ଭୁବନେଶ୍ବର: ରାଜ୍ୟ ସରକାର ଦାବି କରିଥିଲା 15 ଲକ୍ଷ ଘର । କେନ୍ଦ୍ର ସରକାର ଦେଲେ 8 ଲକ୍ଷ ଘର । ଭାରତୀୟ ଜନତା ପାର୍ଟି ଓଡିଶାର ସାଂସଦ ମାନେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂଙ୍କୁ ସାକ୍ଷତ କରି ଓଡିଶାବାସୀଙ୍କ ଘର ଅଟକାଇ ଦେଲେ । ବିଜେପି ସାଂସଦଙ୍କ ପ୍ରରୋଚନାରେ କେନ୍ଦ୍ର ସରକାର ଓଡିଶାର ଘର କାଟି ଦେଲେ । ବିଜେପି ଡାହାଣୀ ହୋଇ ଲାଗିଲା । ଏବେ ଗୁଣିଆ ହୋଇ ଛଡାଉଛି । ଆଜି ପ୍ରେସମିଟ କରି ପ୍ରଧାନମନ୍ତ୍ରୀ ଆବାସ ପ୍ରସଙ୍ଗରେ ଏଭଳି ରାଜ୍ୟ ବିଜେପିକୁ ଘେରିଛି ବିଜୁ ଜନତା ଦଳ ।
ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ପ୍ରେସମିଟରେ କହିଛନ୍ତି, ‘‘ରାଜ୍ୟ ସରକାର ଦାବି କରିଥିଲା 15 ଲକ୍ଷ ଘର । କେନ୍ଦ୍ର ସରକାର ଦେଲେ 8 ଲକ୍ଷ ଘର । ଭାରତୀୟ ଜନତା ପାର୍ଟି ଓଡିଶାର ସାଂସଦ ମାନେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂଙ୍କୁ ସାକ୍ଷତ କରି ଓଡିଶାବାସୀଙ୍କ ଘର ଅଟକାଇ ଦେଲେ । ବିଜେପି ଡାହାଣୀ ହୋଇ ଲାଗିଲା । ଏବେ ଗୁଣିଆ ହୋଇ ଛଡାଉଛି । ଆବାସ ଯୋଜନା ଯଦି କେନ୍ଦ୍ର ସରକାର ବନ୍ଦ କରନ୍ତି ତାହେଲେ ରାଜ୍ୟ ସରକାର ଏହାକୁ ଚାଲୁ ରଖିବେ ବୋଲି ସାଂସଦ ସସ୍ମିତ ପାତ୍ର କହିଛନ୍ତି । ମିଳିମିଶି ବିଜେପି ର ସାଂସଦ ମାନେ ଆବାସ ବନ୍ଦ କରିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ କହିଛନ୍ତି । କେନ୍ଦ୍ର ମାତ୍ର 8 ଲକ୍ଷ ଘର ଦେଲା । ବିଜେପି ରାଜ୍ୟ ନେତୃତ୍ୱ ମାନେ କେନ୍ଦ୍ରକୁ ଯାଆନ୍ତୁ ଏବଂ ଜଣାନ୍ତୁ ଯେ ଗାଇଡ ଲାଇନ ପରିବର୍ତ୍ତନ କରାଯାଉ । ଯଦି ତାଲିକାରେ ଅଯୋଗ୍ୟ ଅଛନ୍ତି ତେବେ ବିଜେପି ନେତା ମାନେ ଲିଷ୍ଟ ପ୍ରସ୍ତୁତ କରି ଦିଅନ୍ତୁ ବୋଲି ବିଜେଡି କହିଛି ।’’
ସାଂସଦ ସସ୍ମିତ ପାତ୍ର ଆହୁରି ଅଭିଯୋଗ କରିଛନ୍ତି, ବିଜେପି ସାଂସଦ ମାନେ ଷଡଯନ୍ତ୍ର କରି ଓଡିଶାବାସୀଙ୍କ ସ୍ୱାର୍ଥ ବିରୋଧରେ ଯାଇ ଆବାସ ଅଟକାଇ ଦେଲେ । ବିଜେଡି ଏହାକୁ ନିନ୍ଦା କରୁଛି । ଏହା ଓଡିଶା ରାଜନୀତି ଇତିହାସରେ କଳା ଅଧ୍ୟାୟ । ଓଡିଶା ଲୋକ ଜାଣିଛନ୍ତି, ଓଡିଶାର ସ୍ୱାର୍ଥ ପାଇଁ ଲଢେଇ କରୁଛି ବିଜେଡ଼ି । ବିଜେଡି ସବୁବେଳେ ଲୋକମାନଙ୍କ ସହିତ ଅଛି। ଏ ଷଡଯନ୍ତ୍ର କେବଳ 15 ଲକ୍ଷ ଘର ଅଟକାଇବା ପାଇଁ ନୁହେଁ । ଆଗକୁ ସମ୍ପୂର୍ଣ୍ଣ ଯୋଜନା ବନ୍ଦ କରିବେ । ଓଡିଶାକୁ ଆଉ ଘର ଦେବେ ନାହିଁ । ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ନିଜ ଆଡୁ ଘର ଦେବେ । ଓଡିଶା ଲୋକଙ୍କ ପାଇଁ ବିଜେଡ଼ିର ସଂଗ୍ରାମ ଜାରି ରହିବ । ଓଡ଼ିଶା ଲୋକଙ୍କ ପ୍ରତି ଘୋର ଅନ୍ୟାୟ କରିଛନ୍ତି ବିଜେପିର ସାଂସଦ ମାନେ । କାହିଁକି ଚୁପ ବସିଛି ବିଜେପି । କେନ୍ଦ୍ର ସରକାର ଗାଇଡ଼ଲାଇନ କରିଛନ୍ତି । କାହିଁକି ସଂଶୋଧନ ପାଇଁ କହୁ ନାହିଁ ବିଜେପି । ପଲ୍ଲୀସଭାରେ ଆପତ୍ତି ଆଣୁନାହାଁନ୍ତି କାହିଁକି ? ମିଛ ପ୍ରହେଳିକା ସୃଷ୍ଟି ନକରୁ ରାଜ୍ୟ ବିଜେପି ବୋଲି କହିଛି ବିଜେଡି । ଏହି ପ୍ରେସମିଟର ଦଳୀୟ ମୁଖପାତ୍ର ଶ୍ରୀମୟୀ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟଯେ ପ୍ରଧାନମନ୍ତ୍ରୀ ଆବାସ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦାନ ସହ ଦୂର୍ନୀତି ମୁକ୍ତ ଆବଣ୍ଟନ ପାଇଁ ଆଜି ପ୍ରତ୍ୟେକ ବ୍ଲକରୁ ରାଜ୍ୟ ସରକାରଙ୍କୁ ଚେତାବୀନ ପତ୍ର ଦେଇଛି ବିଜେପି । ଯାହାକୁ ଟାର୍ଗେଟ କରି ବର୍ଷିଛି ବିଜେଡି ।
ଇଟିଭି ଭାରତ, ଭୁବନେଶ୍ବର