ETV Bharat / state

ଭୋଟ ଆଗରୁ ପ୍ରତିଶୃତି, ଭୋଟ ସରିବା ପରେ କେବଳ ପ୍ରତାରଣା ଦେଇଛି ରାଜ୍ୟ ସରକାର: ବିଜେପି - ବିଜେପି କୃଷକ ମୋର୍ଚ୍ଚା ସମ୍ପାଦକ ବାବୁଭାଇ ଜେବାଲିଆ

ଓଡ଼ିଶାରେ ବିଜେପି କୃଷକ ମୋର୍ଚ୍ଚାର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବାବୁଭାଇ ଜେବାଲିଆ । ପ୍ରେସ୍‌ମିଟ୍‌ରେ ବିଜେଡି ସରକାରକୁ କଲେ ଟାର୍ଗେଟ । ଅଧିକ ପଢ଼ନ୍ତୁ

BJP Press Meet
BJP Press Meet
author img

By

Published : Jun 17, 2023, 7:52 PM IST

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ଦେଶବ୍ୟାପୀ ମହା ଜନସମ୍ପର୍କ ଅଭିଯାନ ଆରମ୍ଭ କରିଛି ବିଜେପି । ଏହି କାର୍ଯ୍ୟକ୍ରମରେ ଦଳର କେନ୍ଦ୍ର ନେତୃତ୍ବ ଓ କେନ୍ଦ୍ରମନ୍ତ୍ରୀ ମାନେ ଯୋଗଦେଇ ଲୋକଙ୍କୁ ମୋଦି ସରକାରଙ୍କ ସଫଳତା ଓ ଲୋକାଭିମୁଖୀ ଯୋଜନା ବିଷୟରେ ବୁଝାଉଛନ୍ତି । ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ନେତୃତ୍ବ ଯୋଗଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଥିବା ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମ ପାଇଁ ଓଡ଼ିଶା ଆସିଥିବା ବିଜେପି କୃଷକ ମୋର୍ଚ୍ଚାର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବାବୁଭାଇ ଜେବାଲିଆ ମଧ୍ୟ ଓଡ଼ିଶା ସରକାରକୁ ଟାର୍ଗେଟ କରିଛନ୍ତି । ରାଜ୍ୟ ସରକାର ଚାଷୀଙ୍କୁ ଭୋଟ ଆଗରୁ ପ୍ରତିଶୃତି ଓ ଭୋଟ ସରିବା ପରେ କେବଳ ପ୍ରତାରଣା ଦେଇଛି ବୋଲି ସେ ଅଭିଯୋଗ କରିଛନ୍ତି ।

ଜେବାଲିଆ କହିଛନ୍ତି, "୨୦୧୪ ପରଠାରୁ ଏମ୍‌ଏସ୍‌ପି ବଢ଼ାଇଛନ୍ତି କେନ୍ଦ୍ର ସରକାର । ଏବେ ଧାନ କ୍ବିଣ୍ଟାଲ ପିଛା ୨୧୮୩ରେ ପହଞ୍ଚଛି । ମୋଦି ସରକାର କୃଷକ ମାନଙ୍କୁ ସବୁ ପ୍ରକାର ସହାୟତା ଦେଉଛନ୍ତି । ବର୍ଷକୁ କୃଷକଙ୍କୁ ୬ ହଜାର ଲେଖାଏଁ ଦେଉଛନ୍ତି ମୋଦି ସରକାର । ହେଲେ ରାଜ୍ୟ ସରକାର ଚାହୁନାହାନ୍ତି ଯେ ସବୁ ଚାଷୀ ସହାୟତା ପାଆନ୍ତୁ । ରାଜ୍ୟ ସରକାର ଚାଷୀଙ୍କୁ କାଳିଆ ଯୋଜନାରେ ୧୦ ହଜାର କହିଥିଲେ, ହେଲେ ମାତ୍ର ୪ ହଜାର ଦେଲେ । ଏବେ ୪ ବର୍ଷରେ ବାକିଥିବା ୨୪ ହଜାର ଟଙ୍କା ସବୁ ଚାଷୀଙ୍କୁ ଦିଅନ୍ତୁ ସରକାର । ୩୫% ଜଳସେଚନ ଦେବାକୁ କହିଥିଲେ, ହେଲେ ଏଯାଏଁ ସରକାର ତାହା କରିପାରିଲେ ନାହିଁ । ଏହା କଣ ନିର୍ବାଚନୀ ଘୋଷଣା ଥିଲା କି ? ସବୁ ବ୍ଲକ ଏବଂ ଜିଲ୍ଳାରେ ଶୀତଳ ଭଣ୍ଡାର କହିଥିଲେ, କଲେ ନାହିଁ । ଚାଷୀଙ୍କୁ ପ୍ରତାରଣା କଲେ ।" ବିଜୁ ଜନତା ଦଳର ଏହି ସରକାର କେବଳ ଚାଷୀଙ୍କୁ ଭୋଟ ଆଗରୁ ପ୍ରତିଶୃତି ଓ ଭୋଟ ସରିବା ପରେ ପ୍ରତାରଣା ଦେଇ ଆସିଛି ବୋଲି ସେ ଅଭିଯୋଗ କରିଛନ୍ତି ।

ସେ ଆହୁରି କହିଛନ୍ତି, "ଓଡିଶାର ଚାଷୀଙ୍କୁ ନବୀନ ବାବୁଙ୍କ ସରକାର ବାରମ୍ବାର ଧୋକା ଦେଇଚାଲିଛି । ଓଡିଶାରେ ଧାନ କିଣାରେ କୋଟି କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ଲୁଟ କରାଯାଉଛି । ଯେଉଁଥିରେ ବିଜୁ ଜନତା ଦଳର ମନ୍ତ୍ରୀ, ବିଧାୟକମାନେ ସାମିଲ ଅଛନ୍ତି । ଓଡିଶାର ଚାଷୀମାନେ ବାରମ୍ବାର ବିଜୁ ଜନତା ଦଳ ସରକାର ଦ୍ବାରା ପ୍ରତାରଣାର ଶିକାର ହେଉଛନ୍ତି । କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କର ସରକାର ଧାନ କିଣା ବାବଦରେ କ୍ବିଣ୍ଟାଲ ପିଛା ୨୦୪୦ ଟଙ୍କା ଦେଉଥିଲେ । ଯାହା ଏଥର ୨୧୮୩ ଟଙ୍କାରେ ପହଞ୍ଚିଛି । କିନ୍ତୁ ଏଠାରେ ଥିବା ନବୀନ ବାବୁଙ୍କର ସରକାର ଚାଷୀମାନଙ୍କୁ ସେମାନଙ୍କର ଅଧିକାର ଦେଉନାହାନ୍ତି । ପୁରା ଧାନ କିଣା ପ୍ରକ୍ରିୟାକୁ ଓଡିଶା ସରକାର ମିଲର ମାନଙ୍କ ହାତରେ ଟେକି ଦେଉଛନ୍ତି । ଓଡିଶାରେ ଧାନ କିଣାରେ କୋଟି କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ଲୁଟ କରାଯାଉଛି, ଯେଉଁଥିରେ ବିଜୁ ଜନତା ଦଳର ମନ୍ତ୍ରୀ, ବିଧାୟକମାନେ ସାମିଲ ଅଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.