ETV Bharat / state

ରାଜଧାନୀରେ ହୋର୍ଡିଂ ରାଜନୀତି, ଚିଠି ଲେଖିଲେ ଭୁବନେଶ୍ବର ସାଂସଦ

MP Aparajita Sarangi Questioned on Partiality on hoarding removal: ଭୁବନେଶ୍ବର ମହାନଗର ନିିଗମ ବିରୋଧରେ ପାତର ଅନ୍ତର ଅଭିଯୋଗ ଆଣିଲେ ସାଂସଦ ଅପରାଜିତା ଷଢ଼ଙ୍ଗୀ । ସହରରେ କେବଳ ଶାସକ ଦଳର ହୋର୍ଡିଂକୁ ନେଇ କରିଥିଲେ ଆପତ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର ସାଂସଦଙ୍କ ବିଏମସିକୁ ତେରଚ୍ଛାବାଣ ; ସବୁ ଦଳର ହୋର୍ଡିଂ ହଟାଇବାକୁ ଆହ୍ବାନ

author img

By ETV Bharat Odisha Team

Published : Jan 10, 2024, 9:41 PM IST

ଭୁବନେଶ୍ବର ସାଂସଦଙ୍କ ବିଏମସିକୁ ତେରଚ୍ଛାବାଣ ; ସବୁ ଦଳର ହୋର୍ଡିଂ ହଟାଇବାକୁ ଆହ୍ବାନ

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ ବିରୋଧରେ ପାତର ଅନ୍ତର ଅଭିଯୋଗ ଆଣିଲେ ଭୁବନେଶ୍ବର ଲୋକସଭା ସାଂସଦ ଅପରାଜିତା ଷଢ଼ଙ୍ଗୀ । ନୂଆ ବର୍ଷ ପାଇଁ ରାଜଧାନୀର ପ୍ରତିଟି ଗଳି କନ୍ଦିରେ ବିଭିନ୍ନ ଦଳର ଜନ ପ୍ରତିନିଧି ମାନେ ନବବର୍ଷ ଶୁଭେଚ୍ଛା ହୋର୍ଡିଂ ଲଗାଇଥିଲେ । କିନ୍ତୁ ଆଜି ବିଜେପି ସାଂସଦ ଅପରାଜିତା ଷଢ଼ଙ୍ଗୀ ଭୁବନେଶ୍ବରରେ ଗସ୍ତ କରୁଥିବା ବେଳେ ସହରରେ କେବଳ ଶାସକ ଦଳର ହୋର୍ଡିଂ ଦେଖିଥିଲେ । ଏହାକୁ ନେଇ ବିଏମସି ସହ ସେ ଯୋଗାଯୋଗ କରିବା ପରେ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କର ସମସ୍ତ ହୋର୍ଡିଂ ବିଏମସି ଏନଫର୍ସମେଣ୍ଟ ସ୍କ୍ବାର୍ଡ ହଟାଇ ଦେଇଛି । ଏ ସମ୍ପର୍କରେ ସାଂସଦ କହିଥିଲେ ଯେ ନୂଆ ବର୍ଷ ପାଇଁ ଯେତେ ବି ରାଜନୈତିକ ଦଳ ଅଛନ୍ତି ସବୁ ନିଜ ନିଜର ହୋର୍ଡ଼ିଂ ଲଗାଇଥିଲେ ।

ଏହା ମଧ୍ୟ ପଢନ୍ତୁ ... ଅର୍ପଣ ରଥ ପାଇଁ ଆସୁଥିବା 5 ଲକ୍ଷ ଟଙ୍କାର ହିସାବ ମାଗିଲା ବିଜେପି

ହେଲେ ଶାସକ ଦଳର ସବୁଜ ରଙ୍ଗର ହୋର୍ଡ଼ିଂ ଛାଡି ଆଉ ସବୁ ଦଳର ହୋର୍ଡ଼ିଂକୁ କଢ଼ା ଯାଇଛି । ମୋର ବି ହୋର୍ଡ଼ିଂକୁ ଜାନୁଆରୀ ୨ ତାରିଖରେ ବାହାର କରାଯାଇଛି । ଏତଦ୍ ସହିତ ସେ ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେଙ୍କୁ ଏ ସମ୍ପର୍କ କରିଥିଲେ । ହୋର୍ଡିଂ ମାମଲାରେ କୌଣସି ଦଳ ସହିତ ପାତରଅନ୍ତର ହେବ ନାହିଁ । ସମସ୍ତ ପ୍ରକାର ହୋର୍ଡିଂକୁ ହଟାଯିବ ବୋଲି କମିଶନର ପ୍ରତିଶ୍ରୁତି ଦେଇଥିଲେ ବୋଲି ସାଂସଦ କହିଛନ୍ତି । ସେହିପରି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ମଧ୍ୟ ଏ କଥାକୁ ସ୍ବୀକାର କରିବା ସହ ହୋର୍ଡିଂ ଲଗାଇବା ସମ୍ପୂର୍ଣ୍ଣ ଭୁଲ ଓ ଭୁବନେଶ୍ବରର ପ୍ରତିଟି ଗଳି କନ୍ଦିରେ ଲଗାଯାଇଥିବା ହୋର୍ଡିଂକୁ ହଟାଯିବାର ବ୍ୟବସ୍ଥା କରାଯିବା ସହ ବିଏମସି କମିଶନରଙ୍କୁ ଯଥାବିଧି ସହଯୋଗ ଯୋଗାଇ ଦିଆଯିବ ବୋଲି କହିଥିବାର ସାଂସଦ ଅପରାଜିତା ଷଢ଼ଙ୍ଗୀ କହିଛନ୍ତି ।

ତେବେ ଲିଖିତ ଆକାରରେ ସାଂସଦ ଉଭୟ ବିଏମସି କମିଶନର ଓ ପୋଲିସ କମିଶନରଙ୍କୁ ଜଣାଇଛନ୍ତି । ଏହା ଛଡା ସାଂସଦ କହିଛନ୍ତି ଯେ ବିକାଶର କୌଣସି ଦଳ ନାହିଁ । ରାଜଧାନୀକୁ ସୁନ୍ଦର କରିବା ଆମ ସମସ୍ତଙ୍କର ଦାୟିତ୍ଵ । ହୋର୍ଡିଂ ଗୁଡିକ କୌଣସି ଦଳର ରହିବା କଥା ନୁହଁ । ଏହା ଦ୍ଵାରା ରାଜଧାନୀରେ ସୌନ୍ଦର୍ଯ୍ୟ ନଷ୍ଟ ହେଉଛି । ମୋର ଆଶା ଦୁଇ ଦିନ ଭିତରେ ବିଏମସି ଏବଂ ପୋଲିସ କମିଶନର ସବୁ ହୋର୍ଡ଼ିଂକୁ ହଟାଇ ଦେବା ଦରକାର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.