ETV Bharat / state

'ଦଳିତଙ୍କୁ ସୁରକ୍ଷା ଦେବାରେ ବିଫଳ ପୋଲିସ' - ଦଳିତ ପରିବାର ଆକ୍ରମଣ ଘଟଣାରେ ବିଭୂ ତରାଇ ପ୍ରତିକ୍ରିୟା

ଦଳିତଙ୍କୁ ସୁରକ୍ଷା ଦେବାରେ ବିଫଳ ବୋଲଗଡ଼ ପୋଲିସ । ଅଭିଯୋଗ ଆଣିଲେ ବିଜେପି ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି । ଅଧିକ ପଢନ୍ତୁ...

'ଦଳିତଙ୍କୁ ସୁରକ୍ଷା ଦେବାରେ ବିଫଳ ପୋଲିସ'
'ଦଳିତଙ୍କୁ ସୁରକ୍ଷା ଦେବାରେ ବିଫଳ ପୋଲିସ'
author img

By

Published : Aug 8, 2021, 10:31 PM IST

ଖୋର୍ଦ୍ଧା: ଜିଲ୍ଲା ବୋଲଗଡ ଥାନା ଅନ୍ତର୍ଗତ ବାଙ୍କୋଇ ଗ୍ରାମରେ ତିନି ଦଳିତ ପରିବାରଙ୍କୁ ସୁରକ୍ଷା ଦେବାରେ ବୋଲଗଡ଼ ଥାନା ପୋଲିସ ବିଫଳ ହୋଇଛି । ବିଜେପିର ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ବିଭୂ ତରାଇ ଏହି ଅଭିଯୋଗ କରିଛନ୍ତି । ବିଜେଡ଼ି କର୍ମୀଙ୍କ ଆକ୍ରମଣରେ ଆହତ ହୋଇଥିବା ଏହି ତିନି ପରିବାରକୁ ପୋଲିସ ନ୍ୟାୟ ଦେବା ପରିବର୍ତ୍ତେ ସେମାନଙ୍କୁ ଗିରଫ କରିଛି । ଅନ୍ୟପକ୍ଷରେ ଆକ୍ରମଣର ଶିକାର ହୋଇଥିବା ଅର୍ଜୁନ ନାୟକଙ୍କ ପତ୍ନୀଙ୍କ ଠାରୁ ପୋଲିସ ଅଭିଯୋଗ ଗ୍ରହଣ କରୁନାହିଁ ବୋଲି ତରାଇ କହିଛନ୍ତି । ଏଣୁ ଆଗାମୀ ଦିନରେ ଦଳିତ ପରିବାରଙ୍କ ସୁରକ୍ଷା ପାଇଁ ବିଜେପି ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି ବିଭୂ ତରାଇ ।

'ଦଳିତଙ୍କୁ ସୁରକ୍ଷା ଦେବାରେ ବିଫଳ ପୋଲିସ'

ଅନ୍ୟପକ୍ଷେ ଏ ସମ୍ପର୍କରେ ଥାନା ନିରୀକ୍ଷକା ବିଦିତା ନାୟକ କହିଛନ୍ତି, ବୋଲଗଡ଼ ଥାନା ବାଙ୍କୋଇ ଗ୍ରାମରେ ଦୁଇ ସାହିର କିଛି ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି । ଏ ସଂକ୍ରାନ୍ତରେ ପୋଲିସ ଉଭୟ ପକ୍ଷରୁ ଅଭିଯୋଗ ଆଧାରରେ ମାମଲା ରୁଜୁ କରିଛି । ପ୍ରଭାତ ନାୟକଙ୍କ ଅଭିଯୋଗ ନେଇ ୧୧୮/୨୧ ରେ ଏକ ମାମଲା ରୁଜୁ କରଯାଇଥିବାବେଳେ ଝୁନା ନାୟକଙ୍କ ‌ଅଭିଯୋଗଙ୍କୁ ନେଇ ୧୧୯/୨୧ କେସ୍ ରୁଜୁ କରିଛି ପୋଲିସ । ଏହି ମାମଲାରେ ଉଭୟ ପକ୍ଷରୁ ଦୁଇ ଜଣ ଲେଖାଁଏ ଅଭିଯୁକ୍ତମାନଙ୍କୁ ଗିରଫ କରି ଖୋର୍ଦ୍ଧା କୋର୍ଟ ଚାଲାଣ କରାଯାଇଛି ।

ଏଥିସହ ଘଟଣାରେ ଅନ୍ୟ କିଛି ଅଭିଯୁକ୍ତମାନେ ଫେରାର ଅଛନ୍ତି । ତେବେ ଏହି ମାମଲାର ତଦନ୍ତ ଜାରି ରହିଛି ବୋଲି ଥାନା ଆଇଆଇସି ବିନ୍ଦିତା ନାୟକ କହିଛନ୍ତି । ଆଇଆଇସିଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ସାହିର ଏକ ରାସ୍ତା କାର୍ଯ୍ୟକୁ ନେଇ ଗତ ଜୁଲାଇ 30 ତାରିଖରେ ଗଣ୍ଡଗୋଳର ସୂତ୍ରପାତ ଘଟିଥିଲା । ଏଥିରେ ଚାରି ଜଣ ଆହତ ହୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.