ETV Bharat / state

ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ଘଟଣା, ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ଦେଲା ବିଜେପି

author img

By ETV Bharat Odisha Team

Published : Aug 23, 2023, 9:25 PM IST

ଡିଆଇଜିଙ୍କ ଘରେ ମହିଳା ହୋମଗାର୍ଡ ନିର୍ଯାତନା ଏବଂ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣାରେ ରାଜ୍ଯପାଳଙ୍କୁ ଭେଟିଲା ବିଜେପି । ଅଧିକ ପଢ଼ନ୍ତୁ

ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ଘଟଣା
ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ଘଟଣା
ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ଘଟଣା

ଭୁବନେଶ୍ବର: ଡିଆଇଜିଙ୍କ ଘରେ ମହିଳା ହୋମଗାର୍ଡ ନିର୍ଯାତନା ଏବଂ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣାରେ ରାଜ୍ଯପାଳଙ୍କୁ ଭେଟିଲା ବିଜେପି । ଗତକାଲି ହୋମଗାର୍ଡଙ୍କୁ ହସ୍ପିଟାଲରେ ଦେଖା କରିବା ପରେ ଆଜି ରାଜ୍ଯପାଳଙ୍କୁ ଭେଟି ଦାବି ରଖିଛି ବିଜେପି । ବିଜେପି ଉପସଭାପତି ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ଵରେ ଏକ ସାତ ଜଣିଆ ଟିମ୍ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ରଖିଛିନ୍ତି ।

ତେବେ ଉଭୟ ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ । ମହିଳା ହୋମଗାର୍ଡଙ୍କ ଦୁଇ ଝିଅଙ୍କୁ ଚାକିରି ଓ ପରିବାରକୁ ଥଇଥାନର ବ୍ୟବସ୍ଥା କରାଯାଉ । ମହିଳା ହୋମଗାର୍ଡଙ୍କୁ କ୍ଷତିପୂରଣ ଦିଆଯିବା ନେଇ ଦାବିପତ୍ର ହେଇଛି ବିଜେପି । ଏହାସହ ବିଜେପି ଆହୁରି ମଧ୍ୟ ଅଭିଯୋଗ କରିଛି ଯେ, ଡିଆଇଜି ବ୍ରିଜେଶଙ୍କୁ ବଦଳି କରି ଏହି ଘଟଣାକୁ ଚାପି ଦେବା ପାଇଁ ରାଜ୍ୟ ସରକାର ଚେଷ୍ଟା କରୁଛନ୍ତି । ଡିଆଇଜି ଓ ତାଙ୍କ ପତ୍ନୀଙ୍କୁ ଖସେଇ ଦେବା ପାଇଁ ପ୍ରଶାସନ ଲାଗିପଡ଼ିଛି । ତେଣୁ ତାଙ୍କ ବିରୁଦ୍ଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ ଓ ମହିଳାଙ୍କୁ ନ୍ୟାୟ ମିଳୁ ।

ଏହା ମଧ୍ୟ ପଢ଼ନ୍ତୁ...ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ଘଟଣା, କ୍ରାଇମବ୍ରାଞ୍ଜ ADGଙ୍କୁ OSCWର ତଦନ୍ତ ନିର୍ଦ୍ଦେଶ

ବିଜେପି ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, "ରାଜ୍ୟ ସରକାର ପୀଡିତାଙ୍କୁ ନ୍ୟାୟ ନଦେଇ ଡିଆଇଜିଙ୍କୁ ବଦଳି କରି ଘଟଣାକୁ ଚାପି ଦେବା ପାଇଁ ଚେଷ୍ଟା କରୁଛନ୍ତି ଏବଂ ସରକାର, ପୋଲିସ, ପ୍ରଶାସନ ମିଳିମିଶି ଡିଆଇଜି ଦମ୍ପତ୍ତିଙ୍କୁ ଖସାଇଦେବା ପାଇଁ ଲାଗି ପଡିଛନ୍ତି । ଓଡ଼ିଶାବାସୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ଡିଆଇଜି ପାହ୍ୟାର ପୋଲିସ ଅଧିକାରୀ ଯଦି ଆଇନ ବିରୋଧୀ କାର୍ଯ୍ୟ କରିବେ, ତାହେଲେ ସାଧାରଣ ଜନତା କାହାକୁ ବିଶ୍ୱାସ କରିବେ । ତେବେ ଏଭଳି ଅଭାବନୀୟ ଘଟଣା ଅତ୍ୟନ୍ତ ଲଜ୍ଜାଜନକ ଏବଂ ରାଜ୍ୟପାଳ ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ଭାରତୀୟ ଜନତା ପାର୍ଟି ନିବେଦନ କରିଛି ।"

ସୂଚନାଯୋଗ୍ୟ ଯେ, ଅନୁଗୋଳ ଜିଲ୍ଲାର ମହିଳା ହୋମଗାର୍ଡ ଶୈରିନ୍ଦ୍ରୀ ସାହୁ ଉତ୍ତରାଞ୍ଚଳ ଡିଆଇଜି ବ୍ରିଜେଶ ରାୟଙ୍କ ଘରୋଇ କାର୍ଯ୍ୟରେ ନିୟୋଜିତ ଥିଲେ । ସେଠାରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ପତ୍ନୀଙ୍କ ନିର୍ଯାତନାର ଶିକାର ହୋଇଥିଲେ । ନିର୍ଯାତନାର ଭାର ଏତେ ହୋଇଥିଲା ଯେ, ହୋମଗାର୍ଡ ଜଣକ ଆତ୍ମହତ୍ୟା ଉଦ୍ୟମ କରିବାକୁ ବାଧ୍ୟ ହୋଇଥିଲେ । ସୌଭାଗ୍ୟବସତଃ ସେ ବଞ୍ଚି ଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ସିଡିଏସ୍ଥିତ ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା। ତେବେ ମହିଳା ହୋମଗାର୍ଡ ଜଣକ ବଞ୍ଚିଯାଇଥିଲେ ମଧ୍ୟ ତାଙ୍କର ଦୁଇଟି ଗୋଡ଼ ହରାଇ ବସିଛନ୍ତି । ଏହି ଘଟଣା ସମଗ୍ର ରାଜ୍ୟରେ ଆଲେଡନା ସୃଷ୍ଟି କରିଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.