ETV Bharat / state

କେନ୍ଦୁପତ୍ର ତୋଳାଳୀଙ୍କୁ ୧୦୦% ବୋନସ ଦେବାକୁ କହି ଧୋକା ଦେଇଛନ୍ତି ନବୀନ ସରକାର: କୁସୁମ - ରାଜ୍ୟ ସରକାରକୁ ବିଜେପି ବିଧାୟିକାଙ୍କ ଟାର୍ଗେଟ

୧୦୦% ବୋନସ ଦେବାକୁ କହି କେନ୍ଦୁପତ୍ର ତୋଳାଳୀଙ୍କୁ ଧୋକା ଦେଇଛନ୍ତି ନବୀନ ସରକାର । ଅଭିଯୋଗ ଆଣିଲେ ବିଜେପି ବିଧାୟିକା କୁସୁମ ଟେଟେ । ଅଧିକ ପଢନ୍ତୁ

ରାଜ୍ୟ ସରକାରକୁ ବିଜେପି ବିଧାୟିକାଙ୍କ ଟାର୍ଗେଟ

author img

By ETV Bharat Odisha Team

Published : Oct 4, 2023, 6:56 AM IST

Updated : Oct 4, 2023, 12:45 PM IST

ରାଜ୍ୟ ସରକାରକୁ ବିଜେପି ବିଧାୟିକାଙ୍କ ଟାର୍ଗେଟ

ଭୁବନେଶ୍ବର: ପଦ୍ମପୁର ବିଧାୟିକା ବର୍ଷା ସିଂହ ବରିହାଙ୍କ ବକ୍ତବ୍ୟରୁ ବିଜେଡିର ହତାଶ ଭାବ ସାମ୍ନାକୁ ଆସିଛି । ଦଳୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯେଉଁଭଳି ଆଚରଣ ଦେଖାଇଛନ୍ତି, ଏଥିରେ ସମସ୍ତେ ବିଚଳିତ ହେବାରେ ଲାଗିଛନ୍ତି । ଓଡ଼ିଶାର ଅର୍ଥମନ୍ତ୍ରୀ ଓ ସଚିବ କେନ୍ଦୁପତ୍ର ତୋଳାଳୀଙ୍କ ସ୍ୱାର୍ଥ ପାଇଁ ସଠିକ ଦାବି ଉପସ୍ଥାପନ କରି ନଥିବାରୁ ସେମାନଙ୍କୁ ଟିକସ ଦେବାକୁ ପଡ଼ୁଛି । ଦେଶର କେନ୍ଦୁପତ୍ର ଉତ୍ପାଦିତ ହେଉଥିବା ଅନ୍ୟ ରାଜ୍ୟ ସରକାରମାନେ ଲାଭାଂଶରୁ ଶତ ପ୍ରତିଶତ ବୋନସ ଦେଉଥିବା ବେଳେ ଓଡିଶା ସରକାର ରାଜକୋଷରେ ରଖି ଅନ୍ୟ ଦିଗରେ ଖର୍ଚ୍ଚ କରୁଛନ୍ତି । ଏଭଳି ଅଭିଯୋଗ ଆଣିଛନ୍ତି ବିଜେପି ବିଧାୟିକା କୁସୁମ ଟେଟେ ।

କୁସୁମ କହିଛନ୍ତି ଯେ, ବିଧାୟିକା ବର୍ଷା ସିଂହ ବରିହା କେନ୍ଦୁପତ୍ର, ବିଜେପି ନେତାଙ୍କୁ ନେଇ ଏକ ମନ୍ତବ୍ୟ ଦେଇଛନ୍ତି । ମୁଁ ତାଙ୍କୁ ଓ ତାଙ୍କ ପରିବାରକୁ ଯେତିକି ଜାଣିଛି, ଏହା ତାଙ୍କର ବକ୍ତବ୍ୟ ଭଳି ଲାଗୁନାହିଁ । ସେ ଆଉ କାହା ନିର୍ଦ୍ଦେଶରେ ଆଜି ଏହି କଥା କହିଛନ୍ତି । ଅନ୍ୟ କାହା ନିର୍ଦ୍ଦେଶରେ ବର୍ଷା ଦେଇଥିବା ବକ୍ତବ୍ୟକୁ ମୁଁ ଦୃଢତାର ସହ ଖଣ୍ଡନ କରୁଛି । ବର୍ଷାଙ୍କ ବକ୍ତବ୍ୟରୁ ଜଣାପଡୁଛି ଯେ ବିଜେଡ଼ି ହତୋତ୍ସାହିତ ଅବସ୍ଥାରେ ଅଛି । ମୁଖ୍ୟମନ୍ତ୍ରୀ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରାରେ ଯେଉଁଭଳି ଭାବରେ ଆଚରଣ ଦେଖାଇଛନ୍ତି, ଏଥିରେ ସମସ୍ତେ ବିଚଳିତ ହେବାରେ ଲାଗିଛନ୍ତି । ସେ ଆମ ନେତାଙ୍କ ବାବଦରେ କହୁଛନ୍ତି । ଆମ ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ସାରା ଓଡ଼ିଶା ଭରସା ରଖିଛି ।

