ETV Bharat / state

ଘରୋଇ ହସ୍ପିଟାଲ ବିସ୍ଫୋରଣ ପ୍ରସଙ୍ଗ, ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲା ବିଜେପି - ହାଇଟେକ ହସ୍ପିଟାଲ ବିସ୍ଫୋରଣ

BJP on private hospital blast: ଭୁବନେଶ୍ବର ଘରୋଇ ହସ୍ପିଟାଲ ବିସ୍ଫୋରଣ ପ୍ରସଙ୍ଗ । ଘଟଣାରେ ଏଯାବତ ସ୍ବାସ୍ଥ୍ୟମନ୍ତ୍ରୀ କାହିଁକି ଚୁପ୍‌ ? ପୋଲିସ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ପ୍ରଶ୍ନ କଲା ବିଜେପି । ଅଧିକ ପଢନ୍ତୁ

BJP on hitech hospital blast
BJP on hitech hospital blast
author img

By ETV Bharat Odisha Team

Published : Jan 8, 2024, 7:07 PM IST

Updated : Jan 8, 2024, 8:07 PM IST

ଘରୋଇ ହସ୍ପିଟାଲ ବିସ୍ଫୋରଣ ପ୍ରସଙ୍ଗ

ଭୁବନେଶ୍ବର: ରାଜଧାନୀରେ ଘରୋଇ ହସ୍ପିଟାଲ ବିସ୍ଫୋରଣ ଘଟଣା । ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲା ବିଜେପି । ଏହି ଘଟଣାରେ ଏଯାବତ ସ୍ବାସ୍ଥ୍ୟମନ୍ତ୍ରୀ ଓ ଶ୍ରମ କମିଶନର କାହିଁକି ଚୁପ ଅଛନ୍ତି ? ଏହି ଘଟଣାରେ ଅବହେଳା ହୋଇନାହିଁ ବରଂ ଷଡଯନ୍ତ୍ର ମଧ୍ୟ ହୋଇଥାଇପାରେ ବୋଲି ଆଜି (ସୋମବାର) ସାମ୍ବାଦିକ ସମ୍ମିଳନୀରେ ଏପରି ପ୍ରଶ୍ନ କରିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ ।

ଏ ନେଇ ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ କହିଛନ୍ତି, " ହାଇଟେକ ହସ୍ପିଟାଲରେ 20%ରୁ ଅଧିକ ପୋଡିଥିବା ରୋଗୀଙ୍କ ପାଇଁ ଚିକିତ୍ସା ସୁବିଧା ନାହିଁ । ସେଠାରେ ପୋଡା ରୋଗୀଙ୍କ ପାଇଁ ସ୍ବତନ୍ତ୍ର ଆଇସିୟୁ ମଧ୍ୟ ନାହିଁ । କିଭଳି ଭାବରେ ସେଠାରେ 90% ପୋଡିଥିବା ରୋଗୀଙ୍କର ଚିକିତ୍ସା କରାଯାଉଥିଲା ? ହାଇଟେକ ମାଲିକ 27 ତାରିଖରେ ଓଡିଶାରେ ଥିଲେ l ସାମାଜିକ କାର୍ଯ୍ୟକ୍ରମର ଫଟୋ ଅଛି । ହଠାତ କେମିତି ସେ ଗାଏବ ହୋଇଗଲେ ? ଏସବୁର ଉତ୍ତର ରଖିବା ଦରକାର। "

