ETV Bharat / state

Naba Das Murder Case: କମିଶନରେଟ ପୋଲିସ ଅଫିସ ସମ୍ମୁଖରେ ବିଜେପିର ଧାରଣା ଓ ପ୍ରତିବାଦ - ନବ ଦାସ ହତ୍ୟା ଘଟଣା

ମନ୍ତ୍ରୀ ନବ ଦାସ ହତ୍ୟା ଘଟଣା ଏବେ ରାଜ୍ୟ ରାଜନୀତିକୁ ସରଗରମ କରି ରଖିଥିବା ବେଳେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବେଲଗାମ ହୋଇଥିବା ଅଭିଯୋଗ କରି କମିଶନରେଟ ପୋଲିସ ଅଫିସ ସମ୍ମୁଖରେ ପ୍ରତିବାଦ କରିଛି ବିଜେପି । ଏହି ହତ୍ୟା ଘଟଣାର ନିରପେକ୍ଷ ତଦନ୍ତ କରାନଗଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦେବାସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିଜେପି । ଅଧିକ ପଢ଼ନ୍ତୁ

କମିଶନରେଟ ପୋଲିସ ଅଫିସ ସମ୍ମୁଖରେ ବିଜେପିର ସତ୍ୟାଗ୍ରହ

author img

By

Published : Feb 9, 2023, 8:41 PM IST

କମିଶନରେଟ ପୋଲିସ ଅଫିସ ସମ୍ମୁଖରେ ବିଜେପିର ସତ୍ୟାଗ୍ରହ

ଭୁବନେଶ୍ବର: କମିଶନରେଟ ପୋଲିସ ଅଫିସ ସମ୍ମୁଖରେ ବିଜେପିର ଧାରଣା ଓ ପ୍ରତିବାଦ । ମନ୍ତ୍ରୀ ନବ ଦାସ ହତ୍ୟା ଘଟଣା ଏବଂ ରାଜ୍ୟରେ ବେଲଗାମ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜ ରାସ୍ତାକୁ ଓହ୍ଲାଇବା ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିଜେପି । ନବ ଦାସ ହତ୍ୟା ଘଟଣାର ନିରପେକ୍ଷ ତଦନ୍ତ କରାନଗଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛନ୍ତି ବିଜେପି ନେତା ।

ଗୁରୁବାର କମିଶନରେଟ ପୋଲିସ ଅଫିସ ସମ୍ମୁଖରେ ବିଜେପି ପକ୍ଷରୁ ଧାରଣା ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜ୍ୟରେ ଅରାଜକତା ବୃଦ୍ଧି ପାଉଥିବା ଅଭିଯୋଗ କରି ସତ୍ୟାଗ୍ରହ କରିଛି ଦଳ । ତେବେ ନବ ଦାସ ହତ୍ୟା ଘଟଣାରେ ତଦନ୍ତ ସଠିକ ଭାବେ ହେଉନଥିବା ଓ ହତ୍ୟା ପଛରେ ଥିବା ପ୍ରଭାବଶାଳୀଙ୍କୁ ଘଣ୍ଟ ଘୋଡାଇବା ପାଇଁ ଯୋଜନା କରାଯାଉଥିବା ବିଜେପି ଅଭିଯୋଗ କରିଛି । ତଦନ୍ତ ଭାର ନେଇଥିବା କ୍ରାଇମବ୍ରାଞ୍ଚ ଅଧିକାରୀଙ୍କୁ ମଧ୍ୟ ସମାଲୋଚନା କରିଛି ବିଜେପି । ସେହି ତଦନ୍ତକାରୀ ଅଧିକାରୀଙ୍କ ଉପରେ ବିଜେପିର ଭରସା ନାହିଁ ବୋଲି ଦଳ କହିଛି । ସେ ଆଗରୁ ବହୁତ କାହାଣୀ ଶୁଣାଇଛନ୍ତି । ତେଣୁ ଏହାର ନିରପେକ୍ଷ ତଦନ୍ତ କରାନଗଲେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ବିଜେପି ନେତାମାନେ ଚେତାବନୀ ଦେଇଛି ।

ସେହିପରି ବିଜେପି ଏହି ହତ୍ୟାକାଣ୍ଡର ତଦନ୍ତ ଭାର ଏକ ଥାର୍ଡପାର୍ଟିକୁ ଦିଆଗଲେ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ଅଭିଯୋଗ କରି ଆସୁଛି । ଗତକାଲି ମଧ୍ୟ ପ୍ରଦୀପ ପୁରୋହିତ ନବ ଦାସଙ୍କ ଉପରେ ମଧ୍ୟ ଏକ ବିସ୍ଫୋରକ ବୟାନ ଦେଇଥିଲେ । କହିଥିଲେ ମୁଖ୍ୟମନ୍ତ୍ରୀ ପଦ ପାଇଁ ନବଙ୍କୁ ହତ୍ୟା କରାଯାଇଛି । ତେବେ ସେହି ଘଟଣା ଉପରେ ପ୍ରତିକ୍ରିୟା ରଖି ବରିଷ୍ଠ ରାଜନେତା ଦାମ ରାଉତ କହିଥିଲେ ବିରୋଧିଙ୍କ ଏଭଳି ମନ୍ତବ୍ୟ ତଦନ୍ତକୁ ବାଟବଣା କରିବ । ସେପଟେ କ୍ରାଇମବ୍ରାଞ୍ଚ ତଦନ୍ତ ଉପରୁ ଲୋକଙ୍କ ଭରସା ଉଠିଗଲାଣି । କିନ୍ତୁ ବିଜେଡିରେ ଆହୁରି ଅନେକ ନେତା ମୁଖ୍ୟମନ୍ତ୍ରୀ ଆସନ ପାଇଁ ଆଶାୟୀ ଅଛନ୍ତି, ସମସ୍ତଙ୍କୁ କଣ ମାରିଦିଆଯିବ କି ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ସାମ୍ବାଦିକ ରବି ଦାସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.