ETV Bharat / state

General Election 2024: ବିଜେପି ଫୋକସରେ ଅର୍ବାନ ଭୋଟର - ସାଧାରଣ ନିର୍ବାଚନ 2024

ରାଜଧାନୀ ଭୁବନେଶ୍ବରରେ ବିଜେପିର ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଜନପ୍ରତିନିଧି ପ୍ରଶିକ୍ଷଣ ବର୍ଗ - ୨୦୨୩ ଅନୁଷ୍ଠିତ। ଦଳର ଫୋକସରେ ଅର୍ବାନ ଭୋଟର । ଦଳୀୟ କର୍ମୀ ଓ ନେତାଙ୍କୁ ଗୁରୁମନ୍ତ୍ର ଦେଲେ ହେବିଓ୍ବେଟ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Nov 6, 2023, 5:45 PM IST

General Election 2024: ବିଜେପି ଫୋକସରେ ଅର୍ବାନ ଭୋଟର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ବିଜେପିର ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଜନପ୍ରତିନିଧି ପ୍ରଶିକ୍ଷଣ ବର୍ଗ - ୨୦୨୩ ଅନୁଷ୍ଠିତ ହୋଇଯାଇଛି । 3ଦିନ ଧରି ଚାଲିଥିବା ଏହି କାର୍ଯ୍ଯକ୍ରମରେ ରାଜ୍ୟ ବିଜେପିର ୧୯ଟି ସାଙ୍ଗଠନିକ ଜିଲ୍ଲାର ପଞ୍ଚାୟତ ଓ ପୌର ନିର୍ବାଚିତ ପ୍ରତିନିଧିମାନେ ଯୋଗ ଦେଇଛନ୍ତି । ତେବେ ବିଜେପିର ତୁଙ୍ଗ ନେତା ଗ୍ରାଉଣ୍ଡ ନେତାଙ୍କୁ ପ୍ରଶିକ୍ଷଣ ବର୍ଗରେ ୭ ସୂତ୍ରୀ ଗୁରୁମନ୍ତ୍ର ଦେଇଛନ୍ତି।

ସାଧାରଣ ନିର୍ବାଚନକୁ ଆଉ କିଛି ମାସ ବାକି । କିନ୍ତୁ ଏବେଠୁ ରାଜ୍ୟରେ ଦେଖାଗଲାଣି ରାଜନୈତିକ ଉଷ୍ମତା । ପ୍ରମୁଖ ଦଳମାନେ ନିଜ ନିଜର ରଣନୀତି ଆରମ୍ଭ କରିଦେଲେଣି । ଏହାମଧ୍ୟରେ ରାଜଧାନୀ ଭୁବନେଶ୍ବରରେ ବିଜେପି ପକ୍ଷରୁ 3 ଦିନିଆ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଜନପ୍ରତିନିଧି ପ୍ରଶିକ୍ଷଣ ବର୍ଗ - ୨୦୨୩ ଅନୁଷ୍ଠିତ ହୋଇଯାଇଛି । ବିଜେପିର ହେବିଓ୍ବେଟମାନେ ଏଥିରେ ଯୋଗ ଦେଇ ଗ୍ରାଉଣ୍ଡ ପ୍ରତିନିଧିମାନଙ୍କୁ ନିର୍ବାଚନୀ ଗୁରୁମନ୍ତ୍ର ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ..General Election 2024: ବିଜେପିର ଜନପ୍ରତିନିଧି ପ୍ରଶିକ୍ଷଣ ବର୍ଗ, କଟାକ୍ଷ କଲେ କଂଗ୍ରସ ଓ ବିଜେଡି

ତେବେ ଏହି ବିଜେପି ପ୍ରଶିକ୍ଷଣ ଶିବିରରେ ରାଜ୍ୟ ବିଜେପିର ୧୯ଟି ସାଙ୍ଗଠନିକ ଜିଲ୍ଲାର ପଞ୍ଚାୟତ ଓ ପୌର ନିର୍ବାଚିତ ପ୍ରତିନିଧିମାନେ ଯୋଗ ଦେଇଛନ୍ତି । ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲାପରିଷଦ ସଦସ୍ୟ, କର୍ପୋରେଟର ଭଳି ଗ୍ରାଉଣ୍ଡ ପ୍ରତିନିଧିମାନେ ଏଥିରେ ସାମିଲ ହୋଇଛନ୍ତି । ପ୍ରଶିକ୍ଷଣ ବର୍ଗରେ ନିଜ ଦଳୀୟ କର୍ମୀ ଓ ନେତାମାନଙ୍କୁ ୭ ସୁତ୍ରୀ ଗୁରୁ ମନ୍ତ୍ର ଦେଇଛନ୍ତି ହେବିଓ୍ବେଟ ।

