ETV Bharat / state

ଆମ ଓଡିଶା ନବୀନ ଓଡିଶା ନୁହେଁ, ୫୦ପ୍ରତିଶତ ପିସି ଓଡିଶା: ସମୀର ମହାନ୍ତି - କ୍ୟାବିନେଟରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହୁଛନ୍ତି ତ

ସୋମବାର ରାଜ୍ୟ କ୍ୟାବିନେଟ ବୈଠକରେ ଏକ ନୂଆ ଯୋଜନାକୁ ଅନୁମୋଦନ ମିଳିଛି । ଏହି 'ଆମ ଓଡ଼ିଶା ନବୀନ ଓଡ଼ିଶା' ଯୋଜନାକୁ କଟାକ୍ଷ କରିଛି ବିଜେପି । ଏହି ଯୋଜନା ଦୁର୍ନୀତି, ଭ୍ରଷ୍ଟାଚାର ଏବଂ ପିସି ସଂଗ୍ରହର ମାଧ୍ୟମ ବୋଲି କହିଛନ୍ତି ବିଜେପି ନେତା ସମୀର ମହାନ୍ତି । ଅଧିକ ପଢ଼ନ୍ତୁ...

'ଆମ ଓଡିଶା ନବୀନ ଓଡିଶା'କୁ ବିଜେପିର ଟାର୍ଗେଟ୍‌

author img

By

Published : Jul 11, 2023, 5:17 PM IST

'ଆମ ଓଡିଶା ନବୀନ ଓଡିଶା'କୁ ବିଜେପିର ଟାର୍ଗେଟ୍‌

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ନୂଆ ଯୋଜନା 'ଆମ ଓଡିଶା ନବୀନ ଓଡିଶା'କୁ ସମାଲୋଚନା କରିଛି ବିଜେପି । ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ସାମ୍ବାଦିକ ସମ୍ମିଳନୀରେ ଏହି ଯୋଜନାକୁ ନେଇ ବଡ଼ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି 'ଆମ ଓଡିଶା ନବୀନ ଓଡିଶା' ରାଜ୍ୟ ସରକାରଙ୍କର ଏକ ନୂଆ ନାଟକ । ଆମ ଓଡିଶା ୫୦ ପ୍ରତିଶତ ପିସି ଓଡିଶା ବୋଲି କହିଛନ୍ତି ସମୀର । ପୂର୍ବରୁ ଏକ ଯୋଜନା ଥିଲା 'ଆମ ଗାଁ ଆମ ବିକାଶ' । ଏହି ଯୋଜନାର ନୂଆ ରୂପରେଖ ହେଲା ଆମ ଓଡିଶା ନବୀନ ଓଡ଼ିଶା । ବିଜୁ ଓଡିଶାରୁ ନବୀନ ଓଡିଶା ଆଡକୁ ବିଜେଡି ଗତି କରୁଛି ବୋଲି ସେ କହିଛନ୍ତି । ଆମ ଗାଁ ଆମ ବିକାଶ ଯୋଜନାରେ ଘୋଷଣା ହୋଇଥିବା ୯୦ ପ୍ରତିଶତ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇନଥିବା ଅଭିଯୋଗ କରିଛି ବିଜେପି ।

'କ୍ୟାବିନେଟରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହୁଛନ୍ତି ତ ?': ଏହାବାଦ ବିଜେପି ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇଛି । ରାଜ୍ୟ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହୁଛନ୍ତି କି ନାହିଁ ତାହା ଏବେ ରହସ୍ୟଜନକ ହୋଇ ରହିଛି ବୋଲି କହିଛି ବିଜେପି । ମୁଖ୍ୟମନ୍ତ୍ରୀଙ୍କୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟେକ୍ନୋଲଜି ମାଧ୍ୟମରେ ଉପସ୍ଥିତ କରାଯାଉନାହିଁ ତ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତା ସମୀର ମହାନ୍ତି । ରତ୍ନଭଣ୍ଡାର ଏବଂ ହାଇକୋର୍ଟ ନୋଟିସ ପ୍ରସଙ୍ଗରୁ ନଜର ହଟାଇବା ପାଇଁ ଜଗନ୍ନାଥ ସଂସ୍କୃତିକୁ ଆଳ କରି ଓଡିଶା ଲୋକଙ୍କୁ ବୋକା ବନାଇବା ପାଇଁ ଯୋଜନା କରାଯାଇନାହିଁ ତ ବୋଲି ପ୍ରଶ୍ନ କରିଛନ୍ତି ସମୀର । ସମୀର କହିଛନ୍ତି, "ବଡ ଦୁର୍ନୀତିର ଯୋଜନା ହେଉଛି 'ଆମ ଓଡିଶା ନବୀନ ଓଡିଶା' । ବିନା ଟେଣ୍ଡରରେ କାର୍ଯ୍ୟାଦେଶ ଦେଇ ଦୁର୍ନୀତି କରିବା ଏହି ଯୋଜନାର ଲକ୍ଷ୍ୟ ନୁହେଁ ତ ? ଏହି ଯୋଜନାର ରୂପରେଖ କଣ ହେବ ତାହା ଏବେ ବଡ଼ ପ୍ରଶ୍ନ ହୋଇ ଛିଡା ହୋଇଛି । କାରଣ ପୂର୍ବରୁ ପିଠା, ମୋ ସାଇକେଲ, ବିଜୁ ଯୁବ ବାହିନୀ ଭଳି ଯୋଜନା କଣ ହେଲା ତାହା କାହାରିକୁ ଅଛପା ନାହିଁ । ଏବେ ସେ ଯୋଜନା ଗୁଡିକର ସ୍ଥିତି କଣ ଲୋକେ ଭଲ ଭାବେ ଜାଣିଛନ୍ତି । ଏବେ ଦେଖିବାକୁ ବାକି ରହିଲା ଓଡିଶାକୁ କେଉଁ ନାଁରେ ଚିତ୍ରଣ କରାଯିବ ।"

