ETV Bharat / state

ରାଜ୍ୟର ସର୍ବାଙ୍ଗୀନ ବିକାଶ କରିବାରେ ସରକାର ବିଫଳ: ବିଜେପି

author img

By

Published : Aug 18, 2023, 10:07 PM IST

ରାଜ୍ୟର ସର୍ବାଙ୍ଗୀନ ବିକାଶ ଓ ଓଡ଼ିଆ ଅସ୍ମିତା ସୁରକ୍ଷାରେ ରାଜ୍ୟ ସରକାର ବିଫଳ ହୋଇଥିବା ଅଭିଯୋଗ କରି ବର୍ଷିଲା ବିଜେପି । ଅଧିକ ପଢ଼ନ୍ତୁ

bjp targets state government
ରାଜ୍ୟ ସରକାର ଉପରେ ବର୍ଷିଲା ବିଜେପି

ରାଜ୍ୟ ସରକାର ଉପରେ ବର୍ଷିଲା ବିଜେପି

ଭୁବନେଶ୍ବର: ରାଜ୍ୟର ସର୍ବାଙ୍ଗୀନ ବିକାଶ ଓ ଓଡ଼ିଆ ଅସ୍ମିତା ସୁରକ୍ଷାରେ ରାଜ୍ୟ ସରକାର ବିଫଳ ହୋଇଥିବା ଅଭିଯୋଗ କରି ବର୍ଷିଲା ବିଜେପି । ରାଜ୍ୟ ସରକାରଙ୍କ ବହୁ ପ୍ରଚାରିତ ମହିଳା ସୁରକ୍ଷା ଓ ସଶକ୍ତିକରଣ ଦାବି ଫମ୍ଫା ଆବାଜ ବୋଲି ବିଜେପି କହିଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ ଶୈଳୀକୁ ରାଜ୍ୟ ସରକାର କପି କରୁଛନ୍ତି । ଆଦିବାସୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ଆକ୍ରୋଶ ସ୍ପଷ୍ଟ ବାରି ହୋଇପଡୁଥିବା କହି କଡ଼ା ସମାଲୋଚନା କରିଛି ରାଜ୍ୟ ବିଜେପି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ଗତ ୯ବର୍ଷ ସମୟରେ ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ ଟିକସର ଅଂଶଭାଗ, ବିଭିନ୍ନ କେନ୍ଦ୍ରୀୟ ପ୍ରକଳ୍ପ ଏବଂ ସାମାଜିକ କ୍ଷେତ୍ର ଯୋଜନାରେ ଆର୍ଥିକ ସହାୟତା ପୂର୍ବବର୍ତ୍ତୀ ଉପା ସରକାର ତୁଳନାରେ ପ୍ରାୟ ୯ଗୁଣ ବୃଦ୍ଧି ପାଇଥିଲେ ମଧ୍ୟ ଓଡ଼ିଶାର ଦାରିଦ୍ର, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ନାରୀ ଓ ଜନଜାତୀର ସୁରକ୍ଷା, କୃଷି, ନିଯୁକ୍ତି ଇତ୍ୟାଦି ଦିଗରେ ଦୟନୀୟ ଉପଲବ୍ଧ ପାଇଁ ରାଜ୍ୟ ସରକାରଙ୍କୁ କାଠଗଡାରେ ଠିଆ କରାଇଛନ୍ତି ରାଜ୍ୟ ମୁଖପାତ୍ର ସତ୍ୟବ୍ରତା ପଣ୍ଡା । ସେ କହିଛନ୍ତି, " ମୋଦିଙ୍କ ଶାସନ କାଳରେ ଓଡ଼ିଶାକୁ ୧୮ଲକ୍ଷ ୮୩ହଜାର ୬୫୪କୋଟି ଟଙ୍କାର ସହାୟତା ମିଳିଥିବା ବେଳେ ଉପା ସରକାରର ୯ବର୍ଷ ଶାସନ କାଳରେ ତାର ପରିମାଣ ଥିଲା ମାତ୍ର ୨ଲକ୍ଷ ୬୩ ହଜାର ୨୪୩ କୋଟି ଟଙ୍କା । ଅନୁଦାନର ଏହି ବିଶାଳ ଅଭିବୃଦ୍ଧି ସତ୍ୱେ ଆଜିବି ରାଜ୍ୟର ଗର୍ଭବତୀ ମହିଳା ଖଟିଆରେ ହସ୍ପିଟାଲ ଯାଉଛନ୍ତି । ଲକ୍ଷ ଲକ୍ଷ ଯୁବକ ଦାଦନ ଖଟିବା ପାଇଁ ଅନ୍ୟ ରାଜ୍ୟକୁ ଯାଉଛନ୍ତି ଓ ଜୁଲୁମର ଶିକାର ହୋଇ ପ୍ରାଣ ହରାଉଛନ୍ତି ।"

