ETV Bharat / state

ଭୁବନେଶ୍ୱରରେ ତେଜିଲା ଭଟଲି ତାତି, ଡିସିପିଙ୍କୁ ଭେଟି ସୁଶାନ୍ତ ସିଂ ଗିରଫ ଦାବି କଲା ବିଜେପି ଯୁବମୋର୍ଚ୍ଚା

author img

By ETV Bharat Odisha Team

Published : Nov 10, 2023, 8:29 PM IST

ଭୁବନେଶ୍ୱରରେ ତେଜିଲା ଭଟଲି ଅମ୍ବାଭୋନା ଥାନାରେ ଭଙ୍ଗାରୁଜା ତାତି । ଏହାକୁ ପ୍ରସଙ୍ଗ କରି ପୋଲିସ ମହାନିର୍ଦ୍ଦେଶକଙ୍କ ପାଖରେ ଅଭିଯୋଗ କରି ଅପରାଧି ବିରୋଧରେ ଆକ୍ସନ ନେବା ସହ ଭଟଲି ବିଧାୟକ ସୁଶାନ୍ତ ସିଂଙ୍କୁ ଗରଫ ପାଇଁ ମଧ୍ୟ ଦାବି କରିଛି ବିଜେପି ଯୁବମୋର୍ଚ୍ଚା । ଅଧିକ ପଢ଼ନ୍ତୁ

BJP Yuva Morcha
BJP Yuva Morcha
BJP Yuva Morcha

ଭୁବନେଶ୍ୱର: ରାଜଧାନୀରେ ତେଜିଲା ଭଟଲି ଅମ୍ବାଭୋନା ଥାନାରେ ଭଙ୍ଗାରୁଜା ତାତି । ବିଜେପି ଯୁବମୋର୍ଚ୍ଚା ନିଶାନରେ ଭଟଲି ବିଧାୟକ ସୁଶାନ୍ତ ସିଂ । ସୁଶାନ୍ତଙ୍କ ଗିରଫ ଦାବି କରି ଡିସିପିଙ୍କୁ ଭେଟିଲା ବିଜେପି । ଆଇନଶୃଙ୍ଖଳା ବିଗାଡୁଥିବା ଅଭିଯୋଗ ଆଣି ବର୍ଷିଛନ୍ତି ବିଜେପି ନେତା ।

ଗତ ୫ ନଭେମ୍ବରରେ ବରଗଡ଼ ଭଟଲି ଅଞ୍ଚଳର ଅମ୍ବାଭୋନା ଥାନାରେ ଭଙ୍ଗାରୁଜା ହୋଇଥିଲା । ପୋଲିସର ଉପସ୍ଥିତିରେ କିଛି ଯୁବକ ଥାନାରେ ପଶି ଆତଙ୍କରାଜ କରିଥିଲେ । ତେବେ ଏହି ଘଟଣା ପଛରେ ଭଟଲି ବିଧାୟକ ସୁଶାନ୍ତ ସିଂଙ୍କ ସମ୍ପୃକ୍ତି ଥିବା ନୋଇ ଅଭିଯୋଗ‌ ଆଣିଛି ବିଜେପି ଯୁବମୋର୍ଚ୍ଚା । ଥାନାରେ ପଶି ପୋଲିସକୁ ଆକ୍ରମଣ କରି ଆଇନଶୃଙ୍ଖଳା ବିଗିଡ଼ିବା ଏବଂ ପରେ ଭିଡିଓ କରି ଏନେଇ ସଫେଇ ଦେବାକୁ ସହଜରେ ଗ୍ରହଣ କରିପାରୁନି ଯୁବମୋର୍ଚ୍ଚା । ଏପରି ଗୁଣ୍ଡାଗର୍ଦ୍ଦିରେ ସୁଶାନ୍ତ ସିଂଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଛି ବିଜେପି । ବିଜେଡି ନେତାଙ୍କ ସମ୍ପୃକ୍ତି ପାଇଁ ଏପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରୁନି ପୋଲିସ । ଏନେଇ ସମସ୍ତ ନିର୍ବାଚନ ମଣ୍ଡଳୀରେ ଥାନା ଆଇଆଇସି ବା ଡିଏସପି ଓ ଡିସିପିଙ୍କୁ ଭେଟି ଏପରି ଅଭିଯୋଗ ଆଣୁଛନ୍ତି ବିଜେପି ଯୁବମୋର୍ଚ୍ଚାର କର୍ମକର୍ତ୍ତା । ପୋଲିସ ଡିଜି ଏନେଇ ଆକ୍ସନ ନିଅନ୍ତୁ ଏବଂ ତୁରନ୍ତ ଭଟଲି ବିଧାୟକଙ୍କ ବିରୋଧରେ କାର୍ଯାନୁଷ୍ଠାନ ହେଉ ବୋଲି ଦାବି ରଖିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.......Ambabhona PS Vandalism Case: ସାଂସଦ ସୁରେଶ ପୁଝାରୀଙ୍କୁ ଜବାବ ଦେଲେ ବିଧାୟକ ସୁଶାନ୍ତ ସିଂ

ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି ଅଭିଳାଶ ପଣ୍ଡା କହିଛନ୍ତି ଯେ, ସାଧାରଣ ଲୋକଙ୍କ ବିରୋଧରେ ଆକ୍ସନ ହେଉଥିବା ବେଳେ ବିଜେଡି ନେତାଙ୍କ ବିରୋଧରେ ଅଭିଯୋଗ ଆସିଲେ ସବୁ କିଛି ଭୁଲି ଯାଉଛି ପୋଲିସ । ପୂର୍ବତନ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଗଲା । ସେହି ଘଟଣାରେ ମଧ୍ୟ ପୋଲିସ ଚୁପ୍ ରହିଥିବା ବେଳେ କୌଣସି ଆଖିଦୃଶିଆ ଆକ୍ସନ ନେଲା ନାହିଁ । ଠିକ ସେହିପରି ନବଦାସଙ୍କ ପୁଅ ବିଶାଲ ଦାସଙ୍କ ଗାଡି ଟ୍ରାଫିକରେ ଧକ୍କା କରି ଜଣେ ମହିଳାଙ୍କ ଜୀବନ ନେଲେ ଆଉ ଜଣେ ଜୀବନ ସହ ସଂଗ୍ରାମ କରୁଛନ୍ତି । ଏତିକି ବେଳେ ପୋଲିସ ସବୁକିଛି ଜାଣି ବିଜେଡି ନେତାଙ୍କ ସମ୍ପର୍କୀୟ ବୋଲି ତାଙ୍କ ବିରୋଧରେ ଆକ୍ସନ ନେଉନାହିଁ । ସେହିଭଳି ଏବେ ସୁଶାନ୍ତ ସିଂ ମଧ୍ୟ ଥାନାରେ ଭଙ୍ଗାରୁଜା ଘଟଣାରେ ସମ୍ପୃକ୍ତ ଥାଇ ମଧ୍ୟ ପୋଲିସ ତାଙ୍କୁ ଗିରଫ ନକରିବା ଏହା ଶାସକ ଦଳ ଆଇନଶୃଙ୍ଖଳା ବିଗାଡୁଥିବା ନେଇ ଦର୍ଶାଉଛି । ଏନେଇ ଭୁବନେଶ୍ବରରେ ବିଜେପି ଭଟଲି ଘଟଣାକୁ ପ୍ରସଙ୍ଗ କରି ପୋଲିସ ମହାନିର୍ଦ୍ଦେଶକ ବା ଡ଼ିଜିଙ୍କ ପାଖରେ ଏଭଳି ଅଭିଯୋଗ କରି ଅପରାଧି ବିରୋଧରେ ଆକ୍ସନ ନେବା ସହ ସୁଶାନ୍ତ ସିଂଙ୍କୁ ଗରଫ ପାଇଁ ମଧ୍ୟ ଦାବି କରିଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.