ETV Bharat / state

ଓଡିଶା ପ୍ରତି ଧର୍ମେନ୍ଦ୍ରଙ୍କ ଅବଦାନକୁ ନେଇ ଅସହିଷ୍ଣୁ ହୋଇଛନ୍ତି ପିନାକୀ: ବିଜେପି - ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ

ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ମନ୍ତବ୍ୟକୁ ସାମ୍ବାଦିକ ସମ୍ମିଳନୀରେ ନିନ୍ଦା କରିଛି ବିଜେପି । ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଏନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଜେଡି ସାଂସଦଙ୍କ ଉପରେ ବର୍ଷିଛନ୍ତି । ଅଧିକ ପଢ଼ନ୍ତୁ

BJP Press Meet
ବିଜେପି ସାମ୍ବାଦିକ ସମ୍ମିଳନୀ
author img

By

Published : Feb 8, 2023, 9:55 PM IST

ବିଜେପି ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ବର: ପୁରୀର ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ମନ୍ତବ୍ୟକୁ ନିନ୍ଦା କରିଛି ବିଜେପି । ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଏନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଜେଡି ସାଂସଦଙ୍କ ଉପରେ ବର୍ଷିଛନ୍ତି । ଓଡ଼ିଶା ପ୍ରତି ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନକୁ ନେଇ ପିନାକୀ ବାବୁ ଅସହିଷ୍ଣୁ ହୋଇ ପଡ଼ିଥିବା ଅଭିଯୋଗ ଆଣିଛି ବିଜେପି ମହିଳା ମୋର୍ଚ୍ଚା ।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସ୍ମୃତି ପଟ୍ଟନାୟକ କହିଛନ୍ତି, "ପିନାକୀ ବାବୁ ଜଣେ ପ୍ରତିଷ୍ଠିତ ଓକିଲ । କିନ୍ତୁ ଗତକାଲିର ମନ୍ତବ୍ୟ ପରେ ଏ ଧାରଣା ଦୂର ହୋଇଛି । ନିଜ ମନ କଥା ନକହି ଅନ୍ୟ କାହାର ଲେଖା ସେ ଲୋକଙ୍କ ସାମ୍ନାକୁ ଆଣିଲେ । ଏହା ସମ୍ପୂର୍ଣ୍ଣ ଅସତ୍ୟ ଓ ନିରାଧାର । ଆଜି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ଏନେଇ ଟ୍ଵିଟ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ମଧ୍ୟ ଗପ କହିଛନ୍ତି ସାଂସଦ ପିନାକୀ ମିଶ୍ର । ପିନାକୀ ବାବୁ ବୋଧହୁଏ ଓଡ଼ିଶା ପ୍ରତି ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନକୁ ନେଇ ଅସହିଷ୍ଣୁ ହୋଇ ପଡ଼ିଛନ୍ତି । ତୃଣମୂଳ ସ୍ତରକୁ ଯାଆନ୍ତୁ । କେଉଁ ପଡା, ଗାଁକୁ ଯାଇ ତଥ୍ୟ ଆଣିଛନ୍ତି ତାହା ପ୍ରଦାନ କରନ୍ତୁ ।"

ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନାରେ ୯.୬ କୋଟି ମହିଳା ହିତାଧିକାରୀ ରହିଛନ୍ତି । ସଫଳ ଯୋଜନା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉଜ୍ଜ୍ଵଳା ମ୍ୟାନ ନାମରେ ପରିଚୟ ମଧ୍ୟ ଦେଇଛି ବୋଲି ସେ କହିଛନ୍ତି । ସେ କହିଛନ୍ତି, "ମନରେଗା ଏବଂ ଖାଦ୍ୟ ସୁରକ୍ଷା ଯୋଜନାକୁ ନେଇ ପିନାକି ମିଶ୍ର ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାହା ସମ୍ପୂର୍ଣ୍ଣ ଭୁଲ । ପିନାକୀ ବାବୁ ଭୁଲ ତଥ୍ୟ ଦେବା ବନ୍ଦ କରନ୍ତୁ । ମନରେଗାରେ ଗ୍ରାମୀଣ ଅଞ୍ଚଳରେ ଶ୍ରମିକମାନଙ୍କୁ କାମ ଦେବା ତଥା ସେମାନଙ୍କୁ ସ୍ଵରୋଜଗାର କରିବା ପାଇଁ ମନରେଗା ଆରମ୍ଭ ହୋଇଥିଲା ।" ତେବେ ବଜେଟରେ ଓଡ଼ିଶାକୁ ମନରେଗାରେ ପଇସା କମ ଆସିଛି, ଏହା ଭ୍ରାନ୍ତ ଧାରଣା ବୋଲି କହିଛି ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.