ETV Bharat / state

ମହିଳାଙ୍କୁ ଅସମ୍ମାନ ପ୍ରସଙ୍ଗ; ବିଜେଡି ପାଖରେ ପ୍ରସଙ୍ଗ ନାହିଁ, ମିଛ କହୁଛି କହିଲେ ଲେଖାଶ୍ରୀ

author img

By

Published : Jun 10, 2023, 8:37 PM IST

ରାଜ୍ୟରେ ବିଜେପି ମହିଳାଙ୍କୁ ଅସମ୍ମାନ କରିବା ଘଟଣାରେ ବିଜେଡି ଉପରେ ବର୍ଷିଲା ବିଜେପି । ନିର୍ବାଚନ ପାଖେଇ ଆସିଲାଣି, ବିଜେଡି ପାଖରେ ପ୍ରସଙ୍ଗ ନଥିବାରୁ ସେଥିପାଇଁ ମିଛ କହୁଥିବା ବିଜେପି ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି । ଅଧିକ ପଢ଼ନ୍ତୁ

bjp pressmeet
ବିଜେପି ସାମ୍ବାଦିକ ସମ୍ମିଳନୀ

ବିଜେପି ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ବର: ରାଜ୍ୟରେ ବିଜେପି ସବୁବେଳେ ମହିଳାଙ୍କୁ ଅସମ୍ମାନ କରୁଥିବା ଅଭିଯୋଗ କରିଛି ବିଜେଡି । ନିକଟରେ ଯେତେ ଉପନିର୍ବାଚନ ହୋଇଛି ସେଥିରେ ବିଜେଡି ମୁଖ୍ୟତଃ ମହିଳାଙ୍କୁ ପ୍ରାର୍ଥୀ କରିଥିଲା। ହେଲେ ବିଜେପି ନେତାମାନେ ପ୍ରଚାର ସମୟରେ ସେମାନଙ୍କୁ ଅପମାନିତ କରିଥିଲେ ବୋଲି ବିଜେଡି କହିଥିଲା । ଯାହାକୁ ଖଣ୍ଡନ କରିଛି ବିଜେପି । ଏହାର ଜବାବ ରଖି ବିଜେଡିକୁ ଟାର୍ଗେଟ କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର ।

23 ବର୍ଷର ବିଫଳତାକୁ ଲୁଚାଇବା ପାଇଁ ବିଜେଡ଼ି ମହିଳାଙ୍କୁ ଅସ୍ତ୍ର କରୁଛି । ବିନା ତଥ୍ୟରେ ବିଜେପି ଉପରେ ଲାଞ୍ଛନା ଲଗାଉଛି ବିଜେଡି ଏହା ସବୁଠୁ ହୀନସ୍ତରର ରାଜନୀତି ବୋଲି ଲେଖାଶ୍ରୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, " ଭୋଟ ବ୍ୟାଙ୍କ ପାଇଁ ମହିଳାଙ୍କୁ ଅଧିକ ବ୍ୟବହାର କରିବା ଏବଂ ସେମାନଙ୍କୁ ଅଧିକ ଅତ୍ୟାଚାର କରିଥିବା ଦଳ ହେଉଛି ବିଜେଡି । ସଂଯୁକ୍ତା ମହଲା କେଉଁ ଦଳର ନେତ୍ରୀ ଥିଲେ । ଶ୍ରୀକାନ୍ତ ସାହୁଙ୍କୁ କାହିଁକି ମନ୍ତ୍ରୀ ପଦରୁ ହଟାଇଲେ ନବୀନ? ବିଜେଡି ଓ ତାଙ୍କ ମୁଖିଆ ସ୍ବୀକାର କଲେ ଯେ, ଶ୍ରମମନ୍ତ୍ରୀ ମହିଳାଙ୍କ ଉପରେ ଅତ୍ୟାଚାର କରୁଥିଲେ, ତେବେ କଣ ପାଇଁ ସୁରକ୍ଷା ଦେଲେ ? ଆଇନଗତ କାର୍ଯ୍ୟାନୁଷ୍ଠାନ କାହିଁକି ନେଲେ ନାହିଁ ? ବିଜୁ ଜନତା ଦଳ ହିଁ ମହିଳାଙ୍କୁ ଅପମାନିତ କରୁଛି ।"

ଅନ୍ୟପଟେ ଲେଖାଶ୍ରୀ ପୁଣିଥରେ ମମିତା ମେହେର ଘଟଣାକୁ ପୁଣି ଦୋହରାଇଛନ୍ତି । ଏହି ଘଟଣାରେ ଦିବ୍ୟ ଶଙ୍କର ମିଶ୍ରଙ୍କ କଣ ଭୂମିକା ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ମହିଳାଙ୍କ ପ୍ରତି ବିଜେଡିର ଅତ୍ୟାଚାର ନା ବିଜେପିର ଅତ୍ୟାଚାର । ଯେତେବେଳେ ବିଜେପି ମହିଳାଙ୍କ ଲାଗି ରାସ୍ତାକୁ ଓଲ୍ହାଉଛି, ସେତେବେଳେ ବିଜେଡି ସହ୍ୟ କରିପାରୁନାହିଁ ଏବଂ ମିଛ ଲାଞ୍ଛନା ଲଗାଉଛି । ବିଜେଡି ପାଖରେ କିଛି ପ୍ରସଙ୍ଗ ନାହିଁ, ନିର୍ବାଚନ ଆସିଲାଣି ବିଜେଡି ପାଖରେ ପ୍ରସଙ୍ଗ ନାହିଁ ସେଥିପାଇଁ ମିଛ କହୁଛନ୍ତି ବୋଲି କହିଛନ୍ତି ଲେଖାଶ୍ରୀ ।

ବିନା ତଥ୍ୟରେ ବିଜେଡି ଲାଞ୍ଛନା ନଦେଉ, ଯଦି ମହିଳା ଏସଏଚଜିଙ୍କୁ ଅପମାନ କରାଯାଉଛି ତେବେ ତଥ୍ୟ ରଖନ୍ତୁ । ଶାସନରେ ଅଛନ୍ତି ବୋଲି ବିନା ତଥ୍ୟରେ କହିଦେବେ ତାହା ଓଡ଼ିଶାବାସୀ ସ୍ୱୀକାର କରିବେ ନାହିଁ । ଏସଏଚଜି ମହିଳା ବିଜେଡି ସହିତ ଅଛନ୍ତି ବୋଲି ବିଜେଡି ଭ୍ରମରେ ନରହୁ । 40ରୁ 45 ଭାଗ ଏସଏଚଜି ମହିଳା ବିଜେପି ସହିତ ଅଛନ୍ତି । ଆଉ ସେମାନଙ୍କୁ ଅପମାନ କରିବା କଥା ସମ୍ପୂର୍ଣ୍ଣ ମିଛ ବୋଲି ଲେଖାଶ୍ରୀ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.