ETV Bharat / state

ED ଖୋଳତାଡ କଲେ ବଢିପାରେ ଅର୍ଚ୍ଚନାଙ୍କ ଅଡୁଆ, ଆର୍ଥିକ କାରବାରରେ ଫସିବେ ବଡବଡିଆ !

ନେତା ଓ ପ୍ରଶାସନିକ ଅଧିକାରୀଙ୍କ ସହ ଟଙ୍କା କାରବାର କରିଛନ୍ତି ଅର୍ଚ୍ଚନା । ଇଡି ଏହାର ତଦନ୍ତ କଲେ ଅର୍ଚ୍ଚନାଙ୍କ ଅୁଡ଼ୁଆ ବଢ଼ିପାରେ । ତେବେ ବର୍ତ୍ତମାନ ସୁଦ୍ଧା ଇଡି ହାତକୁ ମାମଲାର ଯାଇନାହିଁ । ଅଧିକ ପଢ଼ନ୍ତୁ

author img

By

Published : Oct 27, 2022, 8:44 PM IST

Updated : Oct 27, 2022, 9:53 PM IST

blackmailer Archana Nag tension may increase if ED will enquire of transactions
ED ଖୋଳତାଡ କଲେ ବଢ଼ିପାରେ ଅର୍ଚ୍ଚନା ନାଗଙ୍କ ଅଡ଼ୁଆ

ଭୁବନେଶ୍ବର: ବୁଢିଆଣି ଜାଲରେ ଛନ୍ଦି ହୋଇ ଯାଉଛି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା । ନୟାପଲ୍ଲୀ ଥାନାରେ ହୋଇଥିବା ଅଭିଯୋଗ ଆଧାରରେ ଯଦି ଅର୍ଚ୍ଚନାଙ୍କୁ ଜାମିନ ନମିଳେ ତେବେ ସେ ସେସନ୍‌ କୋର୍ଟକୁ ଯାଇପାରନ୍ତି । ହେଲେ ଇଡିର ଖୋଳତାଡ କଲେ ବଢିପାରେ ଅର୍ଚ୍ଚନା ନାଗଙ୍କ ଅଡୁଆ । ଖାଲି ଅର୍ଚ୍ଚନା ନୁହେଁ ଅର୍ଚ୍ଚନାଙ୍କ ସହ ମୋଟା ଅଙ୍କର ଅର୍ଥ କାରବାର କରିଥିବା ବଡ଼ିବଡ଼ିଆଙ୍କ ଅଡ଼ୁଆ ମଧ୍ୟ ବଢ଼ିପାରେ ବୋଲି ଆଲୋଚନା ହେଉଛି ।

ଖାରଜ ହେବ ଜାମିନ ଆବେଦନ !

ତଳ କୋର୍ଟରରେ ଅର୍ଚ୍ଚନାଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଏହାପରେ ସେ ସେସନ କୋର୍ଟରେ ଜାମିନ ପାଇଁ ଆବେଦନ କରି ପାରନ୍ତି । ତେବେ ସେଠାରେ ମଧ୍ୟ ଜାମିନ ଆବେଦନ ଖାରଜ ହୋଇପାରେ । କାରଣ ଅର୍ଚ୍ଚନାଙ୍କ ବିରୋଧରେ ଲାଗିଛି ସଙ୍ଗୀନ ଦଫା ।

ଏହାକୁ ନେଇ ବରିଷ୍ଠ ଆଇନଜୀବୀ ବନ ମହାନ୍ତି କହିଛନ୍ତି, "ତଳ କୋର୍ଟରେ ଯେଉଁ ଜାମିନ ଆବେଦନ ହୋଇଛି ତାହା ଖାରଜ । ଏହାପରେ ସେମାନେ ସେସନ କୋର୍ଟରେ ଆବେଦନ କରିବେ । ସେଠାରେ ମଧ୍ୟ ଜାମିନ ଆବେଦନ ଖାରଜ ହେବ । ଏହାପରେ ହାଇକୋର୍ଟରେ ଜାମିନ ଆବେଦନ କରି ପାରନ୍ତି ଅର୍ଚ୍ଚନା । ହାଇକୋର୍ଟରେ ତାଙ୍କୁ ଜାମିନ ମିଳିପାରେ ।"

ଇଡି ହାତକୁ ଯିବ ଅର୍ଚ୍ଚନା ମାମଲା !

ଅର୍ଚ୍ଚନା ବ୍ଲାକମେଲ୍‌ ଘଟଣା ଏକ ସମ୍ବେଦନଶୀଳ ମାମଲା । ଏହି ମାମଲା ଯଦି ଇଡି ହାତକୁ ଯାଏ ତେବେ ନିଶ୍ଚୟ ବଡ଼ବଡ଼ିଆଙ୍କ ନାମ ବାହାରିବ । ଅର୍ଚ୍ଚନା ଏତେ କମ୍‌ ସମୟ ମଧ୍ୟରେ ବିତ୍ତଶାଳୀ ହେଲେ କିଭଳି ତାହାକୁ ନେଇ ପ୍ରଶ୍ନ ଉଠିବ । କେଉଁମାନଙ୍କ ଟଙ୍କାରେ ଅର୍ଚ୍ଚନା ବିତ୍ତଶାଳୀ ହୋଇ ରାଜଧାନୀରେ ଜାଲ ବୁଣୁଥିଲେ । ଇଡି ହାତକୁ ମାମଲା ଗଲେ ଏହାକୁ ତଦନ୍ତ ହେବ । ତାହା ହେଲେ ହାଇକୋର୍ଟରୁ ମଧ୍ୟ ଅର୍ଚ୍ଚନାଙ୍କୁ ଜାମିନ ନମିଳିପାରେ ବୋଲି କହିଛନ୍ତି ବରିଷ୍ଠ ଓକିଲ ।