ଏହା ମଧ୍ୟ ପଢ଼ନ୍ତୁ...Cabinet decision: 9 ପ୍ରସ୍ତାବକୁ ଗ୍ରୀନ ସିଗନାଲ; ଆମ ଓଡ଼ିଶା, ନବୀନ ଓଡ଼ିଶା ପ୍ରସ୍ତାବକୁ ମୋହର

'ଆମ ଓଡ଼ିଶା ନବୀନ ଓଡିଶା' ହେଉଛି ପିସି ସଂଗ୍ରହର ମାଧ୍ୟମ: ସମୀର ଆହୁରି କହିଛନ୍ତି, "୨୦୧୯ରେ ଏହିପରି ଅନେକ ଯୋଜନା ଘୋଷଣା କରିଥିଲେ । ୨୩ ବର୍ଷ ଭିତରେ ସାଢେ ୪ କୋଟି ଓଡିଆଙ୍କୁ ଶାସନର ଗୋଲାପି ଚିତ୍ର ଦେଖାଇଛନ୍ତି । ତଥ୍ୟ, ପରିସଂଖ୍ୟାନ ଓ ପୁରୁଣା ଯୋଜନାକୁ ସଂଶୋଧିତ କରି 'ଆମ ଓଡିଶା ନବୀନ ଓଡିଶା' ଯୋଜନା କରାଯାଇଛି । ପୂର୍ବରୁ 'ଆମ ଗାଁ ଆମ ବିକାଶ' ଯୋଜନାର ଏହା ନୂଆ ରୂପରେଖ । ଆମ ଗାଁ ଆମ ବିକାଶ ଯୋଜନାରେ ମୁଖ୍ୟମନ୍ତ୍ରୀ ସିଧାସଳଖ ପଞ୍ଚାୟତର ଉନ୍ନୟନ ମୂଳକ ପ୍ରକଳ୍ପଗୁଡିକୁ ସଚିବାଳୟରେ ଅନୁମୋଦନ କରୁଥିଲେ । ସସ୍ତାହକୁ ୨ ଦିନ ଭର୍ଚୁଆଲ ମାଧ୍ୟମରେ ଉପସ୍ଥାପନ କରୁଥିଲେ । ହେଲେ ଏଯାଏଁ ୫୦ ପ୍ରତିଶତରୁ ଅଧିକ କାମ ହୋଇନାହିଁ । ୩ ଲକ୍ଷ ୨୪ ହଜାର ୫୧୫ ପ୍ରକଳ୍ପ ଅନୁମୋଦିତ ହୋଇଥିଲା । ଏଥିରୁ ୨ ଲକ୍ଷ ୯୪ ହଜାର ପ୍ରକଳ୍ପ କାମ ହୋଇନାହିଁ, ଯାହାକି ୯୦ ପ୍ରତିଶତ । ପିଠା, ବିଜୁ ଗାଁ ଗାଡ଼ି, ମୋ ସାଇକେଲ, ବିଜୁ ଯୁବ ବାହୀନି ଭଳି ଯୋଜନା ଗୁଡିକ କେବଳ ଯୋଜନାରେ ସୀମିତ ରହିଛି । ଦୁର୍ନୀତି, ଭ୍ରଷ୍ଟାଚାର ଏବଂ ପିସି ସଂଗ୍ରହର ମାଧ୍ୟମ ହେଉଛି 'ଆମ ଓଡ଼ିଶା ନବୀନ ଓଡିଶା' ଯୋଜନା । ସେହିଭଳି 'ମୋ ସରକାର' ନାଁରେ ଯେଉଁ ଭେଳିକି ଚାଲିଛି, ଏଥିରେ ମୋ ସରକାରର ସାରଥୀଙ୍କ ସୁରକ୍ଷା ହେଉଛି । ଦୁର୍ନୀତିଖୋର ବ୍ୟବସାୟୀମାନେ ଲାଭ ପାଉଛନ୍ତି । ଜଗଦୀଶ ନାୟକ, ସୁଧାଂଶୁ ଶେଖର ପରିଡା, ପ୍ରଶାନ୍ତ ରାଉତ, ବିକାଶ ଭୂୟାଁ, ଚାର୍ଲ୍‌ସ୍‌ ନାୟର, ଅଜୟ ସେନାପତିଙ୍କ ଘରୁ ବିଡା ବିଡା ଟଙ୍କା ବାହାରିଲା ।" 'ମୋ ସରକାର' କାର୍ଯ୍ୟକାରିତାର ଏହା ପ୍ରତିଫଳନ ବୋଲି ଅଭିଯୋଗ କରିଛନ୍ତି ସମୀର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.