ETV Bharat / state

Vedanta Land Acquisition: ରାଜ୍ୟ ସରକାରଙ୍କୁ ସମ୍ବିତ ପାତ୍ରଙ୍କ କଡା ସମାଲୋଚନା - ସମ୍ବିତ ପାତ୍ରଙ୍କ କଡା ସମାଲୋଚନା

ସମ୍ବିତ କହିଛନ୍ତି ଯେ ପୁରା ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରସ୍ତାବିତ ଜମି ଭିତରେ ଦୁଇଟି ନଦୀ ରହିଛି । ନଦୀ ସର୍ବସାଧାରଣ ସମ୍ପତି ହୋଇଥିବା ବେଳେ ସରକାର କେମିତି କମ୍ପାନୀକୁ ଦେଇଦେଲେ । ଏହା ଚିନ୍ତାର ବିଷୟ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ

ରାଜ୍ୟ ସରକାରଙ୍କୁ ସମ୍ବିତ ପାତ୍ରଙ୍କ କଡା ସମାଲୋଚନା

author img

By

Published : Apr 13, 2023, 10:09 PM IST

ରାଜ୍ୟ ସରକାରଙ୍କୁ ସମ୍ବିତ ପାତ୍ରଙ୍କ କଡା ସମାଲୋଚନା

ଭୁବନେଶ୍ବର: ଆଜି ନ୍ୟାୟର ବିଜୟ ହୋଇଛି । ସେତେବେଳେ ମଧ୍ୟ ବିଜେପି ପକ୍ଷରୁ ବିରୋଧ କରାଯାଇଥିଲା । କଂପାନୀ ସହ ମିଶି ରାଜ୍ୟ ସରକାର ଚାଷୀଙ୍କ ଜମି ଲୁଟିବାକୁ ଷଡ଼ଯନ୍ତ୍ର କରିଥିଲେ । କେମିତି ଷଡ଼ଯନ୍ତ୍ର ହୋଇଥିଲା ଗତକାଲି ସୁପ୍ରିମକୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି । ଏବେ ରାଜ୍ୟ ସରକାରଙ୍କ ଅସଲ ମୁଖା ଖୋଲିଯାଇଛି । ବେଦାନ୍ତକୁ ଜମି ବଣ୍ଟନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡା ପ୍ରହାର କରି ଏଭଳି ଗର୍ଜିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ।

ସମ୍ବିତ କହିଛନ୍ତି ପୁରା ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରସ୍ତାବିତ ଜମି ଭିତରେ ଦୁଇଟି ନଦୀ ରହିଛି । ନଦୀ ସର୍ବସାଧାରଣ ସଂପତ୍ତି ହୋଇଥିବା ବେଳେ ସରକାର କେମିତି କମ୍ପାନୀକୁ ଦେଇଦେଲେ। ଏହା ଚିନ୍ତାର ବିଷୟ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏହା ସହ ପ୍ରସ୍ତାବିତ ଜମିକୁ ଲାଗି ବନ୍ୟପ୍ରାଣୀ ଅଭୟାରଣ୍ୟ ଅଛି ତା ସତ୍ତ୍ଵେ ରାଜ୍ୟ ସରକାର ଜମି ଦେଉଥିଲେ କେମିତି? ପ୍ରାକୃତିକ ବିପର୍ଯ୍ୟୟ ଦିଗ ବିଷୟରେ ସରକାର ଚିନ୍ତା କଲେନି କେମିତି।

