ETV Bharat / state

୨୦୨୪ ପାଇଁ ବିଜେପିର ମାନସ ମନ୍ଥନ, କ୍ଷେତ୍ରୀୟ ପ୍ରଭାରୀଙ୍କ ଅଧ୍ୟକ୍ଷତାରେ ଚାଲିଛି ଗୁରୁତ୍ବପୂର୍ଣ୍ଣ ବୈଠକ

author img

By

Published : Jul 14, 2023, 7:58 PM IST

୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ପ୍ରମୁଖ ରାଜନୈତିକ ଦଳ । ଏହି କ୍ରମରେ କ୍ଷେତ୍ରୀୟ ବିଜେପି ପ୍ରଭାରୀ ସୁନୀଲ ବଂସଲଙ୍କ ଅଧ୍ୟକ୍ଷତାରେ ଦ୍ବିତୀୟ ଦିନରେ ରୁଦ୍ଧଦ୍ବାର ବୈଠକ ଅନୁଷ୍ଠିତ ହୋଇଛି । ଅଧିକ ପଢ଼ନ୍ତୁ

୨୦୨୪ ପାଇଁ ବିଜେପିର ମାନସ ମନ୍ଥନ
୨୦୨୪ ପାଇଁ ବିଜେପିର ମାନସ ମନ୍ଥନ
୨୦୨୪ ପାଇଁ ବିଜେପିର ମାନସ ମନ୍ଥନ

ଭୁବନେଶ୍ବର: ୨୦୨୪ ପାଇଁ ବ୍ଲ୍ୟୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛି ବିଜେପି । ଆଜି ଦ୍ଵିତୀୟ ଦିନରେ ଜାରି ରହିଛି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂସଲଙ୍କ ରୁଦ୍ଧଦ୍ବାର ବୈଠକ । ଫୋକସରେ ରହିଛି ପରାଜିତ ସଂସଦୀୟ କ୍ଷେତ୍ର । ପ୍ରଥମ ପର୍ଯ୍ୟାୟରେ ଲୋକସଭା କ୍ଷେତ୍ର ଗୁଡ଼ିକରେ ଦଳୀୟ ସ୍ଥିତି ନେଇ ହେବ ଆଲୋଚନା । ୧୩ ଲୋକସଭା କ୍ଷେତ୍ରଗୁଡ଼ିକର ପ୍ରଭାରୀ, ସହପ୍ରଭାରୀ ଏବଂ ବିଭିନ୍ନ ଦାୟିତ୍ବରେ ଥିବା କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ । ଦ୍ବିତୀୟ ପର୍ଯ୍ୟାୟ ବୈଠକରେ ଦଳର ବିଧାୟକମାନଙ୍କ ସହ ଭର୍ଚୁଆଲରେ ବୈଠକ କରିବେ ସୁନୀଲ ବଂସଲ । ଦଳୀୟ ସଙ୍ଗଠନ ଉପରେ ଆଲୋଚନା ସହ ୨୦୨୪ ପାଇଁ ପ୍ରସ୍ତୁତ ହେବ ବ୍ଲ୍ୟୁ-ପ୍ରିଣ୍ଟ ।

ଭୋପାଳ ଓ ଗୌହାଟୀ ରଣନୀତି ଅନୁସାରେ ଓଡ଼ିଶାରେ ବଂଶଲଙ୍କ ନେତୃତ୍ବରେ ବର୍ତ୍ତମାନ ୨୧ଟି ଲୋକସଭା ଆସନରେ ସଂଗଠନ ମଜବୁତ କରିବା ନେଇ ପ୍ରୟାସ ଜାରି ରହିଛି । ପ୍ରଭାରୀଙ୍କୁ ଦିଆଯାଇଛି ନୂଆ ଟାସ୍କ୍ । ହାରିଯାଇଥିବା ସଂସଦୀୟ କ୍ଷେତ୍ରରେ ଦିଆଯାଇଥିବା ଟାସ୍କକୁ କେତେ କାର୍ଯ୍ୟକାରୀ କରିଛନ୍ତି ସଂସଦୀୟ କ୍ଷେତ୍ର ପ୍ରଭାରୀ, ତାର ହିସାବ ନେଉଛନ୍ତି ରାଜ୍ୟ ପ୍ରଭାରୀ ବଂସଲ । ଏନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, "ଅନ୍ୟାୟ ବିରୋଧରେ ଆମେ ଚିଠି ଲେଖିଲୁ । ଚିଠିର ପ୍ରଭାବ କଣ ପଡ଼ିବ ଆଗକୁ ଦେଖ । ଏବେ ସରକାରଙ୍କ ସ୍ବର ପରିବର୍ତ୍ତନ ହେଲାଣି । 5T ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ଅଫିସ ଲୋକଙ୍କ ପାଖକୁ ଯାଉଛି ବୋଲି କହିଲେଣି । ଲୋକଙ୍କୁ ଭୁଲ ତଥ୍ୟ ଦେଇ ବୋକା ବନାଯାଉଛି । କେବଳ 5T ଯଦି ଲୋକଙ୍କ ପାଖକୁ ଯାଉଛନ୍ତି, ଡ୍ରଜନେ ଲେଖାଏଁ ମନ୍ତ୍ରୀ ଆଉ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରି ଦିଅନ୍ତୁ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କେବେ ଗ୍ରିଭାନ୍ସ ସେଲ୍‌ ଯାଇନାହାନ୍ତି । CMO ଯାଉଛି ମାନେ କିଏ ଯାଉଛି ? କେବଳ 5T ? ତାର ଉତ୍ତର ଦିଅନ୍ତୁ ମୁଖ୍ୟମନ୍ତ୍ରୀ ।"

ଏହା ମଧ୍ୟ ପଢ଼ନ୍ତୁ...ବିଜେପି କାର୍ଯ୍ୟାଳୟରେ ରୁଦ୍ଧଦ୍ବାର ବୈଠକ, ସୁନୀଲ ବଂଶଲ ସାମିଲ

ତେବେ ୨୦୨୪ରେ ଓଡ଼ିଶାରେ କ୍ଷମତା ଦଖଲ ପାଇଁ ଜୋରଦାର ରଣନୀତି ପ୍ରସ୍ତୁତି କରିଛି ରାଜ୍ୟ ବିଜେପି । ଏଥିପାଇଁ ଗତକାଲି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ । ଦୁଇ ଦିନ ହେବ ଗୁରୁତ୍ବପୂର୍ଣ୍ଣ ବୈଠକ ଜାରି ରହିଛି । ୪ଟି ପର୍ଯ୍ୟାୟରେ ବୈଠକ ଅନୁଷ୍ଠିତ ହେଉଛି । ଗତକାଲି ଆଲୋଚନା ହୋଇଛି । ଏଥିରେ ୧୩ ଲୋକସଭା କ୍ଷେତ୍ର ଗୁଡ଼ିକର ପରାଜିତ ପ୍ରାର୍ଥୀ, ପ୍ରଭାରୀ, ସହପ୍ରଭାରୀ ଏବଂ ବିଭିନ୍ନ ଦାୟିତ୍ବରେ ଥିବା କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି । ଆଜି ବୈଠକ ପରେ ଦଳର ବିଧାୟକମାନଙ୍କ ସହ ଭର୍ଚୁଆଲ ବୈଠକ କରିବେ ସୁନୀଲ ବଂଶଲ । ସଂଗଠନ ସଜାଡ଼ିବା ଏବଂ ୨୦୨୪ ବ୍ଲ୍ୟୁ-ପ୍ରିଣ୍ଟ ନେଇ ବୈଠକରେ ଆଲୋଚନା ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.