ETV Bharat / state

ଯଦି ମେୟର ଭୁବନେଶ୍ଵର ସମ୍ଭାଳି ପାରୁନାହାନ୍ତି ଗାଦି ଛାଡ଼ନ୍ତୁ: ସୁନୀତି ମୁଣ୍ଡ

author img

By

Published : Aug 12, 2023, 7:30 PM IST

ଭୁବନେଶ୍ବରରେ ଡେଙ୍ଗୁ ନିୟନ୍ତ୍ରଣ କରିବାରେ ବିଏମ୍‌ସି ବିଫଳ ହୋଇଥିବା ଅଭିଯୋଗ କରିଛି ବିଜେପି । ଏହାରି ମଧ୍ୟରେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ବିଏମ୍‌ସି ଗତବର୍ଷ ଭଳି ଏଥର ମଧ୍ୟ ଡ୍ରୋନ ଉଡ଼ାଇବ ଓ ସତର୍କ ନହେଲେ ଜନସାଧାରଣଙ୍କଠାରୁ ଜରିମାନା ଆଦାୟ କରିବ ବୋଲି କହିଛନ୍ତି ମେୟର । ଯାହାକୁ ବିରୋଧ କରି ଆନ୍ଦୋଳନ ଚେତାବନୀ ଦେଇଛନ୍ତି ବିଜେପି ମେୟର ପ୍ରାର୍ଥିନୀ ସୁନୀତି ମୁଣ୍ଡ । ଅଧିକ ପଢ଼ନ୍ତୁ

ମେୟର ଯଦି ଭୁବନେଶ୍ଵର ସମ୍ଭାଳି ପାରୁନାହାନ୍ତି ଗାଦି ଛାଡ଼ନ୍ତୁ

ଭୁବନେଶ୍ବର: ରାଜଧାନୀରେ ଅଣାୟତ୍ତ ଡେଙ୍ଗୁ ଆତଙ୍କ । ଏହାକୁ ମାତ ଦେବାକୁ କଡା ନିର୍ଦ୍ଦେଶନାମା ଜାରି କରିଛି ବିଏମସି । ଏଣିକି ଘର ଘର ବୁଲି ଡେଙ୍ଗୁ ମଶା ଖୋଜି ବିଏମ୍‌ସି । ଘର ଭିତରେ ଓ ବାହାରେ ଯଦି ଡେଙ୍ଗୁ ମଶା ମିଳେ ବା ବଂଶବୃଦ୍ଧି ପାଇଁ ପରିବେଶ ଥାଏ ତେବେ ଫାଇନ ଗଣିବେ ଘର ମାଲିକ । ଅନ୍ୟପଟେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମଶା ବଂଶ ବୃଦ୍ଧି ରୋକିବାକୁ ଡ୍ରୋନ୍‌ର ବ୍ୟବହାର କରାଯିବ ବୋଲି ସୂଚନା ଦେଇଛନ୍ତି ବିଏମ୍‌ସି ମେୟର ସୁଲୋଚନା ଦାସ । ତେବେ ଏହାକୁ କଟାକ୍ଷ କରିଛି ବିଜେପି । ମେୟର ଯଦି ଭୁବନେଶ୍ଵର ସମ୍ଭାଳି ପାରୁନାହାନ୍ତି, ତେବେ ଗାଦି ଛାଡ଼ନ୍ତୁ ବୋଲି ବିଜେପି ମେୟର ପ୍ରାର୍ଥିନୀ ସୁନୀତି ମୁଣ୍ଡ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ମଶା ମାରିବ ଡ୍ରୋନ, ଡେଙ୍ଗୁ ରୋକିବାକୁ ବିଏମ୍‌ସିର ପଦକ୍ଷେପ