ଜନତାଙ୍କ ବିଶ୍ଵାସରେ ସରକାର ଚାଲେ। ହେଲେ ଏଠି ସରକାର 6 ହଜାର ଲୋକଙ୍କ କଥା ଚିନ୍ତା ନକରି କେବଳ ଘରୋଇ କଂପାନୀକୁ ଲାଭ ଦେବୁ ସେ କଥା ଚିନ୍ତା କରୁଥିଲେ। ଏଣୁ ସରକାର ଲୋକଙ୍କ ସହ ବିଶ୍ଵାସ ଘାତକତା କରିଛନ୍ତି ବୋଲି ନିର୍ଦ୍ଦେଶରେ କହିଛନ୍ତି ସୁପ୍ରିମକୋର୍ଟ। ଏହା ସହ ରାଜ୍ୟ ସରକାର ବିଶ୍ଵବିଦ୍ୟାଳୟ ପାଇଁ ଅନ୍ୟ କୌଣସି ସଂସ୍ଥାକୁ ନଡାକି କେବଳ କଣ ଭାରତରେ ଗୋଟିଏ ମାତ୍ର ଘରୋଇ କଂପାନୀ ଅଛି ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ। ହାରାହରି 500 ଏକର ଗୋଚର ଜମି ରାଜ୍ୟ ସରକାର କମ୍ପାନୀକୁ ଦେଇଥିଲେ। ହେଲେ ଗୋଚର ଜମି ସର୍ବ ସାଧାରଣଙ୍କ ପାଇଁ ହୋଇଥିବା ବେଳେ ଘରୋଇ କଂପାନୀକୁ ଦେବାକୁ ନେଇ ଭର୍ସନା କରିଛନ୍ତି ସୁପ୍ରିମକୋର୍ଟ। ଟାକ୍ସ ଛାଡ଼ ସହିତ ଏମିତି କି ପାଣି ଆଉ ବିଜୁଳି ମଧ୍ୟ ମାଗଣା ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲେ ସରକାର। ଯାହାକୁ ନେଇ ମଧ୍ୟ ରାଜ୍ୟ ସରକାରକୁ କଟୁ ସମାଲୋଚନା କରିଛନ୍ତି ସୁପ୍ରିମକୋର୍ଟ। ପୁରା ପ୍ରକ୍ରିୟା ସରକାରଙ୍କ ନିର୍ଦ୍ଦିଷ୍ଟ କଂପାନୀ ପ୍ରତି ଅହେତୁକ ଅନୁକଂପା ସହ ସରକାରଙ୍କ ପ୍ରୀତି ସ୍ପଷ୍ଟ ବାରି ହେଉଛି ।

ସମ୍ବିତ କହିଛନ୍ତି ଏହା ବାଦ ଜମି ଦେବା ପାଇଁ କୌଣସି ସମୀକ୍ଷା କିମ୍ବା ସଠିକ ଆକଳନ ହୋଇ ନାହିଁ। କାରଣ ପ୍ରଥମେ କଂପାନୀ 15 ହଜାର ଜମି ମାଗିଲେ ହେଲେ ଲୋକପାଳ ବେଆଇନ କଲା ପରେ କହିଲେ 3 ହଜାର 8 ଶହ ଏକର ଜମି ପାଇଁ କହିଲେ। ଅର୍ଥାତ ଏଥି ଜମି ହଡପ ପାଇଁ ଚକ୍ରାନ୍ତ ଥିଲା। କେବଳ ଲୋକପାଳ ନୁହଁ ହାଇକୋର୍ଟ କହିଲେ ଏହା ବେଆଇନ। ସେହିପରି ସମ୍ବିତ ପାତ୍ର କହିଛନ୍ତି, ବିଶ୍ୱବିଦ୍ୟାଳୟ ନିର୍ମାଣ ପାଇଁ ଓଡିଶା ସରକାରଙ୍କ ଦ୍ଵାରା ଜମି ଅଧିଗ୍ରହଣ ପ୍ରକ୍ରିୟା ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ ପକ୍ଷପାତିତା ଏବଂ ସମ୍ବିଧାନର ଧାରା 14 କୁ ଉଲ୍ଲଘଂନ କରୁଛି। ଆଇନ ଚକ୍ଷୁ ଆଗରେ ସମସ୍ତେ ସମାନ। ତାକୁ ଉଲ୍ଲଘଂନ କରାଯାଇଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.