତଥା ସମସ୍ୟା ଉପରେ ତତକ୍ଷଣାତ୍‌ ଅବଗତ କରାଇପାରୁଛି । ଏହା ସହିତ ଆପର କାର୍ଯ୍ୟକାରିତା ଡ୍ରେନ ସଫେଇ, ସ୍ବଚ୍ଛତା ମାନ ବଜାୟ ରଖିବା ଏବଂ ଜଳ ଜନିତ ରୋଗକୁ ରୋକିବାରେ ଯଥେଷ୍ଟ ଅବଦାନ ରହିଛି ବୋଲି ବିଏମସି ପକ୍ଷରୁ କୁହାଯାଇଛି । ରାଜଧାନୀବାସୀଙ୍କୁ ସଫା ଭୁବନେଶ୍ୱର ଆପ୍ ଡାଉନଲୋଡ କରିବାକୁ ମେୟର ସୁଲୋଚନା ଦାସ ଏବଂ କମିଶନର ବିଜୟ ଅମୃତା କୁଲାଙ୍ଗେ ପରାମର୍ଶ ଦେଇଛନ୍ତି । ବତ୍ତମାନ ୫୦ ହଜାରରୁ ଅଧିକା ୟୁଜର୍ସ ଏହି ଆପ ବ୍ୟବହାର କରୁଛନ୍ତି । ସଫା ଆପ ବ୍ୟବହାର ପରେ ବି ସହରରେ ଅନେକ ଗଳିକନ୍ଦିରେ ସଫା ହୋଇପାରୁନାହିଁ । ଗୋଟେ ପଟେ ସଫଳତା ମିଳିଥିବା ବେଳେ ଗଳି କନ୍ଦିରେ ସଫା ନେଇ ଲୋକମାନେ ଅଭିଯୋଗ କରିଛନ୍ତି ।

ଏହା ବି ପଢନ୍ତୁ...ସ୍ବେରେଜ ଟ୍ରିଟମେଣ୍ଟରେ ଜାତୀୟ ସ୍ତରରେ BMC ପୁରସ୍କୃତ

ଏହି ଅଭିଯୋଗକୁ ନେଇ ବିଏମସି କମିଶନର କହିଛନ୍ତି,'' ଅଣଓସାରିଆ ରାସ୍ତା ଯୋଗୁଁ ସଫେଇ ଗାଡି ଯାଇ ପାରୁନାହିଁ । ସେହି ଅଞ୍ଚଳରେ ଟ୍ରଲି ବ୍ୟବସ୍ଥା ଲାଗୁ କରାଯିବ । ଆଉ ସେହି ବ୍ୟବସ୍ଥାରେ ଗଳି ଗଳିକୁ ସଫା କରାଯିବ । ପୁରୁଣା ଭୁବନେଶ୍ୱରରେ ଏହି ଏହି ଟ୍ରଲି ସଫେଇ ଅଭିଯାନ ଆରମ୍ଭ ହୋଇଯାଇଛି । ସେଠାରେ ଅଧିକ ଅଣପ୍ରଶସ୍ତ ଅଞ୍ଚଳ ରହିଛି । ଏହାସହ ବାହାରେ ଅଳିଆ ନ ପକାଇବା ପାଇଁ ଅନୁରୋଧ । ଯଦି କେହି ବାହାରେ ପକାଉଛନ୍ତି ତେବେ ସେମାନଙ୍କଠୁ ଫାଇନ ଆଦାୟ ହେବ ।''

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 14, 2023, 1:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.