ଏହି ଅବସରରେ ବିଜେପି ନେତ୍ରୀ ସୁରମା ପାଢୀ କହିଛନ୍ତି, "ବିଜେପି ହେଉଛି କ୍ୟାଡରବେସ ପାର୍ଟି। ଦଳ ସବୁବେଳେ କ୍ୟାଡର ନିର୍ମାଣରେ ବିଶ୍ୱାସ ରଖେ। ଦଳୀୟ ସଙ୍ଗଠନ କିଭଳି ମଜବୁତ ସେଥିପାଇଁ ବିଜେପି ବିଭିନ୍ନ ପ୍ରକାର ଯୋଜନା କରିଛି। ସାଙ୍ଗଠନିକ ବିସ୍ତାର କିଭଳି ହେବ। ବୁଥ ସ୍ତରରେ ଲୋକଙ୍କ ସହ କିଭଳି ଯୋଡ଼ି ହେବେ। ସେ ନେଇ ଦଳର ତୁଙ୍ଗ ନେତା ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଜନପ୍ରତିନିଧି ପ୍ରଶିକ୍ଷଣ ବର୍ଗରେ ସାମିଲ ହୋଇଥିବା ବିଜେପିର ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲାପରିଷଦ ସଦସ୍ୟ, କର୍ପୋରେଟରଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି।"

ଏହାମଧ୍ୟ ପଢନ୍ତୁ..ଦୁର୍ନୀତି ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ମନମୋହନ, 14ରୁ ଆନ୍ଦୋଳନକୁ ଓହ୍ଲାଇବ ବିଜେପି

ସେ ଆଉ ମଧ୍ୟ କହିଛନ୍ତି," ସହରାଞ୍ଚଳ ବର୍ଗରେ ୭ଟି ବିଷୟ ଏବଂ ଗ୍ରାମାଞ୍ଚଳ ବର୍ଗରେ ୫ ବିଷୟ ଉପରେ ପ୍ରଶିକ୍ଷଣ ଦିଆଯାଇଛି। ତାହା ସହ ଟାସ୍କ ଦିଆଯାଇଛି ସଙ୍ଗଠନକୁ ମଜବୁତ ଏବଂ ଭୋଟରଙ୍କୁ ନିଜ ସପକ୍ଷରେ ନେବା ପାଇଁ ଡୋର ବୁଥ ତଥା ଡୋର ଟୁ ଡୋର କ୍ୟାମ୍ପେନ। ମେମ୍ବରସିପ ଡ୍ରାଇଭ୍ କରିବ ବିଜେପି । କେନ୍ଦ୍ର ସରକାରଙ୍କୁ ସଫଳତା ଏବଂ ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକ ପାଖରେ ବିଜେପି କହିବ। ଦଳର ସାଙ୍ଗଠନିକ ସ୍ଥିତି କିଭଳି ମଜବୁତ୍ ହେବ ସେ ନେଇ ଆଲୋଚନା ହୋଇଛି। ଓଡ଼ିଶା ପାଇ କେନ୍ଦ୍ର ସରକାର କଣ କରିଛନ୍ତି ଓ ଓଡ଼ିଶାରେ ତାହା କେତେ କାର୍ଯ୍ୟକାରୀ ହେଉଛି ତାର ସମୀକ୍ଷା ହେବ।"

ସେହିପରି ଗୋଲୋକ ମହାପାତ୍ର କହିଛନ୍ତି, "ସହରାଞ୍ଚଳରେ ଏବଂ ଗ୍ରାମାଞ୍ଚଳରେ ବିଜେପିର ଯେଉଁ ଜନପ୍ରତିନିଧିମାନେ ଜିତିଛନ୍ତି ସେମାନେ କିଭଳି ଭାବେ ଲୋକମାନଙ୍କ ସମସ୍ୟାକୁ ନେଇ କାମ କରିବେ । ରାଜ୍ଯରେ ଥିବା ବିଜେଡି ସରକାର ବିଜେପି କାମରେ ବାଧା ଦେଇଛି । ମୋଦୀ ସରକାରଙ୍କର ଜନକଲ୍ୟାଣକାରୀ ଯୋଜନା ଲୋକମାନଙ୍କ ପାଖରେ ବିଜେଡି ପହଞ୍ଚାଇବାକୁ ଦେଉ ନାହିଁ । ଏହାକୁ ନେଇ ଆଗାମୀ ଦିନରେ କିପରି ଆନ୍ଦୋଳନ ଏବଂ ଲଢ଼େଇ କରିବେ ତାହା ଉପରେ ଏହି ପ୍ରଶିକ୍ଷଣ ଶିବିରରେ ଆଲୋଚନା ହୋଇଥିଲା ।"

୨୦୨୪ ନିର୍ବାଚନକୁ ନେଇ ଏବେଠୁ ଆରମ୍ଭ ହୋଇ ଯାଇଛି କସରତ। ସହରାଞ୍ଚଳ ଭୋଟରଙ୍କୁ ହାତେଇବା ପାଇଁ ଅଙ୍କ କଷା ଆରମ୍ଭ। ବିଜେପି ପ୍ରଶିକ୍ଷଣ ଆରମ୍ଭକରି ଗ୍ରାଉଣ୍ଡ ନେତାଙ୍କୁ ଟାସ୍କ ଦେଇଛି। ସେପଟେ ବିଜେଡି ଏବଂ କଂଗ୍ରେସ ମଧ୍ୟ ରଣନୀତି ପ୍ରସ୍ତୁତ କରୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.