ETV Bharat / state

ବିଦ୍ୟୁତ ଶୁଳ୍କ ହ୍ରାସ ଦାବିରେ ବୋଲଗଡ଼ ବିଜେପିର ବିକ୍ଷୋଭ - Corona epidemic

ଦୀର୍ଘ ଦିନ ଧରି ବିଦ୍ୟୁତ କମ୍ପାନୀ ତରଫରୁ ବିଦ୍ୟୁତ ଦରରେ କୌଣସି ରୋକ୍ ଲାଗୁ ନଥିବାରୁ ବୋଲଗଡ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛି ବିଜେପି । ଅଧିକ ପଢନ୍ତୁ...

ବିଦ୍ୟୁତ ଶୁଳ୍କ ହ୍ରାସ ଦାବିରେ ବୋଲଗଡ଼ ବିଜେପିର ବିକ୍ଷୋଭ

author img

By

Published : Jul 19, 2021, 7:19 PM IST

ଖୋର୍ଦ୍ଧା: ରାଜ୍ୟରେ ବିଦ୍ୟୁତ ଶୁଳ୍କ ବୃଦ୍ଧି, ତଥା ଅଘୋଷିତ ବିଦ୍ୟୁତକାଟ ପ୍ରତିବାଦରେ ଭାରତୀୟ ଜନତା ପାର୍ଟି ବୋଲଗଡ ଶାଖା ତରଫରୁ ବିଜେପି ନେତା ତଥା ବେଗୁନିଆ ବିଜେପି ବିଧାୟକ ପାର୍ଥୀ ଋଷଭ ନନ୍ଦଙ୍କ ନେତୃତ୍ୱରେ ଶତାଧିକ କର୍ମୀ ବୋଲଗଡ ଗୋପବନ୍ଧୁ ଛକ ଠାରୁ ବିଜେପି ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ବାହାରି ବୋଲଗଡ ଉପଖଣ୍ଡ ସ୍ତରୀୟ ବିଦ୍ୟୁତ କାର୍ଯ୍ୟାଳୟ ଓ ବୋଲଗଡ ତହସିଲଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ।

ବିଦ୍ୟୁତ ଶୁଳ୍କ ହ୍ରାସ ଦାବିରେ ବୋଲଗଡ଼ ବିଜେପିର ବିକ୍ଷୋଭ

ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମାନନୀୟ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦଳୀୟ କର୍ମୀମାନେ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ପ୍ରତିହାର କରି ଗରିବ ଲୋକଙ୍କୁ ଏହି କୋରୋନା ମହାମାରୀ ସମୟରେ ବୋଝ ଉପରୁ ନଳିତା ବିଡାକୁ ହଟାଇବାକୁ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ।

ସେହିପରି ଆଗାମୀ ଦିନରେ ସରକାର ଏଥିପ୍ରତି ଦୃଷ୍ଟି ନ ଦିଅନ୍ତି ତେବେ ବାଧ୍ୟ ହୋଇ ସାରା ଓଡ଼ିଶାରେ ବିଜେପିର କର୍ମୀମାନେ ଓଡ଼ିଶାର କାର୍ଯ୍ୟକ୍ଷମ ଥିବା ସମସ୍ତ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ ସମସ୍ତ ବିଦ୍ୟୁତ ଗ୍ରୀଡ଼କୁ ଅଚଳ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.