ETV Bharat / state

ଆବାସ ଯୋଜନାରେ ଅନିୟମିତତା, ହିତାଧିକାରୀଙ୍କ ତାଲିକା ମାରିବାକୁ ସମୟ ଦେଲା ବିଜେପି

author img

By

Published : Jan 11, 2023, 7:47 PM IST

ଆବାସ ଯୋଜନାରେ ଅନିୟମିତତା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । 24 ଘଣ୍ଟା ଭିତରେ ହିତାଧିକାରୀଙ୍କ ତାଲିକା କାନ୍ଥ ମରିବା ପାଇଁ ସରକାରଙ୍କୁ ସାମ୍ବାଦିକ ସମ୍ମିଳନୀ କରି ସମୟ ଦେଇଛି ବିଜେପି । ଅଧିକ ପଢନ୍ତୁ

bjp targets government over awas yojana
ଆବାସ ଯୋଜନାରେ ଅନିୟମିତତା

ଆବାସ ଯୋଜନାରେ ଅନିୟମିତତା

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସଠିକ ହିତାଧୀକାରୀଙ୍କୁ ହକ ଦେବା ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଚେତବାନୀ । ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନଙ୍କ ସାମ୍ବାଦିକ ସମ୍ମିଳନୀକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି(bjp targets government over awas yojana) । ହକି ବିଶ୍ବକପ ସେଲିବ୍ରେସନ ଆଳରେ ଗ୍ରାମସଭା କରି ନବୀନଙ୍କ ପ୍ରଚାର କରାଯାଉଥିବା ଅଭିଯୋଗ କରିଛି ବିଜେପି । ନବୀନଙ୍କ ମଳିନ ପଡ଼ିଯାଇଥିବା ଛବି ଉପରେ ପରଦା ପକାଇବା ଓ ଦୁର୍ନୀତି, ଭ୍ରଷ୍ଟାଚାର ଉପରେ ଘଣ୍ଟ ଘୋଡାଇବା ପାଇଁ ଏଭଳି ଗ୍ରାମ ସଭା କରାଯାଉଛି । ଆବାସ ଯୋଜନାରେ ତ୍ରୁଟିକୁ ଆମେ ଗ୍ରହଣ କରିବୁ ନାହିଁ । ଆବାସ ଯୋଜନାରେ ଅନିୟମିତତାକୁ ଗ୍ରହଣ କରିବ ନାହିଁ ବିଜେପି । 24 ଘଣ୍ଟା ଭିତରେ ହିତାଧିକାରୀଙ୍କ କାନ୍ଥ ଟେଣ୍ଟେଟିଭ ଲିଷ୍ଟ ମାରିବା ପାଇଁ ସରକାରଙ୍କୁ ସମୟ ଦେଇଛି ବିଜେପି ।

ଆଜି ପ୍ରତି ପଞ୍ଚାୟତରେ ହକି ଖେଳ ପ୍ରଦର୍ଶନ କରିବା ପାଇଁ ଗ୍ରାମ ସଭା ସରକାର ବ୍ୟବସ୍ଥା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଫଟୋ ବଡ଼ କରି ଦେଖାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ପଞ୍ଚାୟତ ପିଛା 30 ହଜାର ଟଙ୍କା ଖର୍ଚ୍ଚ ହେବ । 2019 ନିର୍ବାଚନ ପୂର୍ବରୁ ମଧ୍ୟ ପିଠା ଯୋଜନା କରିଥିଲେ । ସରକାର ତରବରିଆ ଭାବେ ଗ୍ରାମସଭା ଡାକିଛନ୍ତି । ଡିସେମ୍ବର 26ରେ ବସିବା କଥା ଗ୍ରାମ ସଭା । କିନ୍ତୁ 15 ଦିନ ପୂର୍ବରୁ କାହିଁକି କରୁଛନ୍ତି ବୋଲି ପ୍ରଶ୍ନ କରିଛି ବିଜେପି । ମନରେଗା ଟଙ୍କା, ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ ବାବଦରେ ଗ୍ରାମସଭାରେ ଆଲୋଚନା ହେବ । ତରବରିଆ ଭାବେ ସଭା ଡାକିଲେ ସଚେତନତା ହୋଇପାରିବ ନାହିଁ । ଲୋକ ଯୋଗ ଦେଇପାରିବେ ନାହିଁ । ପିଏମ ଆବାସ ତାଲିକା ଡିସେମ୍ବର 21 ତାରିଖ ସୁଦ୍ଧା ପଞ୍ଚାୟତ କାନ୍ଥରେ ଟେଣ୍ଟେଟିଭ ଲିଷ୍ଟ ମାରିବା କଥା । ଏ ପର୍ଯ୍ୟନ୍ତ 90 ପ୍ରତିଶତ ପଞ୍ଚାୟତରେ ତାଲିକା ତିଆରି ହୋଇ ସାରିଲାଣି । ଡିସେମ୍ବର ମାସ ଶେଷ ସପ୍ତାହ ସୁଦ୍ଧା ତିଆରି ହୋଇସାରିଥିଲା । କିନ୍ତୁ ଏବେ ଯାଏଁ ତାଲିକା ଲୁଚାଯାଇଥିବା ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ।

ଏହା ବି ପଢନ୍ତୁ...ମୁସଲିମ୍ ନିଜକୁ ଶ୍ରେଷ୍ଠ ଭାବିବା ଛାଡନ୍ତୁ: ମୋହନ ଭାଗବତ

100ଟି ପଞ୍ଚାୟତ ତଦାରଖ କରିଛି ବିଜେପି । 2019ର ଯୋଗ୍ୟ ହିତାଧିକାରୀଙ୍କ ନାଁ ଏବେର ତାଲିକାରୁ କଟି ଯାଇଛି । 2018 ଓ 2019ରେ ଯେମିତି ଅଯୋଗ୍ୟଙ୍କ ନାମ ଏଣ୍ଟ୍ରି ହୋଇଥିଲା ଏବଂ ଦଳୀୟ ଆଧାରରେ ତାଲିକା ହୋଇଥିଲା । ଏଥର ସେମିତି ହୋଇଛି । ସେଥିପାଇଁ ତାଲିକା କାନ୍ଥରେ ମରାଯାଉନାହିଁ । ସାଧାରଣ ଲୋକ ଜାଣିବେ ନାହିଁ ହିତାଧିକାରୀ କିଏ । ଗ୍ରାମସଭାରେ ଯଦି ପ୍ରଧାନମନ୍ତ୍ରୀ ଆବାସ ବିଷୟରେ ଆଲୋଚନା ହେବ ନାହିଁ, ତେବେ ରାଜ୍ୟ ସରକାର ଏହି ଗ୍ରାମ ସଭା ଗୁଡିକୁ ଅସିଦ୍ଧ ଘୋଷଣା କରନ୍ତୁ । 314 ବ୍ଲକକୁ ତାଲା ପକାଇବ ବିଜେପି । ପ୍ରଧାନମନ୍ତ୍ରୀ ଆବାସ କ୍ଷେତ୍ରରେ ଜିରୋ ଟଲେରାନ୍ସ ନୀତିରେ ଯିବ ବିଜେପି । 24 ଘଣ୍ଟା ଭିତରେ ହିତାଧିକାରୀଙ୍କ ତାଲିକା କାନ୍ଥରେ ମାରିବା ପାଇଁ ସରକାରଙ୍କୁ ସମୟ ଦେଇଛି ବିଜେପି । ଆବାସ ଅନିୟମିତତା ଜଗିବ ବିଜେପି ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.