ETV Bharat / state

ଶାସକ ଦଳର 24 ବର୍ଷ ଶାସନରେ ଚାଷୀଙ୍କର କୌଣସି ଅର୍ଥନୈତିକ ଉନ୍ନତି ହୋଇନାହିଁ: ମନୋଜ ମହାପାତ୍ର - ମନୋଜ ମହାପାତ୍ର ସାମ୍ବାଦିକ ସମ୍ମିଳନୀ

BJP Leader Manoj Mohapatra Press Meet: ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗରେ ବିଜେପିର ସାମ୍ବାଦିକ ସମ୍ମିଳନୀ । ରାଜ୍ୟ ସରକାରଙ୍କ 24 ବର୍ଷ ଶାସନ ଉପରେ ଉଠାଇଲା ପ୍ରଶ୍ନ । ଅଧିକ ପଢ଼ନ୍ତୁ

corruption in paddy procurement
corruption in paddy procurement
author img

By ETV Bharat Odisha Team

Published : Dec 26, 2023, 10:12 PM IST

corruption in paddy procurement

ଭୁବନେଶ୍ବର: ଧାନ କିଣାରେ ବର୍ଷକୁ ୧୦୦୦ କୋଟି ଦଳୀୟ ପାଣ୍ଠି ସଂଗ୍ରହ କରୁଛି ବିଜେଡି । ଧାନକିଣାରେ ବିଜେଡି ବଡ ସିଣ୍ଡିକେଟ ତିଆରି କରିଛି । କୃଷି, ସମବାୟ ମନ୍ତ୍ରୀଙ୍କ ପ୍ରରୋଚନାରେ ମିଲରଙ୍କ ଜରିଆରେ ଚାଷୀଙ୍କୁ ଶୋଷଣ କରୁଛନ୍ତି । କଟନୀ ଛଟନୀରେ ୫ ରୁ ୬ କେଜି କାଟୁଛନ୍ତି । ସେଥିରୁ ଦଳୀୟ ପାଣ୍ଠି ମଧ୍ୟ ସଂଗ୍ରହ କରୁଛନ୍ତି । ତେବେ ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରି ଏଭଳି କିଛି ସାଂଘାତିକ ଅଭିଯୋଗ ଆଣିଛି ବିଜେପି ।

ତେବେ ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରି ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି, "ବିଜୁ ଜନାତା ଦଳ, ଓଡ଼ିଶାବାସୀଙ୍କ ପାଇଁ କାଳ, ଏକଥା ସ୍ପଷ୍ଟ ହୋଇ ସାରିଛି । ବିଜେଡି ଯେବେଠୁ ସରକାରକୁ ଆସିଲାଣି ସେବେଠାରୁ ଚାଷୀମାନଙ୍କର କୌଣସି ଅର୍ଥନୈତିକ ଉନ୍ନତି ହୋଇନାହିଁ । ବିଜେଡି ୨୪ ବର୍ଷ ଶାସନରେ ଚାଷୀଙ୍କ ମୁଣ୍ଡପିଛା ଆୟ ମାତ୍ର ୨୭ ଟଙ୍କା ବଢ଼ିଛି । ସର୍ବ ଭାରତୀୟ ସ୍ତରରେ ଓଡ଼ିଶା ଚାଷୀ ଆଜି ତଳ ସ୍ତରରେ ରହିଛନ୍ତି । ପଡୋଶୀ ରାଜ୍ୟରେ ଗୁଡିକରେ ଧାନ କିଣା ମୂଲ୍ୟ ୩୦୦୦ ରୁ ଅଧିକ ଥିବା ବେଳେ ଓଡ଼ିଶାରେ ମାତ୍ର ୨୧୯୩ ।"

ଏହା ମଧ୍ୟ ପଢ଼ନ୍ତୁ.....ଧାନ ମଣ୍ଡିରେ ମିଲରଙ୍କ ଦାଦାଗିରି ବନ୍ଦ ବାଦିରେ ଗର୍ଜିଲା ବିଜେପି

ମନୋଜ ଏହା ମଧ୍ୟ କହିଛନ୍ତି ଯେ, ବିଜୁ ଜନତା ଦଳ କହିଥିଲା ଯେ, ରାଜ୍ୟର ସମସ୍ତ ଚାଷୀଙ୍କ ଠାରୁ ଓଡ଼ିଶା ସରକାର ଧାନ କ୍ରୟ କରିବ । କିନ୍ତୁ ଏହାର ଫଳ ଓଲଟା । ବିଜେଡ଼ି ସରକାର ସବୁବେଳେ ଡ଼ିଣ୍ଡିମ ପିଠୁଛି ଯେ, ଛାଷୀଙ୍କ ପାଇଁ ସରକରା ସବୁବେଳେ ଯତ୍ନବାନ । କିନ୍ତୁ 27 ବର୍ଷର ଦଳ ଓ 24 ବର୍ଷର ଶାସନରେ ଚାଷୀଙ୍କ ପାଇଁ କିଛି କରିନାହିଁ ବିଜେଡ଼ି । ଅଖାରୁ ଫଲ୍ସ ବିଲ୍ ହେଉଛି । ପ୍ରତିଷ୍ଠା ଦିବସରେ ଚାଷୀଙ୍କ ପାଇଁ ସରକାର କଣ କରିଛନ୍ତି ତାର ଉତ୍ତର ରଖନ୍ତୁ । ଧାନକିଣାରେ ଏକ ବଡ ସିଣ୍ଡକେଟ୍ କାମ କରୁଛି । ରାଜ୍ୟ ସରକାରଙ୍କ କୃଷି, ଯୋଗାଣ ଏବଂ ସମବାୟ ବିଭାଗର ମିଳିତ ମଧୁଚନ୍ଦ୍ରିକାରେ ସାମିଲ ଅଛି ମିଲର୍ସ । ଓଡିଶାରେ ଚାଷୀଙ୍କ ଆୟ ସର୍ବଭାରତୀୟ ସ୍ତରର ଆୟଠାରୁ ସବୁଠାରୁ କମ୍ ଏବଂ ବ୍ୟୟରେ ମଧ୍ୟ କମ୍ । ଏହା ଓଡିଶାର ଚାଷୀଙ୍କୁ ବିଜେଡି ସରକାରର ସବୁଠୁ ବଡ ଉପହାର କି । ଧାନ ମଣ୍ଡିରେ ଚାଲିଛି କଟନୀ ଛଟନୀ । ବିଭାଗୀୟ ମନ୍ତ୍ରୀ ଓଡ଼ିଶାର କୌଣସି ଏକ ମଣ୍ଡିକୁ ଯାଆନ୍ତୁ । ଆମେ ସବୁ ମଣ୍ଡି ବୁଲୁଛୁ, ସ୍ଥିତି ଦେଖୁଛି । ୭୫ କେଜି ଧାନରେ ମିନିମମ ଦୁଇ କେଜି କଟନି ଛଟନି ହେଉଛି । ଧାନ ବିକ୍ରି ପରେ ବି ଚାଷୀଙ୍କ ଆକାଉଣ୍ଟରେ ଜମା ହେଉ ନାହିଁ ପଇସା ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.