ETV Bharat / state

ଲକ୍ଷ ଲକ୍ଷ ଯୁବକଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ରାଜ୍ୟ ସରକାର: ଈରାଶିଷ ଆଚାର୍ଯ୍ୟ

author img

By

Published : May 21, 2023, 5:24 PM IST

ଏଏସଓ ୭୯୬ଟି ପଦବୀ ପାଇଁ ଲୋକସେବା ଆୟୋଗ ଜାରି କରିଥିବା ମେରିଟ ଲିଷ୍ଟକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ଓଡ଼ିଶାର ଲକ୍ଷ ଲକ୍ଷ ଯୁବକ ଓ ଯୁବତୀ ମାନଙ୍କର ଭବିଷ୍ୟତକୁ ନେଇ ରାଜ୍ୟ ସରକାର ଖେଳୁଛନ୍ତି ବୋଲି କହିଛନ୍ତି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଈରାଶିଷ ଆଚାର୍ଯ୍ୟ । ଅଧିକ ପଢ଼ନ୍ତୁ

ଯୁବକଙ୍କ ଭବିଷ୍ୟତ ସହ ରାଜ୍ୟ ସରକାର ଖେଳୁଛନ୍ତି କହିଲା ବିଜେପି

ଭୁବନେଶ୍ବର: ୨୦୨୧-୨୨ରେ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଏଏସଓ ୭୯୬ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ହୋଇଥିଲା । ଏଥିରେ ପ୍ରାୟ ଦେଢ଼ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ହେଲେ ଏନେଇ ଲୋକସେବା ଆୟୋଗ ଜାରି କରିଥିବା ମେରିଟ ଲିଷ୍ଟକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଓଡ଼ିଶା ସଚିବାଳୟ ସେବା ନିୟମ ୨୦୧୬କୁ ଓପିଏସସି ଉଲ୍ଲଙ୍ଘନ କରି ଏହି ମେରିଟ ଲିଷ୍ଟ ପ୍ରକାଶ କରିଥିବା ଦର୍ଶାଇ କୋର୍ଟ ଏହାକୁ ଖାରଜ କରିଛନ୍ତି । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ବିଜେପି ଯୁବମୋର୍ଚ୍ଚା ସଭାପତି ଈରାଶିଷ ଆଚାର୍ଯ୍ୟଙ୍କ ପ୍ରେସମିଟ୍ ଜରିଆରେ ବିଜେଡି ସରକାରକୁ ଘେରିଛନ୍ତି ।

ସେ କହିଛନ୍ତି, "ଓଡ଼ିଶାର ଲକ୍ଷଲକ୍ଷ ଯୁବକ ଓ ଯୁବତୀଙ୍କର ଭବିଷ୍ୟତକୁ ନେଇ ରାଜ୍ୟ ସରକାର ବାରମ୍ବାର ଖେଳୁଛନ୍ତି । ରାଜ୍ୟ ସରକାର ସବୁବେଳେ କୁହନ୍ତି ସେ ଏକ ନମ୍ବର ମୁଖ୍ୟମନ୍ତ୍ରୀ, ତାଙ୍କ ମଡେଲ ହେଉଛି ଗୁଡ ଗଭର୍ଣ୍ଣାନ୍ସର ମଡେଲ । ଗତ ଦୁଇଦିନ ତଳେ ରାଜ୍ୟରେ ଏଏସଓ ପରୀକ୍ଷା ନେଇ ଓଡ଼ିଶା ହାଇକୋର୍ଟ ଯେଉଁଭଳି ଭାବେ ଛାଟ ମାରିଛନ୍ତି, ତାର ଜବାବ ଦିଅନ୍ତୁ ସରକାର । ରାଜ୍ୟର ଶିକ୍ଷିତ ବେକାର ଯୁବକଯୁବତୀମାନଙ୍କ ଭବିଷ୍ୟତ ପାଇଁ ଆଦୌ ଚିନ୍ତିତ ନୁହନ୍ତି ବିଜେଡି ସରକାର । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତିକୁ ନେଇ ବହୁ ଦୁର୍ନୀତି ଓ ଅନିୟମିତତା ପଦାକୁ ଆସିଛି । ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖିପାରିବେ ତ । ସରକାରଙ୍କ ଚୟନ ପ୍ରକ୍ରିୟାକୁ ନେଇ ହାଇକୋର୍ଟଙ୍କ ଛାଟ କଣ ସରକାରଙ୍କ ଗୁଡ୍ ଗଭର୍ଣ୍ଣାନ୍ସ ଏବଂ 5T ମଡେଲ୍ । ଏହି ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେବେ କି ମୁଖ୍ୟମନ୍ତ୍ରୀ ।" ଅଭିଯୁକ୍ତ ଅଧିକାରୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ କେବେ ନେବେ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ଈରାଶିଷ ।

