ETV Bharat / state

ଚତୁର୍ଥ ଦିନରେ ପହଞ୍ଚିଲା ବିଜେପିର ପଦଯାତ୍ରା

author img

By

Published : Dec 23, 2020, 1:29 PM IST

ନୟାଗଡ ଯଦୁପୁର ଗ୍ରାମର ନାବାଳିକା ପରୀ ହତ୍ୟା ଘଟଣାକୁ ତୀବ୍ର ନିନ୍ଦା କରିଛି ରାଜ୍ୟ ବିଜେପି । ଏ ନେଇ ଆରମ୍ଭ କରିଥିବା ପଦଯାତ୍ରା ଚତୁର୍ଥ ଦିନରେ ପହଞ୍ଚିଛି । ଅଧିକ ପଢନ୍ତୁ...

ଚତୁର୍ଥ ଦିନରେ ପହଞ୍ଚିଛି ବିଜେପିର ପଦଯାତ୍ରା
ଚତୁର୍ଥ ଦିନରେ ପହଞ୍ଚିଛି ବିଜେପିର ପଦଯାତ୍ରା

ଖୋର୍ଦ୍ଧା: ନୟାଗଡ ଯଦୁପୁର ଗ୍ରାମର ନାବାଳିକା ପରୀ ହତ୍ୟା ଘଟଣାକୁ ତୀବ୍ର ନିନ୍ଦା କରିଛି ରାଜ୍ୟ ବିଜେପି । ଏନେଇ ଗତ 20 ତାରିଖରୁ ବିଜେପି ପକ୍ଷରୁ ପଦଯାତ୍ରା ଆରମ୍ଭ ହୋଇଛି । ଆଜିକୁ ଏହି ପଦଯାତ୍ରା ଚତୁର୍ଥ ଦିନରେ ପହଞ୍ଚିଛି ।

ଚତୁର୍ଥ ଦିନରେ ପହଞ୍ଚିଛି ବିଜେପିର ପଦଯାତ୍ରା

ନୟାଗଡ ନାବାଳିକା ହତ୍ୟା ମାମଲାର ତଦନ୍ତଭାର ଏସିଆଇଟିକୁ ରାଜ୍ୟ ସରକାର ଦେଇଛନ୍ତି । ମାତ୍ର ରାଜ୍ୟ ସରକାରଙ୍କର ଏହି ନିଷ୍ପତ୍ତିରେ ବିଜେପି ସନ୍ତୁଷ୍ଟ ନୁହେଁ । ଏନେଇ ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବାକୁ ଦାବି କରିବା ସହ ନାବାଳିକା ହତ୍ୟା ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଛି । ଏ ନେଇ ଗତ 20ତାରିଖରୁ ପଦଯାତ୍ରା ଆରମ୍ଭ କରିଛି ।

ଏହି ପଦଯାତ୍ରାକୁ ଚାରିଦିନ ପୂରଣ ହୋଇଥିବା ବେଳେ ଆଜି ପିଚୁକୁଳି ଠାରୁ ବାହାରି ବୋଲଗଡ଼ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ଯାତ୍ରା ସମୟରେ ଶିଶୁଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିବା ଦେଖିବାକୁ ମିଳିିଛି । ପିଚୁକୁଳି ଛକଠାରେ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପିର ବହୁ ନେତା । ଏହି ପଦଯାତ୍ରାରେ ବିଜେପିର ,ରାଜ୍ୟ ନେତୃମଣ୍ଡଳୀ ଏବଂ ଶତାଧିକ କର୍ମୀ ଯୋଗ ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.