ସେହିପରି ମିଶନଶକ୍ତି ଯୋଜନାରେ ହୋଇଥିବା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଭିତରୁ ପ୍ରାୟ ୯୨ପ୍ରତିଶତ କୌଣସି ଋଣ ବା ସରକାରୀ ପ୍ରୋତ୍ସାହନ ପାଇବାରୁ ବଞ୍ଚିତ ହୋଇଛନ୍ତି । ଏହି ମିଶନଶକ୍ତି ଯୋଜନା ରାଜ୍ୟର କେତେ ଜଣ ମହିଳାଙ୍କୁ ଆୟକର ଦେବା ଯୋଗ୍ୟ କରିପାରିଛି ତାହାର ହିସାବ ରାଜ୍ୟ ସରକାର ପ୍ରଦାନ କରନ୍ତୁ ବୋଲି ସତ୍ୟବ୍ରତା ପଣ୍ଡା କହିଛନ୍ତି । ଗ୍ରାମୀଣ ପରିବାରକୁ ସୁଦ୍ଧଜଳ ଟ୍ୟାପ ଦ୍ୱାରା ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଜଳ ଜୀବନ ମିଶନରେ ଓଡ଼ିଶାକୁ ଗତ ୫ବର୍ଷରେ ୫,୨୮୦କୋଟି ଟଙ୍କାର ସହାୟତା ଯୋଗାଇ ଦିଆଯାଇଛି । ଅଥଚ ୨୦୨୩ ଅଗଷ୍ଟ ସୁଦ୍ଧା ଭାରତର ୬୬.୧୩ପ୍ରତିଶତ ଗ୍ରାମୀଣ ପରିବାରକୁ ଟ୍ୟାପ ଦ୍ୱାରା ଜଳ ସଂଯୋଗ କରାଯାଇଥିବା ବେଳେ ଓଡ଼ିଶା ପାଇଁ ଏହି ପରିସଂଖ୍ୟାନ ୬୨.୭୨ପ୍ରତିଶତ । କେବଳ ଅଣଓଡ଼ିଆ ଠିକାଦାରମାନଙ୍କୁ ମେଗା ପାନୀୟଜଳ ପ୍ରକଳ୍ପର ଠିକା ପ୍ରଦାନ କରିବା ଓ ବଡବଡ ପାଣି ଟ୍ୟାଙ୍କରକୁ ନିଜ ଦଳୀୟ ଚିହ୍ନରେ ରଙ୍ଗେଇବା ଦ୍ୱାରା ଜନସାଧାରଣଙ୍କ ନିକଟରେ ଶୁଦ୍ଧ ପାନୀୟ ଜଳ ପହଂଚିଯାଏ ନାହିଁ ଏକଥା ରାଜ୍ୟ ସରକାର ଯେତେ ଶୀଘ୍ର ବୁଝିବେ ତାହା ରାଜ୍ୟ ପାଇଁ ସେତେ ମଙ୍ଗଳ ବୋଲି କହିଛି ବିଜେପି ।

ଏହା ମଧ୍ୟ ପଢ଼ନ୍ତୁ: ବିଜେପି ସହ ମିଶି ନିର୍ବାଚନ ଜିତିବାକୁ ଦିଲ୍ଲୀ ଯାଉଛନ୍ତି ମୁଖ୍ୟମନ୍ତ୍ରୀ: ଶରତ