ସେ କହିଛନ୍ତି, "ବର୍ଷକ ତଳେ ମଶା ମାରିବାକୁ ଡ୍ରୋନ୍ ଉଡ଼ାଇଥିଲେ । ଏବେ ମେୟର ପୁଣି ଉଡ଼ାଇବେ କହୁଛନ୍ତି । ମହାନଗର ନିଗମରେ ମୁକୁଳା ନାଳ ସହିତ ଅନେକ ସ୍ଥାନରେ ଅପରିଷ୍କାର ପରିବେଶ ସୃଷ୍ଟି ହେଉଥିବାବେଳେ ଡ୍ରୋନ ଦ୍ବାରା ମଶାମରା ଅଭିଯାନ ଆରମ୍ଭ କରିବା ଅତ୍ୟନ୍ତ ହାସ୍ୟାସ୍ପଦ । ଟିକସଦାତାଙ୍କ ଅର୍ଥରେ ସେମାନଙ୍କର ମୌଳିକ ସମସ୍ୟା ସମାଧାନ ଓ ବିକାଶ ପରିବର୍ତ୍ତେ ଡ୍ରୋନ ଉଡାଯିବା ଯୋଜନା ହେଉଛି ।" ଡ୍ରୋନ ବଦଳରେ ମେୟର୍ ରାଫେଲ ବିମାନ ଉଡ଼ାଇ ମଶା ବଂଶ ନିପାତ କରନ୍ତୁ ବୋଲି ତାଚ୍ଛଲ୍ୟ କରିଛନ୍ତି ସୁନୀତି । ବିଏମ୍‌ସି ଅଞ୍ଚଳରୁ ମେୟର ମଶା ଦୂର କରିବାକୁ ଅଞ୍ଚଳ ପରିଷ୍କାର କରାନ୍ତୁ ଏବଂ ନାଳ ନର୍ଦ୍ଦମାର ନିୟମିତ ସଫେଇ କରାନ୍ତୁ ବୋଲି ସେ କହିଛନ୍ତି । ସେପଟେ ବିଏମ୍‌ସି ମେୟର ଏବଂ କମିଶନରଙ୍କ କଥାରେ ତାଳମେଳ ରହୁନାହିଁ । ଭୋଟ ବେଳେ ଫାଙ୍କା ପ୍ରତିଶ୍ରୁତି ଦେଉଛନ୍ତି, ଜିତିଗଲା ପରେ କିଛି କରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ସୁନୀତି ।

ଏହା ମଧ୍ୟ ପଢ଼ନ୍ତୁ...ଘର ଘର ବୁଲି ଡେଙ୍ଗୁ ମଶା ଖୋଜିବ ବିଏମସି, ଧରାପଡିଲେ 1000 ଫାଇନ

ସେପଟେ ଡେଙ୍ଗୁ ବ୍ୟାପିବା ପାଇଁ ଜନସାଧାରଣଙ୍କଠାରୁ ଫାଇନ ଆଦାୟ କରିବା ନିଷ୍ପତ୍ତିକୁ ବିରୋଧ କରିଛି ବିଜେପି । ସୁନୀତି କହିଛନ୍ତି, "ନିର୍ବାଚିତ ମେୟର ଜନସାଧାରଣଙ୍କୁ ମୌଳିକ ସେବା ଯୋଗାଇଦେବା ପାଇଁ ନିଜର ମୌଳିକ କର୍ତ୍ତବ୍ୟ ଓ ଦାୟିତ୍ବ ନକରି ଡେଙ୍ଗୁ ବ୍ୟାପିବା ପାଇଁ ଜନସାଧାରଣଙ୍କ ନିକଟରୁ ଜରିମାନା ଆଦାୟ କରିବା ଜିଜିଆ କର ଭଳି ହୋଇଛି । ବିଏମ୍‌ସି ନିଜ ଅସଫଳତା ଲୁଚାଇବାକୁ ଲୋକଙ୍କଠାରୁ ଫାଇନ ଆଦାୟ କରିବା କେତେଦୂର ଯୁକ୍ତିଯୁକ୍ତ ତାହା ଜନସାଧାରଣ ବିଚାର କରନ୍ତୁ ।" ଏହା ସହିତ ସୁନୀତି ମଧ୍ୟ ଚେତାବନୀ ଦେଇ କହିଛନ୍ତି, "ଯଦି ଜଣେ ବି ବ୍ୟକ୍ତି ବା ପରିବାର ବା କୌଣସି ବ୍ୟବସାୟିକ ପ୍ରତିଷ୍ଠାନରୁ ଜରିମାନା ଆଦାୟ କରାଯାଏ ତେବେ ରାଜରାସ୍ତାରେ ଆନ୍ଦୋଳନ କରିବୁ । ଭାରତୀୟ ଜନତା ପାର୍ଟି ନଗର ନିଗମର ଏହି ନିଷ୍ପତି ବିରୋଧରେ ଜୋରଦାର ଆନ୍ଦୋଳନ ଆରମ୍ଭ କରିବ ।" ମେୟର ସୁଲୋଚନା ଦାସ ଜଣେ ଅଯୋଗ୍ୟ ମେୟର ଓ ସେ ଗାଦି ଛାଡ଼ନ୍ତୁ ବୋଲି ମଧ୍ୟ କଡ଼ା ଟିପ୍ପଣୀ ରଖିଛନ୍ତି ସୁନୀତି ମୁଣ୍ଡ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.