ଭୁବନେଶ୍ବର : ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ସମ୍ପାଦିକା ଆଶା ଲାକ୍ରା । ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆସି ପହଁଞ୍ଚିଛନ୍ତି ଆଶା ଲାକ୍ରା । ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ସେ ରାଜ୍ୟ ଯୁବମୋର୍ଚ୍ଚାର ସଦସ୍ୟ ମାନଙ୍କୁ ଦେବେ ଗୁରୁମନ୍ତ୍ର ଦେବେ । ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି, ଓଡ଼ିଶାର ମହିଳା, ଶିଶୁ, ନେତା ବା ମନ୍ତ୍ରୀ କେହି ବି ସୁରକ୍ଷିତ ନୁହନ୍ତି । ଏଠି ପୋଲିସ ଗୁଣ୍ଡା ହୋଇ ତାଣ୍ଡବ କରୁଛି ।
ବିଜେପି ରାଷ୍ଟ୍ରୀୟ ସମ୍ପାଦକ ଆଶା ଲାକ୍ରା କହିଛନ୍ତି, "ଦେଶରେ କ୍ରାଇମରେ ଓଡିଶା ପ୍ରଥମ ସ୍ଥାନରେ । ଏଠି କ୍ୟାବିନେଟ ମନ୍ତ୍ରୀଙ୍କୁ ହତ୍ୟା କରାଯାଇଛି । ସାଧାରଣ ଜନତା ଏଠି ସୁରକ୍ଷିତ ନାହାନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଜଙ୍ଗଲ ରାଜ ଭଳି ଚାଲିଛି । ମହିଳା, ଶିଶୁ ଅପରାଧିକ ମାମଲା ଓଡିଶାରେ ଅଧିକ ଦେଖାଯାଉଛି । ଏଠାରେ ମହିଳା, ଶିଶୁ, ନେତା ବା ମନ୍ତ୍ରୀ କେହି ବି ସୁରକ୍ଷିତ ନୁହନ୍ତି । ଓଡିଶା ସରକାର ଯୋଡିବା ଶାନ୍ତି ଶୃଙ୍ଖଳାକୁ ପ୍ରଶୟ ଦେବା ବଦଳରେ ଗୁଣ୍ଡାରାଜକୁ ପ୍ରଶୟ ଦେଇଛି । ଏଠାରେ ଲୋକ ନକ୍ସଲକୁ ଡରୁ ନାହାନ୍ତି, ସାଧାରଣ ଲୋକ ଏଠାରେ ଗୁଣ୍ଡା, ମାଫିଆ, ଅପହରଣକାରୀ ଏବଂ ପୋଲିସକୁ ଡରୁଛନ୍ତି । ପୋଲିସର ଦାୟିତ୍ବ ହେଉଛି ସାଧାରଣ ଜନତାର ସୁରକ୍ଷା କିନ୍ତୁ ପୋଲିସ ଗୁଣ୍ଡା ହୋଇ ତାଣ୍ଡବ କରୁଛି । ଯେଉଁ ଯେଉଁ ରାଜ୍ୟରେ ବିଜେପି ଶାସନ କରୁଛି ସେ ରାଜ୍ୟରେ ଲୋକମାନେ ସୁରକ୍ଷିତ ଅଛନ୍ତି । ଉତ୍ତରପ୍ରଦେଶରେ ଦେଖିବାକୁ ଗଲେ ସାଧାରଣ ଜୀବନ ଯାପନ ଅସୁରକ୍ଷିତ ଥିଲା । ହେଲେ ବିଜେପି ସରକାର ଆସିବା ପରେ ସବୁ ଠିକ୍ ହୋଇଯାଇଛି ।"
ସେପଟେ ରାଜ୍ୟରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଥିବା ଅଭିଯୋଗ କରିଛି ବିଜେପି । ଏନେଇ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ସୋନାଲି ସାହୁ କହିଛନ୍ତି, "ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ରାଜ୍ୟବାସୀ ଭୟଭୀତ । ଏକଥା ବିଜେପି କହୁନି, ବରଂ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି କଣ ତାହା ନିଜେ ଗୃହ ରାଷ୍ଟ୍ରମନ୍ତ୍ରୀ ହିଁ କହି ସାରିଛନ୍ତି ଆଗରୁ । ମୁଖ୍ୟମନ୍ତ୍ରୀ ଗୃହମନ୍ତ୍ରୀ ଭାବେ ପୋଲିସକୁ ନିର୍ଦ୍ଦେଶ ଦିଅନ୍ତୁ ଯେ କୌଣସି ଲୋକ ନାଁରେ ଅଭିଯୋଗ ଆସିଲେ ବି ଏତଲା ରଖାଯାଉ । କାରଣ ରାଜ୍ୟରେ ପୋଲିସ ଆଉ କୌଣସି ଏଫଆଇଆର ରଖୁନାହିଁ । ଏଭଳି ଅଭିଯୋଗ ବହୁତ ଦେଖିବାକୁ ମିଳିଲାଣି । ହାଇକୋର୍ଟ ନିର୍ଦ୍ଦେଶ ଦେଲେ ପୋଲିସ ମାମଲା ରୁଜୁ କରୁଛି ।"
ଇଟିିଭି ଭାରତ, ଭୁବନେଶ୍ବର