ETV Bharat / state

ଜିଲ୍ଲା ବିଜେପି ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ - ଭୁବନେଶ୍ଵର ଖବର

ସାଙ୍ଗଠନିକ ଜିଲ୍ଲା ବିଜେପି ପକ୍ଷରୁ ଉପଜିଲ୍ଲାପାଳଙ୍କ ଅଫିସ ଘେରାଉ । ଚାଷୀଙ୍କୁ ନ୍ୟାୟ ଦେବା ପାଇଁ ଦାବି କରିଛି ଭୁବନେଶ୍ଵର ସାଙ୍ଗଠନିକ ଜିଲ୍ଲା ବିଜେପି । ଅଧିକ ପଢ଼ନ୍ତୁ

ବିଜେପି ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ
BJP protest in sub collector office
author img

By

Published : Dec 21, 2022, 10:04 PM IST

BJP protest in sub collector office

ଭୁବନେଶ୍ଵର : ଭୁବନେଶ୍ଵର ସାଙ୍ଗଠନିକ ଜିଲ୍ଲା ବିଜେପି ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ । ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହିତ ଏକ ସ୍ମାରକପତ୍ର ଉପଜିଲ୍ଲାପାଳଙ୍କୁ ଦେଇଛନ୍ତି । ଏହି ଦାବିପତ୍ର ଦେବା ସମୟରେ ଚାଷୀଙ୍କୁ ନ୍ୟାୟ ଦେବା ପାଇଁ ଦାବି କରିଛି ଭୁବନେଶ୍ଵର ସାଙ୍ଗଠନିକ ଜିଲ୍ଲା ବିଜେପି ।

ଟୋକନ୍‌, କଟନୀଛଟନୀ, ସୁତୁଲି ଅଖା ଏବଂ ଦଲାଲୀରାଜ ଭଳି ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବିଜେପି ଆଜି ସ୍ମାରକପତ୍ର ପ୍ରଦାନ କରିଛି । ଧାନ ବିକିବାକୁ ଯାଇ ମଣ୍ଡିରେ ଚାଷୀ ଆର୍ଥିକ ଶୋଷଣର ଶିକାର ହେଉଥିବା ଅଭିଯୋଗ କରିଛି ବିଜେପି।

ଚାଷୀଙ୍କୁ ନ୍ୟାୟ ଦେବା ପାଇଁ ଦାବି କରି ସମସ୍ତ ସମସ୍ୟାର ସମଧାନ ଦାବିରେ ଭୁବନେଶ୍ବର ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେଇଛି ବିଜେପି । ଏହାସହିତ ଯଥାଶୀଘ୍ର ମଣ୍ଡି ଖୋଲିବା ପାଇଁ ଦାବି କରିଛି ବିଜେପି । ସେହିପରି ବାବୁ ସିଂ କହିଛନ୍ତି ରାଜ୍ୟ ସରକାରଙ୍କ ଦୂରଦୃଷ୍ଟି ଅଭାବ ଦେଖାଦେଇଛି । ସେଥିପାଇଁ ବହୁ ଚାଷ ଜମି ପଡିଆ ପଡିଛି । ତୁରନ୍ତ ଏହାର ପଦକ୍ଷେପ ନିଅନ୍ତୁ ସରକାର ବୋଲି କହିଛି ବିଜେପି ।

ଏ ସମ୍ପର୍କରେ ଭୁବନେଶ୍ବର ବିଜେପି ଜିଲ୍ଳା ସଭାପତି ବାବୁ ସିଂ କହିଛନ୍ତି "ରାଜ୍ୟ ସରକାରଙ୍କର ଚାଷ ଓ ଚାଷୀଙ୍କ ପ୍ରତି ଯେଉଁ ମାରଣାନୀତି ବିରୋଧରେ ଭାରତୀୟ ଜନତା ପାର୍ଟି ଆଜି ରାସ୍ତାକୁ ଓହ୍ଲାଇଛି । ଏନେଇ ଉପଜିଲ୍ଲାପାଳଙ୍କ ବିରୋଧରେ ସ୍ମାରକପତ୍ର ରଖିଛି । ଏହାସହ ବିଶେଷ ଭାବରେ ଅତିଶୀଘ୍ର ମଣ୍ଡି ଖୋଲିବା ପାଇଁ ଆମେ ଦାବି କରିଛୁ । ଯେଉଁଭଳି ଭାବେ ଦଲାଲ ମଧ୍ୟସ୍ଥି ସାଜିଥିବା ମିଲରମାନେ କୋଟିପତି ହେଉଛନ୍ତି । ହେଲେ ଯେଉଁମାନେ ଅନ୍ନଦାତା ସେମାନେ ଦିନକୁ ଦିନ ଗରିବ ହେଉଛନ୍ତି । ରାଜ୍ୟ ସରକାରଙ୍କ ଦୂରଦୃଷ୍ଟି ଅଭାବ ଏଠାରେ ସମ୍ପୂର୍ଣ୍ଣ ପ୍ରକାଶ ପାଇଛି । ସେଥିପାଇଁ ବହୁତ ଚାଷଜମି ପଡ଼ିଆ ପଡ଼ିଛି । ଏହାର ପ୍ରତିବାଦରେ ଚାଷୀମାନେ କିଭଳି ଉପକୃତ ହେବେ ଓଡ଼ିଶା ଚାଷ ଅଧିକ ଉନ୍ନତ ହେବ ସେ କଥାକୁ ନେଇ ଆଜି ଉପଜିଲ୍ଲାପାଳଙ୍କ ପାଖରେ ସ୍ମାରକପତ୍ର ଦେଇଛୁ ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.