ETV Bharat / state

କାଶୀପୁର ଗର୍ଭବତୀଙ୍କ ମୃତ୍ୟୁ ଘଟଣା, ପରିବାରକୁ 30 ଲକ୍ଷ କ୍ଷତିପୂରଣ ଦାବି କଲା BJP

author img

By

Published : Jan 15, 2023, 9:36 PM IST

Updated : Jan 15, 2023, 10:15 PM IST

କାଶୀପୁରର ଆନ୍ଦୋଳନ କରୁଥିବା ମହିଳାଙ୍କୁ ଗିରଫ ପରେ ସେମାନଙ୍କ ମଧ୍ୟରେ ଥିବା ଜଣେ ଗର୍ଭବତୀଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ପ୍ରେସମିଟ୍ । ଅଧିକ ପଢ଼ନ୍ତୁ

ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ପ୍ରେସ ମିଟ୍

ଭୁବନେଶ୍ବର: କାଶୀପୁରରେ ଗର୍ଭବତୀଙ୍କ ମୃତ୍ୟୁକୁ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛି ବିଜେପି । ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଆନ୍ଦୋଳନ କରୁଥିବା ବେଳେ କାହିଁକି 13 ଜଣ ମହିଳାଙ୍କୁ ଗିରଫ କରାଗଲା ବୋଲି ପ୍ରଶ୍ନ କରାଯାଇଛି । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଳକ୍ ଅଣ୍ଡିରା କଇଁଚ ଗାଁର ଶ୍ରମିକ ମୃତ୍ୟୁ ଘଟଣା ରାଜ୍ୟ ସରକାରଙ୍କ ଅନ୍ଧାରୀ ଆଉ କଳଙ୍କିତ ଶାସନର ସ୍ପଷ୍ଟ ଉଦାହରଣ ବୋଲି ବିଜେପି ଟାର୍ଗେଟ୍‌ କରିଛି । ଏହାକୁ ନେଇ ଘଟଣାସ୍ଥଳକୁ ବିଜେପିର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ କାଶୀପୁର ଗସ୍ତ କରିବ। ଏହି ଟିମରେ ବିଧାୟକ ମୁକେଶ ମହାଲିଙ୍ଗ ଏବଂ ପୂର୍ବତନ ସାଂସଦ ବଳଭଦ୍ର ମାଝୀ ରହି ଘଟଣା ସ୍ଥଳକୁ ଯାଇ ପରିଦର୍ଶନ କରିବେ ।

ଏହା ସହିତ ଜାତୀୟ ଅନୁସୂଚିତ ଜାତି କମିଶନ, ମହିଳା କମିଶନ ଏବଂ ମାନବଧିକାର କମିଶନଙ୍କ ଦ୍ଵାରସ୍ଥ ହେବ ବୋଲି କହିଛନ୍ତି ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ଅଧ୍ୟକ୍ଷ ପ୍ରସାଦ ତରାଇ । ଉତ୍କଳ ଆଲୁମିନା କମ୍ପାନୀ ଦ୍ଵାରା ଜମି ହରାଇଥିବା ଲୋକମାନେ ଦୈନନ୍ଦିନ କାମ ପାଇଁ ଆନ୍ଦୋଳନ କରୁଥିବା ବେଳେ କାହିଁକି 13 ଜଣ ମହିଳାଙ୍କୁ ଗିରଫ କରାଗଲା । ଏମାନଙ୍କୁ ଗିରଫ କରି ପୋଲିସ ଷ୍ଟେସନରେ ନରଖି ରାତି ସାରା ବୁଲାଇବା ସହ ପୋଲିସ ଶାରୀରିକା ନିର୍ଯାତନା ଦେଇଥିବା ଅଭିଯୋଗ କରିଛି ବିଜେପି । ଯେଉଁଥିପାଇଁ ଗର୍ଭବତୀ ମହିଳା ମୂଲା ନାୟକଙ୍କ ମୃତ୍ୟୁ ହୋଇଛି । ଜାନୁଆରୀ 6ରେ ଜାମିନ ହେବା ପରେ ପୋଲିସ ପୁଣି ଏକ ହତ୍ୟା ଉଦ୍ୟମ ଭଳି ମିଥ୍ୟା ମାମଲା କରି ୧୩ ଜଣ ମହିଳାଙ୍କୁ ଗିରଫ କରିଥିଲା ।

ଏଠି ପ୍ରଶ୍ନ ଉଠୁଛି ରାଜ୍ୟ ସରକାରଙ୍କ ମହିଳା ସଶକ୍ତୀକରଣ ଏବଂ ସ୍ଵାବଲମ୍ବୀ କଥା କହୁଥିବା ବେଳେ ଏଠି ରୋଜଗାର ପାଇଁ ଲଢେଇ କରୁଥିବା ମହିଳାମାନଙ୍କୁ ସରକାର ଗିରଫ କଲା କେମିତି । ତେଣୁ ଏଠାରେ ମାକୁ ସମ୍ମାନ ଗାଁକୁ କାମ କେଉଁଠି ହେଉଛି ବୋଲି ପ୍ରଶ୍ନ ଉଠାଇଛି ଦଳ । ଏହାସହ ରାଜ୍ୟ ସରକାରଙ୍କୁ ପୁର୍ଣ୍ଣବସତି ଥଇଥାନ ନୀତି ଧୂଆଁଵାଣରେ ପରିଣତ ହୋଇଥିବା ଦଳ କହିଛି । ତେଣୁ ଘଟଣାର ନ୍ୟାୟିକ ତଦନ୍ତ ପାଇଁ ଦାବି କରିଛି ଦଳ । ଏହାସହ ମୃତ ମହିଳା ମୂଲା ନାୟକଙ୍କ ପରିବାରକୁ 30 ଲକ୍ଷ କ୍ଷତିପୂରଣ, ଏସପି ଏବଂ ଆଇଆଇସିଙ୍କୁ ନିଲମ୍ବନ, ମହିଳାମାନଙ୍କୁ ପୁର୍ଣ୍ଣବସତି ଥଇଥାନ ନୀତିରେ ଚାକିରି, ଏବଂ ସେମାନଙ୍କ ଉପରେ ଥିବା ମାମଲା ପ୍ରତ୍ୟାହାର କରିବାକୁ ଦାବି କରିଛି ବିଜେପି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 15, 2023, 10:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.