ଏତେ ବଡ ସାମ୍ରାଜ୍ୟ ଛିଡା କରିବା ପଛରେ ଯେଉଁ ଆର୍ଥିକ କାରବାରର ରହିଛି ତାହାର ଖୁଲାସା କରିବ ଇଡି । କିନ୍ତୁ ବିଡ଼ମ୍ବନାର ବିଷୟ ହେଲା ଇଡି ହାତକୁ ଏଯାଏଁ ତଦନ୍ତ ଭାର ଦିଆଯାଇ ନାହିଁ । ଅର୍ଚ୍ଚନାଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ ହେବାପରେ ପ୍ରଥମ ଥର ପାଇଁ ଗତକାଲି (ବୁଧବାର) ସାମ୍ନାକୁ ଆସିଥିଲେ । ଖଣ୍ଡଗିରିରେ ହୋଇଥିବା ମାମଲା ସହ ନୟାପଲ୍ଲୀ ଥାନାରେ ହୋଇଥିବା ମାମଲାକୁ ସଂଲଗ୍ନ କରିଛି ପୋଲିସ । ଏହାପରେ କୋର୍ଟରେ ଜାମିନ ଆବେଦନର ଶୁଣାଣି ହୋଇଥିଲା । ବର୍ତ୍ତମାନ କୋର୍ଟ ଏହି ରାୟ ସଂରକ୍ଷିତ ରଖିଛନ୍ତି ।

ଉପରକୋର୍ଟରେ ବେଲ୍‌ ଆବେଦନ କରିବେ ଅର୍ଚ୍ଚନା

ତଳ କୋର୍ଟରେ ଜାମିନ ଆବେଦନ ଖାରଜ ହେଲେ ତଳ କୋର୍ଟରେ ଆବେଦନ କରିବେ ଅର୍ଚ୍ଚନା । ବର୍ତ୍ତମାନ ଅର୍ଚ୍ଚନା ଓ ତାଙ୍କ ସ୍ବାମୀ ଜେଲ୍‌ରେ ଅଛନ୍ତି । ଏହାକୁ ନେଇ ଅର୍ଚ୍ଚନାଙ୍କ ଓକିଲ ଦେବାଶିଷ ମହାପାତ୍ର କହିଛନ୍ତି, "ଖଣ୍ଡଗିରି ମାମଲାରେ ଉଭୟଙ୍କ ଜାମିନ ଆବେଦନ ଖାରଜ ହୋଇଛି । କିନ୍ତୁ ଗତକାଲି ଶୁଣାଣି ହୋଇ ଯେଉଁ ରାୟ ସଂରକ୍ଷିତ ରହିଛି ତାହାକୁ ଆମେ ଅପେକ୍ଷା କରିଛୁ । ରାୟ ଆସିବା ପରେ ଆମେ ପରବର୍ତ୍ତୀ ପଦକ୍ଷେପ ନେବୁ । ରାୟ ଆମ ସପକ୍ଷରେ ନଗଲେ ଆମେ ସେସନ କୋର୍ଟରେ ଜାମିନ ପାଇଁ ଆବେଦନ କରିବୁ ।"

ସୂଚନା ଅନୁଯାୟୀ ଅର୍ଚ୍ଚନାଙ୍କ ଆର୍ଥିକ କାରବାରର ତଦନ୍ତ ଭାର ଇଡିକୁ ଦିଆଯାଇପାରେ । ଏହାକୁ ନେଇ ଏବେ ପାୱାର କରିଡରରେ ହଲଚଲ । କାରଣ ଇଡି ତଦନ୍ତ କଲେ ବଡ଼ବଡ଼ ନେତା ମନ୍ତ୍ରୀ ଓ ସରକାରୀ ବାବୁମାନଙ୍କ ନାଁ ସାମ୍ନାକୁ ଆସିବାର ଆଶଙ୍କା ରିହିଛି । ଦେଖିବାକୁ ବାକି ରହିଲା ଇଡିକୁ କେବେ ତଦନ୍ତ ଭାର ଦିଆଯାଉଛି । ଆଉ ଇଡିର ତଦନ୍ତରେ ବ୍ଲାକମେଲର ଅର୍ଚ୍ଚନାଙ୍କ ସହ ସଂପର୍କ ରଖିଥିବା କେଉଁକେଉଁ ନେତା ଓ ଅଧିକାରୀଙ୍କ ନା ସାମ୍ନାକୁ ଆସୁଛି ।

Last Updated : Oct 27, 2022, 9:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.