ETV Bharat / state

ଶକ୍ତିମନ୍ତ୍ରୀଙ୍କ କଥା ଓ କାମରେ ଶକ୍ତି ନାହିଁ: ବିଜେପି

ଅଘୋଷିତ ବିଦ୍ୟୁତ୍ କାଟ୍‌କୁ ବିରୋଧ କରି ହାତରେ ବିଞ୍ଚଣା ଓ ଲଣ୍ଠନ ଧରି ନବୀନ ନିବାସ ଘେରାଓ ଉଦ୍ୟମ କଲା ବିଜେପି । ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂଙ୍କ ନେତୃତ୍ବରେ ଏହି ପ୍ରତିବାଦ ରାଲି ବାହାରିଥିଲା । ଶକ୍ତିମନ୍ତ୍ରୀଙ୍କ କଥା ଓ କାମରେ ଶକ୍ତି ନାହିଁ ବୋଲି ବିଜେପି ଅଭିଯୋଗ କରିଛି । ଅଧିକ ପଢ଼ନ୍ତୁ

author img

By

Published : Jun 12, 2023, 10:08 PM IST

ନବୀନ ନିବାସ ଘେରାଓ ଉଦ୍ୟମ କଲା ବିଜେପି
ନବୀନ ନିବାସ ଘେରାଓ ଉଦ୍ୟମ କଲା ବିଜେପି
ନବୀନ ନିବାସ ଘେରାଓ ଉଦ୍ୟମ କଲା ବିଜେପି

ଭୁବନେଶ୍ବର: ଅଘୋଷିତ ବିଦ୍ୟୁତ୍ କାଟ୍‌କୁ ନେଇ ରାଜ୍ୟ ବିଜେପି ନବୀନ ନିବାସ ଘେରାଓ ଉଦ୍ୟମ କରିଛି । ହାତରେ ବିଞ୍ଚଣା ଓ ଲଣ୍ଠନ ଧରି ପ୍ରତିବାଦ କରିଛି ବିଜେପି । ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂଙ୍କ ନେତୃତ୍ବରେ ଏହି ପ୍ରତିବାଦ ରାଲି ପୁରୁଣା ଭୁବନେଶ୍ବର ବାରିକ ସାହି ଛକରୁ ନବୀନ ନିବାସ ପର୍ଯ୍ୟନ୍ତ ବାହାରିଥିଲା । ହେଲେ ପୋଲିସ ଶିଶୁ ଭବନ ଛକରେ ଏହି ରାଲିକୁ ଅଟକାଇଥିଲା । ଏହି ସମୟରେ ବିଜେପି କର୍ମୀଙ୍କର ପୋଲିସ ସହ ଧସ୍ତାଧସ୍ତି ଭଳି ସ୍ଥିତି ମଧ୍ୟ ଉପୁଜିଥିଲା । ତେବେ ଓଡ଼ିଶା ଗୋଟିଏ ବିଜୁଳି ବଳକା ରାଜ୍ୟ ବୋଲି ପ୍ରଚାର କରୁଛନ୍ତି ରାଜ୍ୟ ସରକାରଙ୍କ ଶକ୍ତିମନ୍ତ୍ରୀ । ଏପରିକି ଲାଇନ ଯାଉନାହିଁ ଏବଂ ଭିତ୍ତିଭୂମିର ଅଭାବ ରହିଛି ବୋଲି ମନ୍ତ୍ରୀ କହିଛନ୍ତି । ତେବେ ଏଥିପାଇଁ ଦାୟୀ କିଏ ବୋଲି ପ୍ରଶ୍ନ କରିଛି ବିଜେପି ।

ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀରୁ ଊର୍ଦ୍ଧ୍ବରେ ପହଞ୍ଚିଥିବା ବେଳେ ବାରମ୍ବାର ଅଘୋଷିତ ବିଜୁଳି କାଟ୍‌ ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି । ଯାହା ଅସହ୍ୟ ଗରମରେ ସଙ୍ଘର୍ଷ କରୁଥିବା ସାଧାରଣ ଲୋକଙ୍କ ସମସ୍ୟା ଏବେ ଆହୁରି ଦ୍ବିଗୁଣିତ କରିଛି । ଗ୍ରୀଷ୍ମ ଋତୁରେ ବିଦ୍ୟୁତ୍ କାଟ ହେବନାହିଁ ବୋଲି ରାଜ୍ୟ ସରକାର ଘୋଷଣା କରିଥିବାବେଳେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ସମୟରେ ଏଭଳି ବିଦ୍ୟୁତ୍ କାଟ୍‌ ଯୋଗୁଁ ଲୋକେ ନାହିଁ ନଥିବା କଷ୍ଟ ଭୋଗୁଛନ୍ତି । ଶକ୍ତିମନ୍ତ୍ରୀଙ୍କ କଥା ପାଣିର ଗାର ବୋଲି ଅଭିଯୋଗ କରିଛନ୍ତି ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂ । ସେ କହିଛନ୍ତି, "ଶକ୍ତିମନ୍ତ୍ରୀ ଓଡିଶାର ମନ୍ତ୍ରୀ ନା ଟାଟା ପାୱାରର ମନ୍ତ୍ରୀ ? ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା, ମନ୍ତ୍ରୀ ଯେଉଁଦିନ କହିଥିଲେ ରାଜ୍ୟରେ ପାୱାର କଟ୍‌ ହେବନାହିଁ, ସେହିଦିନ ଠାରୁ ପାୱାର କଟ୍‌ ହେଉଛି ।" ତେଣୁ ଓଡିଶାବାସୀ କାହାକୁ ଭରସା କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏହାକୁ ନେଇ ବିଜେପି ଚୁପ୍ ହୋଇ ବସିବ ନାହିଁ ବୋଲି ସେ କହିଛନ୍ତି । ମନ୍ତ୍ରୀ ଗୋଟେ କଥା କହୁଛନ୍ତି, ତାଙ୍କ ମୁଖ୍ୟ ଶାସନ ସଚିବ ଗୋଟେ କଥା କହୁଛନ୍ତି ଏବଂ ସରକାର ଆଉ ଗୋଟେ କଥା କହୁଛନ୍ତି । ତେଣୁ ଏ ସରକାର କେମିତି ଚାଲିଛି ତାହା ଜଣାପଡ଼ୁଛି ବୋଲି ବିଜେପି ଅଭିଯୋଗ କରିଛି । ସେ ଆହୁରି କହିଛନ୍ତି, "ମନ୍ତ୍ରୀ 5T ସଚିବଙ୍କ ଗସ୍ତରେ ପୋଡ଼ିୟମ ବାନ୍ଧୁଛନ୍ତି । ମନ୍ତ୍ରୀମାନେ ଏବେ 5T ସଚିବଙ୍କୁ ଖୁସି କରାଉଛନ୍ତି । ବିଜେଡି ସାରା ଓଡିଶାକୁ ଲଣ୍ଠନ ଦେଖାଉଛି । ମନ୍ତ୍ରୀ କହୁଛନ୍ତି ରାଜ୍ୟରେ ଭିତ୍ତିଭୂମି ଦୁର୍ବଳ ଅଛି । ରାଜ୍ୟ ସରକାର ୨୪ ବର୍ଷ ଶାସନ ଭିତରେ ଭିତ୍ତିଭୂମି ସବଳ କରିପାରି ନାହାନ୍ତି କାହିଁକି ? ସରକାର ଏବେ ସତକଥା ମାନିଲେ ଯେ ଓଡିଶାର ଭିତ୍ତିଭୂମି ଦୁର୍ବଳ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.