ETV Bharat / state

ଅର୍ଥନୈତିକ ସର୍ଭେ ଉପରେ ବିଜେପିର ସାମ୍ବାଦିକ ସମ୍ମିଳନୀ, ସରକାରଙ୍କୁ ଟାର୍ଗେଟ - ଭୁବନେଶ୍ୱର ନ୍ୟୁଜ

ସର୍ଭେ ରିପୋର୍ଟ ପାଇଁ ସରକାରଙ୍କୁ ଟାର୍ଗେଟ କଲା ବିଜେପି । ଅର୍ଥନୈତିକ ସର୍ଭେ ଉପରେ ବିଜେପିର ସାମ୍ବାଦିକ ସମ୍ମିଳନୀ । ଅଧିକ ପଢନ୍ତୁ

BJP Press meet
BJP Press meet
author img

By

Published : Feb 24, 2023, 4:57 PM IST

BJP Press meet

ଭୁବନେଶ୍ୱର: ଅର୍ଥନୈତିକ ସର୍ଭେକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ । ସର୍ଭେ ରିପୋର୍ଟ ପାଇଁ ସରକାରଙ୍କୁ ଟାର୍ଗେଟ କଲା ବିଜେପି । ତେବେ ରାଜ୍ୟ ବଜେଟ ଉପସ୍ଥାପନା ପୂର୍ବରୁ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଭୂଆଁ ବୁଲେଇଛନ୍ତି ସରକାର । ସମ୍ପୂର୍ଣ୍ଣ ଗୋଲାପୀ ଚିତ୍ର ଦେଇ ମିଥ୍ୟା ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ଯାହା ରାଜ୍ୟ ସରକାରଙ୍କୁ ସୁହାଉଛି ତାହା ପ୍ରକାଶ କରିବା ସହ ଅର୍ଥନୀତିର କୁପରିଚାଳନା ମଧ୍ୟ ହୋଇଛି । ସରକାର ନିଜକୁ ସୁହାଇଲା ଭଳି ତଥ୍ୟ କହୁଛନ୍ତି । ଅନ୍ୟ ରାଜ୍ୟ ମାନଙ୍କ ସହ ଓଡିଶା ସହିତ ତୁଳନା କରାଯାଉ ।

ଅନ୍ୟପଟେ 2012 ରୁ 2021-22ବର୍ଷ ମଧ୍ୟରେ ରିଜର୍ଭ ବ୍ୟାଙ୍କ ଆକଳନ ଆଧାରରେ ବୃହତ ରାଜ୍ୟ ଭିତରେ ଓଡ଼ିଶାର ଅଭିବୃଦ୍ଧି ହେଉଛି ଅଷ୍ଟମ ସ୍ଥାନ । ଗୁଜରାଟ ଓ ଅନ୍ୟ ରାଜ୍ୟ ମାନେ ଆମ ଉପରେ ରହିଛନ୍ତି । କିନ୍ତୁ ଭାରତ ବର୍ଷର ଅର୍ଥନୀତି ସହ ଓଡିଶା ରାଜ୍ୟର ଅର୍ଥନୀତି ତୁଳନା କରନ୍ତୁ ନାହିଁ । ରାଜ୍ୟ ସରକାର ଅନେକ ତଥ୍ୟ ମିଛ କହିଛନ୍ତି । ଭାରତର ମୁଣ୍ଡ ପିଛା ଆୟ, ବାର୍ଷିକ ଅଭିବୃଦ୍ଧି ହାର ମୁଣ୍ଡ ପିଛା ଆୟରେ ୧୦.୯ ଏବଂ ସର୍ବ ଭାରତୀୟରେ ୯.୪ ଶତକଡା ଯାହା ସମ୍ପୂର୍ଣ ମିଛ । ସର୍ବ ଭାରତୀୟ ସ୍ତରରେ ମୁଣ୍ଡ ପିଛା ଆୟ ସହ ଓଡ଼ିଶାର ସମାନ ହେବା ପାଇଁ ଆହୁରି ୨୦ ବର୍ଷ ଲାଗିବ ବୋଲି କହିଛନ୍ତି ମୁଖପାତ୍ର ସତ୍ୟବ୍ରତ ପଣ୍ଡା ।

ସେହିପରି 22 ବର୍ଷର ସ୍ଥିର ସରକାର ଶାସନ କାଳରେ କଣ କରିଛନ୍ତି । ଚାଷୀର ଋଣ ୧୬ ଲକ୍ଷରୁ ଉର୍ଦ୍ଧ୍ୱ ହେଲାଣି । ଶିଳ୍ପ ଉନ୍ନତି ପାଇଁ ରାଜ୍ୟ ସରକାର କାମ କରିନାହାନ୍ତି । ମଧ୍ୟମ ଓ କ୍ଷୁଦ୍ର ଶିଳ୍ପରେ ମଧ୍ୟ ୧୫,୩୧୫ରେ ତାଲା ପଡିଛି । ଛଟେଇ ହୋଇଛନ୍ତି ଅନେକ ବ୍ୟକ୍ତି । ଶିଶୁ ମୃତ୍ୟୁ ହାର ଓଡ଼ିଶାରେ ସର୍ବାଧିକ । ଗର୍ଭବତୀ ନାରୀ,ମା ଏବଂ ଶିଶୁ ମାନଙ୍କ ରକ୍ତ ହୀନତା, କମ ଓଜନ ଏବଂ କମ ଉଚ୍ଚତା ଓଡ଼ିଶାରେ ସର୍ବାଧିକ । ଯଦି ଏହି ମୌଳିକ ସମସ୍ୟାରୁ ଶିଶୁ ଓ ମାତୃ ଜାତିକୁ ବଞ୍ଚେଇବାରେ ବ୍ୟର୍ଥ ତାହେଲେ ନିଜର ସଫଳତା କାହାଣୀ ସରକାର କେଉଁଠି କହିବେ । ଏ ସରକାର ର ଅସଲ ଚେହେରା ଆଜି ପଦାରେ ପଡିଯାଇଛି । ସରକାର ମୂଳ ବଜେଟକୁ ଅନେକ କ୍ଷେତ୍ରରେ ଖର୍ଚ୍ଚ କରିପାରୁ ନ ଥିବା ବେଳେ ପୁଣି ଆଣୁଛନ୍ତି ଅତିରିକ୍ତ ବଜେଟ । ତେଣୁ ବିଜେପି କହିଛି ନିଜ ବିଫଳତାର ଗୋଲାପି ଚିତ୍ରକୁ ନେଇ ଡିଣ୍ଡିମ ପିଟନ୍ତୁ ନାହିଁ । ତେବେ ଆଜି ବିଧାନସଭା ରେ 2023-24 ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ ହେବାକୁ ଥିବା ବେଳେ ବଜେଟ ପୂର୍ବରୁ ବିଜେପି ସରକାର ଙ୍କୁ ଟାର୍ଗେଟ କଲା ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.