ETV Bharat / state

2024 Election: ନିର୍ବାଚନ ବୈତରଣୀ ପାର ହେବାକୁ ରଣନୀତି ପ୍ରସ୍ତୁତ କଲା ବିଜେପି

author img

By ETV Bharat Odisha Team

Published : Nov 2, 2023, 6:45 PM IST

ନିର୍ବାଚନ ପାଇଁ ଜୋରଦାର କସରତ ଚଳାଇଛି ବିଜେପି । ଏନେଇ ଆଜି ବିଜେପିର ଏକ ବୈଠକ ବସିଥିବାବେଳେ ଦଳର ରଣନୀତି ସମ୍ପର୍କରେ ଆଲୋଚନା ହୋଇଥିଲା । ଅଧିକ ପଢନ୍ତୁ

preparation for election
ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି
ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି

ଭୁବନେଶ୍ବର: ପାଖେଇ ଆସୁଛି ନିର୍ବାଚନ । ସମସ୍ତ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରି ଦେଇଥିବାବେଳେ ବିଜେପି ମଧ୍ୟ ଜୋରଦାର କସରତ କରୁଛି । ଏନେଇ ଆଜି ବିଜେପିର ଏକ ବୈଠକ ବସିଥିବାବେଳେ ଆଗାମୀ ଯୋଜନା ସମ୍ପର୍କରେ ଆଲୋଚନା ହୋଇଛି । ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, "ନିର୍ବାଚନ ଆସିଲେ ସବୁ ଦଳ ପ୍ରସ୍ତୁତ ହୁଅନ୍ତି । ବିଜେପିର ପ୍ରସ୍ତୁତ ସବୁବେଳେ ହେଉଛି । ସୁନୀଲ ବଂଶଲ ଆସିଥିଲେ ବୈଠକ ହେଲା, ନିର୍ବାଚନ ପ୍ରସ୍ତୁତ ଆଲୋଚନା ହେଲା। ଆମର ପ୍ଲାନିଂ ପ୍ରସ୍ତୁତି ଜୋରଦାର ଚାଲିଛି । ଆଗାମୀ ଦିନରେ ଆନ୍ଦୋଳନ କେମିତି ହେବ ଘୋଷଣା କରାଯାଇଛି ।"

ସେହିପରି ବିଜେଡି ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରି ସାରିଛି । ମୁଖ୍ୟମନ୍ତ୍ରୀଙ୍କ ସମେତ ପର୍ଯ୍ୟବେକ୍ଷକ, ଜିଲ୍ଲା ସଭାପତି ଏବଂ ବିଧାୟକଙ୍କ ବୈଠକ ମଧ୍ୟ ହୋଇଛି । ଅପରପକ୍ଷେ ବିଜେପି କହିଛି, "ସମସ୍ତ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କରିବେ। ଏଥର ସାଧାରଣ ଲୋକମାନେ ନିଷ୍ପତ୍ତି ନେବେ । ସାଧାରଣ ଲୋକ ନିର୍ବାଚନ ଲଢିବେ । ବିଜେପିକୁ ସେମାନେ ସରକାରକୁ ଆଣିବେ। ଏ ପର୍ଯ୍ୟନ୍ତ ଆମେ ସେକେଣ୍ଡରେ ଅଛୁ । ଏବେ ଲୋକମାନଙ୍କ ଦାୟିତ୍ଵ ଆମକୁ ସରକାରରେ ବସାଇବେ।"

ସେହିପରି ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ କହିଛନ୍ତି, "ଚର୍ଚ୍ଚା ହେଉଛି ପୁରୀରୁ ପ୍ରଧାନମନ୍ତ୍ରୀ ମୋଦି ଏବଂ ପଶ୍ଚିମ ଓଡିଶାରେ ଧର୍ମେନ୍ଦ୍ର ପ୍ରଧାନ ଲଢିବେ । ତେବେ ସୁନିଶ୍ଚିତ ଓଡ଼ିଶାର ଶାସନ ବିଜେପି କରିବ । ସେଥିପାଇଁ ଆମ ସଂଗଠନ ମଜବୁତ ହୋଇଛି । ସଂଗଠନ ୱାରି କାମ ଚାଲିଛି । ସୁନୀଲ ବଂଶଲ, ଯିଏ ଓଡିଶା ଦାୟିତ୍ଵରେ ଅଛନ୍ତି ସେ ସବୁବେଳେ ଦେଖୁଛନ୍ତି ବୁଥ କମିଟି ତଳ ସ୍ତରରେ ଠିକ୍ ଠାକ୍ ହେଲା କି ନାହିଁ । ଏବେ ଯେତିକି ବୁଥ ଅଛି ସବୁ ସଜାଡ଼ିବା ପାଇଁ ବ୍ୟସ୍ତ ଅଛନ୍ତି ।"

ଏହା ବି ପଢନ୍ତୁ...Chhendipada Constituency: ମିଶନ ୨୪ ପାଇଁ ପାଗଭିଡା, କିଏ ହାତେଇବ ଛେଣ୍ଡିପଦା ସିଟ୍‌ ?

ସେ ଆହୁରି ମଧ୍ୟ କହିଛନ୍ତି, "ବର୍ତ୍ତମାନ କର୍ମୀଙ୍କୁ ଟ୍ରେନିଂ ଦିଆଯାଉଛି । ଆଗାମୀ ଦିନରେ ବିଜେପି ସରକାର କରିବ ବୋଲି ଆଶା ଅଛି । ବୁଥ୍ କମିଟିରୁ ଆରମ୍ଭ କରି ପଞ୍ଚାୟତ କମିଟି ପର୍ଯ୍ୟନ୍ତ ଟ୍ରେନିଂ ଦିଆଯାଉଛି । ଏବେ ତୃଣମୂଳ ସ୍ତରରେ ବିଜେପିର ଜୋରଦାର ସଂଗଠନ ଚାଲିଛି । ଓଡ଼ିଶାବାସୀ ଆଉ ବିଜେଡିକୁ ଚାହୁଁନାହାନ୍ତି ସେଥିପାଇଁ ବିଜେପି ଓଡ଼ିଶାରେ ସରକାର କରିବ । ଧର୍ମେନ୍ଦ୍ର ପ୍ରଧାନ ଓଡିଶାରେ ଯେଉଁଠି ନିର୍ବାଚନ ଲଢିବେ, ସେ ଜିତିବେ । ଚର୍ଚ୍ଚା ହେଉଛି ଢେଙ୍କାନାଳ କିମ୍ବା ସମ୍ବଲପୁରରୁ ଲଢ଼ି ପାରନ୍ତି । ବହୁ ପରିମାଣରେ ଭୋଟ ତାଙ୍କୁ ମିଳିବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.