ETV Bharat / state

କଂଗ୍ରେସର ମିଶ୍ରଣ ପର୍ବ, ହାତ ଧରିଲେ ବିଜେପି ନେତା

author img

By ETV Bharat Odisha Team

Published : Oct 30, 2023, 7:42 AM IST

ସାଧାରଣ ନିର୍ବାଚନ ପୂର୍ବରୁ ଚାଲିଛି ଦଳ ଡିଆଁ । କଂଗ୍ରେସ ଉପରେ ଆସ୍ଥାଭାଜନ କରି କଂଗ୍ରେସର ହାତ ଧରିଛନ୍ତି ବରିଷ୍ଠ ବିଜେପି ନେତା । ଅଧିକ ପଢ଼ନ୍ତୁ

କଂଗ୍ରେସର ମିଶ୍ରଣ ପର୍ବ
କଂଗ୍ରେସର ମିଶ୍ରଣ ପର୍ବ
କଂଗ୍ରେସର ମିଶ୍ରଣ ପର୍ବ

ଭୁବନେଶ୍ୱର: ଆଗାମୀ 2024 ସାଧାରଣ ନିର୍ବାଚନ ପୂର୍ବରୁ ଚାଲିଛି ଦଳ ଡିଆଁ । ରାଜନୀତି ରଣକ୍ଷେତ୍ରକୁ ଓହ୍ଲାଇବା ପାଇଁ ରାଜ୍ୟର ପ୍ରମୁଖ ଦଳ ଆରମ୍ଭ କଲେଣି ରଣନୀତି । ସେପଟେ 24 ବର୍ଷପରେ ପୁଣିଥରେ କ୍ଷମତାକୁ ଫେରିବାକୁ ତୃଣମୂଳ ସ୍ତରରୁ ଦୃଢ଼ ହେଉଛି କଂଗ୍ରେସ । ଦଳର ଉପରେ ଆସ୍ଥାଭାଜନ କରି କଂଗ୍ରେସର ହାତ ଧରୁଛନ୍ତି ଅନେକ ବରିଷ୍ଠ ନେତା । ଏନେଇ ଭୁବନେଶ୍ବର ସ୍ଥିତ ପିସିସି କାର୍ଯ୍ୟାଳୟରେ କଂଗ୍ରେସ ତରଫରୁ ଆୟୋଜନ କରାଯାଇଛି ମିଶ୍ରଣ ପର୍ବ । କଂଗ୍ରେସର ଏହି ମିଶ୍ରଣ ପର୍ବରେ ବିଜେପିର କିଛି ବରିଷ୍ଠ ନେତା ଯୋଗ ଦେଇଛନ୍ତି ।

ଆଜି ଦିନ ୧୦ଟା ୩୦ରେ ଜଳେଶ୍ୱରର ପ୍ରାକ୍ତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବରେ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି । ଏଆଇସିସି ସଭାପତି ମଲ୍ଲିକାର୍ଜ୍ଜୁନ ଖଡ଼ଗେ ଓ ପ୍ରାକ୍ତନ ଏଆଇସିସି ସଭାପତି ରାହୁଲ ଗାନ୍ଧୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ତଥା ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ପୂର୍ବତନ ବିଧାୟକ ଚାନ୍ଦ ଆଜି କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି । ତେବେ ଚାନ୍ଦଙ୍କ ସହ ବିଜେପି ନେତ୍ରୀ ତଥା ଜଳେଶ୍ୱର ପୌରପରିଷଦର ପ୍ରାକ୍ତନ ଉପାଧ୍ୟକ୍ଷା ସୁମିତ୍ରା ଦାସ ମହାପାତ୍ର ଓ ପ୍ରାକ୍ତନ ସମିତି ସଭ୍ୟ ମାନସ ଦାସ ମହାପାତ୍ର ବିଜେପି ଦଳ ଛାଡ଼ି କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି । ଏହି ତିନି ଜଣ ନେତା କଂଗ୍ରେସ ଦଳରେ ଯୋଗଦେବା ଫଳରେ ଜଳେଶ୍ୱର ତଥା ବାଲେଶ୍ୱର ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଆହୁରୀ ସୁଦୃଢ଼ ହୋଇପାରିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି । ଆଜିର ଏହି ମିଶ୍ରଣ ପର୍ବରେ ପ୍ରାକ୍ତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବାଲେଶ୍ୱର ଲୋକସଭା କଂଗ୍ରେସ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ, ପିସିସି ଗଣାମାଧ୍ୟମ ବିଭାଗ ଅଧ୍ୟକ୍ଷ ଶ୍ରୀଯୁକ୍ତ ଗଣେଶ୍ୱର ବେହେରା ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ......କଂଗ୍ରେସ ମିଶ୍ରଣ ପର୍ବ, ଦଳରେ ସାମିଲ ହେଲେ ବହୁ ଯୁବକ ଯୁବତୀ

ତେବେ ଦୁଇ ଦିନ ପୂର୍ବରୁ କଂଗ୍ରେସ ଦ୍ବାରା ଆୟୋଜନ କରାଯାଇଥିବା ମିଶ୍ରଣ ପର୍ବରେ କିଛି ଓକିଲ, ସମାଜସେବୀ, ଅଭିନେତା କଂଗ୍ରେସରେ ମିଶିଥିଲେ । ସମାଜସେବୀ ପୂର୍ଣଚନ୍ଦ୍ର ସାହୁ, ମୁନାଚାନ୍ଦ ନାୟକ ଏବଂ ମହିଳା ବିଜେଡିର ସାଧାରଣ ସମ୍ପାଦକ ଥିବା ଭାଗ୍ୟଶ୍ରୀ ଜେନା କଂଗ୍ରେସ ଦଳରେ ଯୋଗ ଦେଇଥିଲେ । ଦଳର ରାଜ୍ୟ ପ୍ରଭାରୀ ଚେଲା କୁମାର ଏବଂ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ସମସ୍ତେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.