ଏହା ବି ପଢନ୍ତୁ- ଘରୋଇ ହସ୍ପିଟାଲ ବିସ୍ଫୋରଣ ଘଟଣା, ମାମଲା ରୁଜୁ କଲା ମଞ୍ଚେଶ୍ବର ଥାନା ପୋଲିସ

ସେ ଆହୁରି କହିଛନ୍ତି,"ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଯଦି ମିସନାରୀ ଚାରିଟିଙ୍କୁ ଅର୍ଥ ଦିଆଯାଉଛି ତାହେଲେ କାହଁକି ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କୁ ଦିଆଯାଇନାହିଁ । ତୁରନ୍ତ 1 କୋଟି ଲେଖାଏଁ କ୍ଷତିପୂରଣ ଦିଆଯାଉ । ଯେଉଁ ଗର୍ଭବତୀ ମହିଳା ଜଣଙ୍କ ଆତ୍ମହତ୍ୟା କଲେ ତାଙ୍କ ଆତ୍ମହତ୍ୟା ପାଇଁ ଦାୟୀ କିଏ ? ଭେଣ୍ଟିଲେଟରରୁ ସୁସ୍ଥ ହେଉଥିବା ଜଣେ ରୋଗୀ ହଠାତ କିଭଳି ମୃତ୍ୟୁବରଣ କଲେ । କେବଳ ଏହି ଘଟଣାରେ ଅବହେଳା ହୋଇନାହିଁ ବରଂ ଷଡଯନ୍ତ୍ର ମଧ୍ୟ ହୋଇଥାଇପାରେ । ପୋଲିସର ଚରମ ବିଫଳତା ପାଇଁ କାହା ଉପରେ କାର୍ଯ୍ୟନୁଷ୍ଠାନ ହୋଇନାହିଁ । ଏହି ମାମଲାର ତଦନ୍ତ ବିଚାର ବିଭାଗୀୟ ତଦନ୍ତ କମିସନକୁ ଦିଆଯାଉ । ଜଣେ ନିରୀହ ମହିଳାଙ୍କ ଆତ୍ମହତ୍ୟା ରାଜ୍ୟବାସୀଙ୍କୁ ଚକିତ କରିଛି । ପୁଣି ସେ ଗର୍ଭବତୀ ଥିଲେ ।"

ଏହା ବି ପଢନ୍ତୁ- ଘରୋଇ ହସ୍ପିଟାଲ ବିସ୍ଫୋରଣ ଘଟଣା: ନିଜକୁ ଦିଲ୍ଲୀପ କହୁଥିବା ବ୍ୟକ୍ତିଙ୍କ ମୃତ୍ୟୁ, ମୃତ୍ୟୁସଂଖ୍ୟା 3କୁ ବୃଦ୍ଧି

ଘରୋଇ ହସ୍ପିଟାଲରେ ମୃତଦେହ ଚିହ୍ନଟ ନେଇ ଆରମ୍ଭ ହୋଇଥିବା ଦ୍ବନ୍ଦ୍ବ ବିସ୍ଫୋରକ ରୂପ ଧାରଣ କରିବାରେ ଲାଗିଛି । ଘରୋଇ ମେଡିକାଲ ବିସ୍ଫୋରଣ ଘଟଣାରେ ମୃତଦେହ ଚିହ୍ନଟ ନେଇ ତମ୍ବିତୋଫାନ ଦେଖା ଦେଇଥିବାବେଳେ ନିଜ ଦୋଷ ଝାଡ଼ି ଦେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ସେପଟେ ଏହି ଘଟଣାରେ ୩ ଜଣଙ୍କ ମୃତ୍ୟୁ ଓ ମୃଦଦେହକୁ ନେଇ ଦ୍ବନ୍ଦ୍ବ ପ୍ରସଙ୍ଗରେ ରାଜରାସ୍ତାରେ ଗର୍ଜିଛି ଛାତ୍ର କଂଗ୍ରେସ । ସୋମବାର ଛାତ୍ର କଂଗ୍ରେସର କର୍ମୀମାନେ ଏକ ରାଲିରେ ଆସି ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଭୁବନେଶ୍ବର ସ୍ଥିତ ସରକାରୀ ଘର ଉପରକୁ ଅଣ୍ଡାମାଡ଼ କରିଛନ୍ତି । ଏହାସହ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଘର ସାମ୍ନାରେ ଆନ୍ଦୋଳନ କରିବା ସହ ନାରାବାଜି କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 8, 2024, 8:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.