ସେହିପରି ହୋମଗାର୍ଡ଼ ନିଯୁକ୍ତି ମାମଲାରେ ମଧ୍ୟ ସରକାରଙ୍କୁ ଭର୍ତ୍ସନା କରିଛି ବିଜେପି । ଈରାଶିଷ କହିଛନ୍ତି, "ଜାଲ ସାର୍ଟିଫିକେଟ୍ ହେଉ କି ଶିକ୍ଷକ ନିଯୁକ୍ତିରେ ଜାଲିଆତି ହେଉ, ସବୁଠି ସରକାରଙ୍କ ଭୁଲ ନୀତି ଯୋଗୁଁ ଯୁବକ ଯୁବତୀଙ୍କ ଭବିଷ୍ୟତ ଖରାପ ହେଉଛି । ସରାକରୀ ତଥ୍ୟ କହୁଛି ରାଜ୍ୟରେ ୮ ଲକ୍ଷ ୮୦ ହଜାର ୧୭୫ ଜଣ ରେଜିଷ୍ଟ୍ରେସନ୍ କରି ଚାକିରି ଅପେକ୍ଷାରେ ଅଛନ୍ତି । ଏମାନଙ୍କୁ କେବେ ନ୍ୟାୟ ମିଳିବ ତାର ଉତ୍ତର ସରକାର ରଖନ୍ତୁ । ଏଏସଓ ପରୀକ୍ଷା ଯେଉଁଭଳି ଭାବେ ପରିଚାଳନା ହେବା କଥା ତାହା ହୋଇନାହିଁ । ଦୁଇ ମାସ ଭିତରେ ନୂତନ ତାଲିକା କରିବା ପାଇଁ ହାଇକୋର୍ଟ ନିଦ୍ଦେର୍ଶ ଦେଇଛନ୍ତି । ରାଜ୍ୟ ସରକାର ବାରମ୍ବାର ଯୁବକମାନଙ୍କୁ ପ୍ରତାରଣା କରୁଛନ୍ତି । ୨୦୧୯ରେ ଓଡ଼ିଶା ପୋଲିସ ବୋର୍ଡ ପରୀକ୍ଷାରେ ମଧ୍ୟ ବ୍ୟାପକ ଅନିୟମିତତା କାରଣରୁ ଯୁବକ ଯୁବତୀମାନେ ଡିଜି ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ । ଓଏସଏସସି ବୋର୍ଡ ଚେୟାରମ୍ୟାନଙ୍କ ଘରୁ କୋଟିକୋଟି ଟଙ୍କା ସମ୍ପତ୍ତି ଧରାପଡିଥିଲା । ଏନେଇ ଥାନାରେ ମାମଲା ରୁଜୁ ହୋଇଥିଲା । କିନ୍ତୁ ଏହାର ତଦନ୍ତ ହେଲା କି ନାହିଁ ଓ କେଉଁ ଅଫିସର ଏଭଳି ଦୁର୍ନୀତିରେ ଲିପ୍ତ ଥିଲେ ତାହା ମଧ୍ୟ ପ୍ରକାଶ ପାଇଲା ନାହିଁ । ଓଡ଼ିଶାର ଭବିଷ୍ୟତଙ୍କ ସହ ଖେଳାଯାଉଛି ।" ତେବେ ଏହାର ନିରପେକ୍ଷ ତଦନ୍ତ କରାନଗଲେ ଆଗାମୀ ଦିନରେ ଓଡିଶାରେ ଯୁବକମାନେ ଏହାର ଜବାବ ଦେବେ ବୋଲି କହିଛନ୍ତି ବିଜେପି ଯୁବମୋର୍ଚ୍ଚା ସଭାପତି ଈରାଶିଷ ଆଚାର୍ଯ୍ୟ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.