ଏହାମଧ୍ୟ ପଢନ୍ତୁ: ଶ୍ରଦ୍ଧା କିଏ ଚର୍ଚ୍ଚାର ଅବସାନ ! ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ

ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାହା କୁହନ୍ତି, ତାହା କରନ୍ତି । ଆମ ନେତା ପ୍ରଧାନମନ୍ତ୍ରୀଙ୍କ ପଥ ଅନୁସରଣ କରି ଯାହା କୁହନ୍ତି, ତାହା କରି ଦେଖାଇଥାନ୍ତି । ବିଗତ ୯ ବର୍ଷରେ କେନ୍ଦ୍ରମନ୍ତ୍ରୀ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଦାୟିତ୍ୱରେ ଥିବା ସମୟରେ ଓଡ଼ିଶାକୁ ୨ ଲକ୍ଷ ୩ ହଜାର ୪୭୨ କୋଟି ଟଙ୍କାର ପେଟ୍ରୋଲିୟମ, ପେଟ୍ରୋ କେମିକାଲ ପ୍ରକଳ୍ପ ଦେଇଛନ୍ତି । ଏହାର ବଡ ଉଦାହରଣ ହେଉଛି ବରଗଡରେ ପ୍ରାୟ ୧୬୦୭ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହେଉଥିବା ବିପିସିଏଲର ୨ଜି ଜୈବ ଇଥାନଲ ପ୍ଲାଣ୍ଟ । ଡିସେମ୍ବର ୨୦୨୨ ପଦ୍ମପୁର ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବାର ଘୋଷଣା କରିଥିଲେ । ଏହି ଘୋଷଣା ଡ଼ିସେମ୍ବରୁ ଯାଇ ଆଜି ଅକ୍ଟୋବର ହେଲାଣି । ଏହା ଉପରେ ବର୍ଷା କିଛି କହିବେ କି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ବିଧାୟିକା ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କେନ୍ଦୁପତ୍ର ତୋଳାଳୀମାନଙ୍କର ପ୍ରକୃତ ଦାବି ବିଷୟରେ ହୁଏତ ସେ ଅଜଣା ଅଛନ୍ତି । ଜିଏସ୍‌ଟି କମିବ କି ବଢିବା ଚିଠି ରାଜନୈତିକ ବୟାନ ବାଜିରେ ହୁଏ ନାହିଁ । କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଜିଏସଟି କାଉନସିଲ ବୈଠକରେ କେନ୍ଦୁପତ୍ରରେ ଜିଏସଟି ଛାଡ଼ ପ୍ରସଙ୍ଗ ଏଜେଣ୍ଡାକୁ ଆସିଥିଲା । ମାତ୍ର ଜିଏସଟି କାଉନସିଲ ବୈଠକରେ ଯେତେବେଳେ ଏହି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ହେଉଥିଲା ସେହି ସମୟରେ କାଉନସିଲର ସଦସ୍ୟ ଥିବା ଓଡ଼ିଶା ଅର୍ଥମନ୍ତ୍ରୀ ଓ ସଚିବ କେନ୍ଦ୍ରପତ୍ର ତୋଳାଳୀଙ୍କ ସ୍ୱାର୍ଥ ପାଇଁ ସେଠି ସଠିକ ଭାବେ ଦାବି ଉପସ୍ଥାପନ କରି ନଥିଲେ । ଯେଉଁଥିପାଇଁ ଜିଏସଟି କାଉନସିଲ ଏହାକୁ ଆଗ୍ରହ୍ୟ କରିଦେଇଥିଲେ ।

ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ କେନ୍ଦୁପତ୍ର ତୋଳାଳୀ ହକ ପାଇବାରୁ ବଞ୍ଚିତ ହୋଇଛନ୍ତି । ଓଡ଼ିଶାର ଅର୍ଥମନ୍ତ୍ରୀ ଓ ସଚିବ ଗରିବ କେନ୍ଦୁପତ୍ର ତୋଳାଳୀଙ୍କ ସ୍ବାର୍ଥ ପାଇଁ ସଠିକ ଦାବି ଉପସ୍ଥାପନ କରିନଥିବାରୁ ଆଜି କେନ୍ଦୁପତ୍ର ତୋଳାଳୀମାନଙ୍କୁ ଟିକସ ଦେବାକୁ ପଡ଼ୁଛି । ଦେଶର ଅନ୍ୟାନ୍ୟ ରାଜ୍ୟରେ କେନ୍ଦୁପତ୍ରରୁ ସଂଗୃହିତ ଲାଭାଂଶର ଶତ ପ୍ରତିଶତ ଲାଭାଂଶକୁ କେନ୍ଦୁପତ୍ର ତୋଳାଳି ଓ ଶ୍ରମିକମାନଙ୍କ ଭିତରେ ବାଣ୍ଟି ଦେଉଥିବା ବେଳେ ଓଡ଼ିଶା ସରକାର ଲାଭାଂଶର ମାତ୍ର ୨୫ ଭାଗ ବୋନସ ଦେଉଛନ୍ତି । ଏହାଦ୍ୱାରା କେନ୍ଦୁପତ୍ର ତୋଳାଳି ଅନେକ କ୍ଷତି ସହୁଛି । କେନ୍ଦ୍ର ସରକାର ପେସା ଆଇନ ଲାଗୁ ହେବା ପରେ ଜଙ୍ଗଲ ଜାତ ଦ୍ରବ୍ୟର ଅଧିକାର ପେସା ଆଇନ ଅନୁଯାୟୀ ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ଆଦିବାସୀ ପରିବାର ସଂପୂର୍ଣ୍ଣ ଅଧିକାର ଥିବା ସତ୍ତ୍ବେ ରାଜ୍ୟ ସରକାର ଲାଭାଂଶର ଶତ ପ୍ରତିଶତ ବୋନସ ଦେବା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ ତୋଳାଳୀ ଓ ଶ୍ରମିକମାନଙ୍କୁ ମାତ୍ର ୯୨.୩୭ କୋଟି ଟଙ୍କା ବୋନସ ଦେବା ଘୋଷଣା କରିଥିଲେ, ଯାହା ହାସ୍ୟାସ୍ପଦ କଥା ।

ଉପ ନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବିଜୁ ଜନତା ଦଳ ମିଥ୍ୟା ପ୍ରତିଶ୍ରୁତିର ରାଜନୀତି କରେ । ପଦ୍ମପୁର ଉପନିର୍ବାଚନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ତୋଳାଳୀ ଓ ସିଜିନାଲ କର୍ମଚାରୀମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ଏଯାଏଁ ପୂରଣ ନକରି ପ୍ରତାରିତ କରିଛନ୍ତି । ଉପନିର୍ବାଚନରେ କେନ୍ଦୁପତ୍ର ତୋଳାଳୀଙ୍କୁ ୧୦୦ ପ୍ରତିଶତ ବୋନସ ଦେବା ଘୋଷଣା କରିଥିଲେ କିନ୍ତୁ, ମାତ୍ର ୧୦ ପ୍ରତିଶତ ବୋନସ ଦେଇ କେନ୍ଦୁପତ୍ର ତୋଳାଳୀ ଓ ସିଜିନାଲ କର୍ମଚାରୀଙ୍କୁ ଧୋକା ଦେଇଛନ୍ତି । ବିଜୁ ସ୍ୱାସ୍ଥ୍ୟ କାର୍ଡ଼ରେ ସମସ୍ତ ତୋଳାଳୀ ଓ ସିଜିନାଲ କର୍ମଚାରୀଙ୍କୁ ସାମିଲ ଘୋଷଣା କରିଥିଲେ, ମାତ୍ର ନୂତନ ଭାବେ ଗୋଟିଏ ମଧ୍ୟ ତୋଳାଳୀ କିମ୍ବା ସିଜିନାଲ କର୍ମଚାରୀଙ୍କୁ ଏ ଯାଏ ସାମିଲ କରାଗଲା ନାହିଁ । ବିବାହ ସହାୟତା ଓ ଛାତ୍ର ବୃତ୍ତି ପ୍ରଦାନ ପାଇଁ ଦିଆଯାଇଥିବା ଘୋଷଣା କୁଆଡ଼େ ଗଲା ? କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ସିଜିନାଲ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଚାକିରି ସର୍ତ୍ତାବଳୀ ଏ ପର୍ଯ୍ୟନ୍ତ ଲାଗୁ ହେଲା ନାହିଁ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 4, 2023, 12:45 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.