ETV Bharat / state

୨୦୨୩ରେ ଓଡ଼ିଆଙ୍କ ହକ୍ ପାଇଁ ଲଢେଇ ଜାରି ରହିବ: ସମୀର ମହାନ୍ତି

author img

By

Published : Jan 1, 2023, 10:54 PM IST

୨୦୨୩ରେ ଓଡ଼ିଆଙ୍କ ହକ୍ ପାଇଁ ଲଢେଇ ଜାରି ରହିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ବିଜେପିକୁ ଚେରାପୁଞ୍ଜିର ବର୍ଷା ଧୋଇପାରିବ ନାହିଁ କିମ୍ବା ଥର୍ ମରୁଭୂମିର ଉଷ୍ମତା ଜଳାଇ ପାରିବ ନାହିଁ ବୋଲି ସେ କହିଛନ୍ତି । ଅଧିକ ପଢ଼ନ୍ତୁ

ସାମ୍ବାଦିକ ସମ୍ମିଳନୀରେ ସମୀର ମହାନ୍ତି
ସାମ୍ବାଦିକ ସମ୍ମିଳନୀରେ ସମୀର ମହାନ୍ତି
୨୦୨୩ରେ ଓଡ଼ିଶା ପାଇଁ ବିଜେପିର ଲଢ଼େଇ ଜାରି ରହିବ କହିଲେ ସମୀର ମହାନ୍ତି

ଭୁବନେଶ୍ବର: ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀମାନେ ଦଳର ବରିଷ୍ଠ ନେତାଙ୍କ ସହିତ ଆଜି ନୂଆବର୍ଷ ପାଳନ କରିଛନ୍ତି । ତେବେ ଏହି ଅବସରରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ୨୦୨୩ରେ ଓଡ଼ିଆଙ୍କ ହକ୍ ପାଇଁ ଲଢେଇ ଜାରି ରହିବ ବୋଲି ସେ କହିଛନ୍ତି । ବିଜେପିକୁ ଚେରାପୁଞ୍ଜିର ବର୍ଷା ଧୋଇପାରିବ ନାହିଁ କିମ୍ବା ଥର୍ ମରୁଭୂମିର ଉଷ୍ମତା ଜଳାଇ ପାରିବ ନାହିଁ ବୋଲି ସେ କହିଛନ୍ତି ।

ନୂଆବର୍ଷ ଅବସରରେ ସମୀର ମହାନ୍ତି କହିଛନ୍ତି, "ବିଜେପି ୩୬୫ ଦିନିଆ ପାର୍ଟି ଓ କାର୍ଯ୍ୟକର୍ତ୍ତା ଆଧାରିତ ପାର୍ଟି । ଓଡ଼ିଶାବାସୀ ଭାରତୀୟ ଜନତା ପାର୍ଟିକୁ ଏକ ଭୂମିକା ଅର୍ପଣ କରିଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେଇ ଦାୟୀତ୍ୱବାନ ବିରୋଧୀ ଦଳର ଭୂମିକା ନିର୍ବାହ କରୁଛି ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନ କାଳ ୯ ବର୍ଷ ପୂରଣ କରିବାକୁ ଯାଉଛି । କିନ୍ତୁ ଦୁଃଖର କଥା ଯେଉଁ ସବୁ ଯୁଗାନ୍ତକାରୀ ଯୋଜନା ଘୋଷଣା ହୋଇଛି ସେଗୁଡିକ ଲୋକଙ୍କ ପାଖରେ ପହଞ୍ଚିପାରୁ ନାହିଁ । ଏଥିପ୍ରତି ବିଜେପି ସଚେତନ ଅଛି । ବିଭିନ୍ନ ସମୟରେ ରାଜରାସ୍ତାଠାରୁ ଆରମ୍ଭ କରି ବିଧାନସଭା ପର୍ଯ୍ୟନ୍ତ ଏସବୁ କଥା ଦଳ ଉଠାଉଛି । ତେଣୁ ୨୦୨୩ରେ ଓଡ଼ିଆ ଲୋକଙ୍କ ହକ୍ ପାଇଁ ବିଜେପି କାର୍ଯ୍ୟକର୍ତ୍ତା ମାନସିକ ଭାବେ ପ୍ରସ୍ତୁତ ଅଛନ୍ତି । ଲୋକଙ୍କ ହକ୍ ପାଇଁ ଦଳ ଲଢେଇ ଜାରି ରଖିବ । ନୂଆ ବର୍ଷ ପାଇଁ ଅନେକ ଚ୍ୟାଲେଞ୍ଜ ଅଛି । କିନ୍ତୁ ସେ ଚ୍ୟାଲେଞ୍ଜ ଗୁଡିକୁ ଓଭରକମ୍ କରିବା ପାଇଁ ଦଳର କର୍ମକର୍ତ୍ତା ସର୍ବଦା ଚେଷ୍ଟିତ ଅଛନ୍ତି ।"

ସେ ଆହୁରି ମଧ୍ୟ କହିଛନ୍ତି, "ବିଚାର ଆଧାରିତ ପାର୍ଟିରେ କାମ କରୁଥିବା କାର୍ଯ୍ୟକର୍ତ୍ତାଙ୍କୁ ନା ଚେରାପୁଞ୍ଜିର ବର୍ଷା ଧୋଇଦେବ ନା ତାଙ୍କୁ ଥର୍ ମରୁଭୂମିର ଉଷ୍ମତା ଜଳାଇ ପାରିବ । ତେଣୁ ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ସମ୍ମୁଖୀନ ହୋଇ ଓଡ଼ିଶାବାସୀଙ୍କ ସେବା କରିବା ପାଇଁ ଯେଉଁ ସଂକଳ୍ପ ନିଆଯାଇଛି ଏବଂ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଏକାତ୍ମବାଦରେ ବିଶ୍ୱାସ ରଖି ଯେଉଁମାନେ କାର୍ଯ୍ୟ କରୁଛନ୍ତି, ଏମାନେ ଓଡିଶାବାସୀଙ୍କ ସେବାରେ ଏହି ବର୍ଷ ଆଗରେ ରହିବେ । ପ୍ରସଙ୍ଗ ଭିତ୍ତିକ ନିର୍ବାଚନ ହେବ । ନରେନ୍ଦ୍ର ମୋଦି ଗ୍ରାମାଞ୍ଚଳର ବିକାଶ ପାଇଁ ବ୍ୟାପକ ଅର୍ଥ ପ୍ରଦାନ କରିଛନ୍ତି । କିନ୍ତୁ ସେ ଅର୍ଥକୁ ସବୁ ବ୍ୟାପକ ଭାବେ ତୋଷାରପାତ ହୋଇଛି । ବିଜେଡ଼ି ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ମାଧ୍ୟମରେ ଭୋଟ କରେଇ ଦେଉନାହିଁ । ଭିଜିଲାନ୍ସ ଯେଉଁ ମାନଙ୍କୁ ଧରୁଛି, ସେମାନେ ଗୋଟିଏ ଦିନରେ କଣ କୋଟି କୋଟି ଟଙ୍କା ହଡପ କରୁଛନ୍ତି କି । ଏହା ଲୋକଙ୍କୁ ବୋକା ବନାଇ ଦେବେ ବୋଲି ଭାବିବା ବିଜେଡ଼ିର ଭୁଲ ।" ଗଣତନ୍ତ୍ରରେ ଜନତା ମାଲିକ । ସେମାନେ ନିଶ୍ଚିତ ଭାବେ ଦୁର୍ନୀତିଗ୍ରସ୍ତ ସରକାର ବିରୋଧରେ ମତଦାନ କରିବେ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.