ପ୍ରଧାନମନ୍ତ୍ରୀ କୃଷକସମ୍ମାନ ନିଧିର ୧୪ଟି କିସ୍ତି ପ୍ରଦାନ କରା ସରିଲାଣି । ଦେଶର ୮କୋଟି ୫୦ଲକ୍ଷ ଚାଷୀ ଓ ଓଡ଼ିଶାର ୩୦ଲକ୍ଷ ୬,୭୯୨ଚାଷୀଙ୍କ ଖାତାକୁ ଏହି ସହାୟତା ରାଶି ସିଧାସଳଖ ପଠାଇ ଦିଆଯାଇଛି । ହେଲେ ୨୦୧୯ ଡିସେମ୍ବର ୨୫ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ କାଳିଆ ଯୋଜନାରେ ପ୍ରତିଶ୍ରୁତି ମୁତାବକ ଚାଷୀଙ୍କ ପାଖକୁ ବାର୍ଷିିକ ୧୦ହଜାର ଟଙ୍କା ପଠାଯାଇଛି କି? ବରଂ ୧୦,୬୬୬ଚାଷୀଙ୍କ କେୱାଇସି ଅପଡେଟ ନହୋଇଥିବା କାରଣରୁ ସେମାନେ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନନିଧି ଅର୍ଥରାଶି ପାଇପାରି ନାହାନ୍ତି । ପ୍ରଧାନମନ୍ତ୍ରୀ ୨୦୨୩ସୁଦ୍ଧା ୧୦ଲକ୍ଷ ସରକାରୀ ନିଯୁକ୍ତିର ଲକ୍ଷ୍ୟ ଧାର୍ଯ୍ୟ କଲେ ଏବଂ ଜୁଲାଇ ୨୦୨୩ ସୁଦ୍ଧା ୭ଟି ରୋଜଗାର ମେଳାରେ ୪ଲକ୍ଷ ୯୯ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ ଶୈଳୀକୁ କପି କରୁଥିବା ରାଜ୍ୟ ସରକାରଙ୍କର ସରକାରୀ ନିଯୁକ୍ତିର ଲକ୍ଷ୍ୟ ଓ ସ୍ଥିତାବସ୍ଥା କ’ଣ ତାହା ସ୍ପଷ୍ଟ ନୁହଁ ।

ରାଜ୍ୟ ଜନସଂଖ୍ୟାର ୨୩ ପ୍ରତିଶତ ଆଦିବାସୀ ସମ୍ପ୍ରଦାୟ । ୨୦୦୮ରୁ ଓଡ଼ିଶାରେ ଜଙ୍ଗଲ ଜମି ଅଧିକାର ଆଇନ ଲାଗୁ ହେଲାଣି କିନ୍ତୁ ୨୦୨୩ ସୁଦ୍ଧା ୧୫ବର୍ଷରେ ମାତ୍ର ୩ଲକ୍ଷ ପରିବାରକୁ ଜଙ୍ଗଲଜମି ପଟ୍ଟା ମିଳିଛି । ଆଦିବାସୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ଆକ୍ରୋଶ ବେଶ୍ ସ୍ପଷ୍ଟ । “ପେସା” ୧୯୯୬ ଅଧିନିୟମ ଅନୁଯାୟୀ ଅନୁସୂଚିତ ଅଞ୍ଚଳରେ ନିର୍ବାଚିତ ପ୍ରତିନିଧିଙ୍କୁ ମିଳିବାକୁ ଥିବା କ୍ଷମତାକୁ ସଙ୍କୁଚିତ କରାଯାଇଛି । ମାଧ୍ୟମିକ ଶିକ୍ଷାରେ ଦେଶର ସର୍ବାଧିକ ୨୭.୩ପ୍ରତିଶତ ଓଡ଼ିଶାର ଛାତ୍ର ପାଠପଢ଼ା ଅଧାରୁ ଛାଡୁଛନ୍ତି । ବିଶ୍ୱବିଦ୍ୟାଳୟମାନଙ୍କ ‘ନାକ୍‌’ ମାନ୍ୟତା ହ୍ରାସ ପାଉଛି । “ପରପର୍‌ମାନ୍ସ ଗ୍ରେଡିଂ ଇନ୍‌ଡେକ୍ସ” ବା ପିଜିଆଇରେ ଓଡ଼ିଶାର ସ୍ଥାନ ଦୟନୀୟ ଆକାଂକ୍ଷି-୨ରେ । ସ୍କୁଲରେ ଶିକ୍ଷକ ନାହାନ୍ତି ଓ ବିଶ୍ୱବିଦ୍ୟାଳୟ ଗୁଡିକରେ ଅଧ୍ୟାପକ ମରୁଡି । ରାଜ୍ୟ ସରକାର ଆତ୍ମ ପ୍ରଚାରରେ ବିଭୋର । ଠିକ୍ ସେହିପରି ପ୍ରଧାନମନ୍ତ୍ରୀ ମୋଦିଜୀ ରାଷ୍ଟ୍ରର ବିଭିନ୍ନ ସାମ୍ବିଧାନିକ ଓ ପ୍ରଶାସନିକ ପଦପଦବୀରେ ଓଡ଼ିଆଙ୍କୁ ଅବସ୍ଥାପିତ କରି ଓଡ଼ିଶାର ଅସ୍ମିତା ଓ ସମ୍ମାନକୁ ଗୁରୁତ୍ୱ ଦେଇଛନ୍ତି ବୋଲି ବିଜେପି କହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.