ETV Bharat / state

ଦୁର୍ନୀତିର ପେଣ୍ଠସ୍ଥଳ ପାଲଟିଛି BMC ଓ CMC: ବିଜେପି

author img

By ETV Bharat Odisha Team

Published : Nov 18, 2023, 6:50 PM IST

BJP Pressmeet On Corruption:ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ପ୍ରସଙ୍ଗ କରିଛି ଦଳ । ଅଧିକ ପଢନ୍ତୁ

bjp slams state govt of over corruption
ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ୍

ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ୍

ଭୁବନେଶ୍ବର: ରାଜ୍ୟରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ବିକ୍ଷୋଭ କରୁଛି ବିଜେପି । ସମସ୍ତ ବ୍ଲକ ଓ ମ୍ୟୁନସିପାଲଟି ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଛି ଦଳ । ଏନେଇ ସାମ୍ବାଦିକ ସମ୍ମିଳନୀ କରି ବିଜେପି ମୁଖପାତ୍ର ଦିଲ୍ଲୀପ ମହାନ୍ତି କହିଛନ୍ତି, "ଓଡ଼ିଶାରେ ଦୁର୍ନୀତି ଚରମ ସୀମାରେ । ସଚିବାଳୟ ଠାରୁ ପଞ୍ଚାୟତ ପର୍ଯ୍ୟନ୍ତ ସବୁଠି ଦୁର୍ନୀତି । ରାଜ୍ୟ ସରକାର ଭୁବନେଶ୍ବରକୁ ଅଳିଆ ଗଦା କରିଦେଲେ । ୨୩ ବର୍ଷର ସରକାର ଏହାହିଁ ସଫଳତା । ଲୋକେ ଅଳିଆ ଗଦାର ଦୁର୍ଗନ୍ଧକୁ ନେଇ ଅଣବିଶ୍ବାସୀ । ତ୍ରାହି ତ୍ରାହି ଡାକିଲେଣି ଲୋକେ ।"

"ଅସରାଏ ବର୍ଷାରେ ଭୁବନେଶ୍ଵର ଉବୁଟୁବୁ । ବର୍ଷା ହେଲେ ପ୍ରତିଦିନ ସହରରେ କୃତ୍ରିମ ବନ୍ୟା । ରାଜଧାନୀରେ ଥିବା ୧୦ଟି ବଡ ଡ୍ରେନ ଏବେବି ପୁନରୁଉଦ୍ଧାର କରାଗଲା ନାହିଁ । ଗଙ୍ଗୁଆ ନାଳର ପୁନଃଉଦ୍ଧାର କରିବା ଦିଗରେ ବିଏମସି କୌଣସି ପଦକ୍ଷେପ ନେଉ ନାହାନ୍ତି । ଦୟା ନଦୀ ଡେଙ୍ଗୁର ପେଣ୍ଠସ୍ଥଳ ପାଲଟିଛି । ଏ ଦିଗରେ ବିଏମସି ନୀରବ । ଭୁବନେଶ୍ବର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ଭାବେ ୧ ହଜାର କୋଟି ଟଙ୍କାର ଘୋଷଣା କରିଥିଲେ । କୁଆଡେ ଗଲା ସେ ବିକାଶ ? ବିଏମସି ଯୋଜନା ପରେ ଯୋଜନା କରୁଛି । ଗ୍ରାଉଣ୍ଡର କାମ କିଛି ନାହିଁ" ବୋଲି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି ।

ଏହା ବି ପଢନ୍ତୁ...ଦୁର୍ନୀତି ପ୍ରତିବାଦରେ ଅନୁଗୋଳର ୩ଟି ବ୍ଲକ ଘେରାଉ କଲା ବିଜେପି

ସେ ଆହୁରି ମଧ୍ୟ କହିଛନ୍ତି, "ବିଏମସି କେବଳ ପ୍ରଚାରରେ ମାତିଛି । ବିଏମସି ସହରର ସମସ୍ୟା ସମାଧାନ ଦିଗରେ କୌଣସି ପଦକ୍ଷେପ ନେଉନାହିଁ । 'ଜାଗା ମିଶନ' କଥା ନ କହିବା ଭଲ । ବସ୍ତି ବାସିନ୍ଦାଙ୍କୁ ଜାଗା ଯୋଗାଇ ଦେବା ପାଇଁ 'ଜାଗା ମିଶନ' ଜରିଆରେ ଜମି ପଟ୍ଟା ବାଣ୍ଟିଲେ । ସେ ଜମି ପଟ୍ଟାର କେତେ ବିଶ୍ୱସନୀୟତା ଅଛି ତାହା ପର୍ଦ୍ଦାଫାସ କରିଛି ବିଜେପି । ବିଏମସି ମେୟର, କମିଶନର, ସ୍ଥାନୀୟ ବିଧାୟକ ଭୁବନେଶ୍ୱରର ଏଭଳି ଅବସ୍ଥା ପାଇଁ ଦାୟୀ । କେବଳ ଭୁବନେଶ୍ୱର କାହିଁକି କଟକରେ ମଧ୍ୟ ସମାନ ସମସ୍ୟା । ଜାଇକା ଏହାର ବଡ ଉଦାହରଣ । BMC ଏବଂ CMC ପାଲଟିଛି ଦୁର୍ନୀତିର ପେଣ୍ଠସ୍ଥଳ । ସେହିପରି ଗଞ୍ଜାମ ମହାନଗର ନିଗମ, ସମ୍ବଲପୁର ଏବଂ ରାଉକେଲାରେ ମଧ୍ୟ ସାମାନ ସମସ୍ୟା । ଦୁର୍ନୀତି ହିଁ ମୂଳ କାରଣ ।" ଏସବୁର ସ୍ଥାୟୀ ସମାଧାନ ଦିଗରେ ପଦକ୍ଷେପ ନେବା ପାଇ ଦାବି କରିଛି ବିଜେପି । ଏହାକୁ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯାଉଥିବାବେଳେ ଏହା ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.