ETV Bharat / state

ନାମଲେଖାରେ ଛାତ୍ରଛାତ୍ରୀଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦିଆଯାଉ: ବିଜେପି ଓବିସି ମୋର୍ଚ୍ଚା - ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି ଓବିସି ମୋର୍ଚ୍ଚା

ପଛୁଆ ବର୍ଗ ସର୍ଭେକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି ଓବିସି ମୋର୍ଚ୍ଚା । ନାମଲେଖାରେ ଛାତ୍ରଛାତ୍ରୀଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦେବାକୁ ଦାବି । ଅଧିକ ପଢ଼ନ୍ତୁ

bjp preesmeet
ବିଜେପି ପ୍ରେସମିଟ
author img

By

Published : Jun 7, 2023, 8:30 PM IST

ବିଜେପି ପ୍ରେସମିଟ

ଭୁବନେଶ୍ବର: ଓବିସି ବର୍ଗଙ୍କ ବିକାଶ ପାଇଁ ମୋଦି ସରକାର କ୍ରମାଗତ ଭାବେ କାର୍ଯ୍ୟ କରି ଚାଲିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କମିଶନକୁ ସାମ୍ବିଧାନିକ ମର୍ଯ୍ୟାଦା ସୁଯୋଗ ଦେଇଛନ୍ତି । ମେଡିକାଲ ଓ ଡେଣ୍ଟାଲ ଶିକ୍ଷା, ବିଦ୍ୟାଳୟ ନାମ ଲେଖାରେ ମଧ୍ୟ 27 ପ୍ରତିଶତ ସଂରକ୍ଷଣ ଦେଇଛନ୍ତି । ତେଣୁ ମୋଦିଙ୍କୁ ଓବିସି ବର୍ଗଙ୍କ ମସିହା ବୋଲି କହିଛନ୍ତି ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ଵାଳ ।

ଏହା ମଧ୍ୟ ପଢ଼ନ୍ତୁ: ରାଜ୍ୟରେ ପଛୁଆ ବର୍ଗ ସର୍ଭେ ପ୍ରହସନରେ ପରିଣତ ହୋଇଛି: ବିଜେପି

ସୁରଥ ବିଶ୍ବାଳ କହିଛନ୍ତି, "54 ପ୍ରତିଶତ ପଛୁଆବର୍ଗମାନଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଏକ ଉଲ୍ଲେଖନୀୟ ଅବଦାନ ରହିଛି । କିନ୍ତୁ ସେହି ସୁଯୋଗ ଓଡ଼ିଶାର ପଛୁଆ ବର୍ଗ ପାଇ ପାରୁନାହାନ୍ତି । ଓଡ଼ିଶା ସରକାର ଓବିସି ବର୍ଗଙ୍କ କ୍ଷେତ୍ରରେ ପାତରଅନ୍ତର କରୁଛନ୍ତି । ରାଜ୍ୟ ସରକାର ଓବିସିମାନଙ୍କୁ ଘୃଣା କରନ୍ତି, ହୀନ ଦୃଷ୍ଟିରେ ଦେଖନ୍ତି । ରାଜ୍ୟରେ 23 ବର୍ଷ ଭିତରେ 23 ଲକ୍ଷ ଯୁବକ ଯୁବତୀ ସଂରକ୍ଷଣ ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି । ଲୋକଙ୍କ ଦୃଷ୍ଟି ଏଡାଇବା ପାଇଁ ସର୍ଭେ ନାଟକ ଚାଲିଲା । ଗତ ମଙ୍ଗଳବାର ସର୍ଭେ ଅବଧି ଶେଷ ହୋଇଛି । ତେଣୁ କଣ ପାଇଁ ସର୍ଭେ କରିଥିଲେ ତାହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ । ତେଣୁ ସରକାର ନାମ ଲେଖାରେ 27 ପ୍ରତିଶତ ସଂରକ୍ଷଣ ଘୋଷଣା କରନ୍ତୁ ବୋଲି ବିଜେପି ଓବିସି ମୋର୍ଚ୍ଚା ଦାବି କରିଛି । ଯଦି ଏପରି ହୁଏ ତେବେ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ପାଇଁ ସୁବିଧା ପାଇ ପାରିବେ ।"

ଏହା ମଧ୍ୟ ପଢ଼ନ୍ତୁ: Mission 2024: ଜଗତସିଂହପୁରରେ ଗାଁ ଗାଁ ଚାଲ ଅଭିଯାନ ଆରମ୍ଭ କଲା ବିଜେପି

ସେ ଆହୁରି ମଧ୍ୟ କହିଛନ୍ତି, ଓବିସି ବର୍ଗର ଲୋକଙ୍କ ଭିତରେ ଜାଗରଣ ନଥିବାରୁ ରାଜ୍ୟ ସରକାର ଉପେକ୍ଷା ମନୋବୃତ୍ତି ଧରି ଚାଲିଛନ୍ତି । ଏହି ପରିପ୍ରେକ୍ଷୀରେ ବିଜେପି 17ଟି ଜିଲ୍ଲାର 82ଟି ନିର୍ବାଚନ ମଣ୍ଡଳୀରେ 'ଗାଁ ଗାଁ ଚାଲ ଘର ଘର ଚାଲ ଜନ ଜାଗରଣ' ଜାରି ରଖିଛି । ଆସନ୍ତା ଜୁନ୍‌ 30 ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ । ବିଭିନ୍ନ ଜାତିଙ୍କୁ ନେଇ ଛୋଟ ଛୋଟ ସଭା କରାଯିବ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତଙ୍କୁ ସଚେତନ କରାଯିବ । ତେବେ ନାମ ଲେଖାରେ ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାର 27 ପ୍ରତିଶତ ସଂରକ୍ଷଣ ଘୋଷଣା କରିବାକୁ ବିଜେପି ଓବିସି ମୋର୍ଚ୍ଚା ଦାବି କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.