ETV Bharat / state

ଟିକେଟ କଟିଯିବା ଭୟରେ କେହି ମୁହଁ ଖୋଲୁନାହାନ୍ତି: ପ୍ରଦୀପ ପୁରୋହିତ

ବିଜେଡିରେ 5T ସଚିବଙ୍କୁ ନେଇ ଅନେକ ନେତା ଓ ମନ୍ତ୍ରୀ ଅସନ୍ତୋଷ ରହିଥିବା କହିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ । ହେଲେ ଟିକେଟ କଟିଯିବା ଭୟରେ 5T ସଚିବଙ୍କ ବିରୋଧରେ କେହି ମୁହଁ ଖୋଲୁନାହାନ୍ତି ବୋଲି ସେ କହିଛନ୍ତି । ଅଧିକ ପଢ଼ନ୍ତୁ

author img

By

Published : Jul 10, 2023, 8:13 PM IST

5T ସଚିବଙ୍କୁ ନେଇ ବିଜେଡିରେ ରହିଛି ଅସନ୍ତୋଷ
5T ସଚିବଙ୍କୁ ନେଇ ବିଜେଡିରେ ରହିଛି ଅସନ୍ତୋଷ
5T ସଚିବଙ୍କୁ ନେଇ ବିଜେଡିରେ ରହିଛି ଅସନ୍ତୋଷ

ଭୁବନେଶ୍ବର: 5T ସଚିବ ଭିକେ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ଓ ସରକାରୀ ଯୋଜନାରେ ଆର୍ଥିକ ଅନୁଦାନ ଘୋଷଣାକୁ ନେଇ ରାଜ୍ୟ ରାଜନୀତିରେ ଭରି ରହିଛି ଉଷ୍ମତା । ବାରମ୍ବାର ଏହି ପ୍ରସଙ୍ଗରେ ବିରୋଧୀ ଓ ଶାସକ ମୁହାଁମୁହିଁ ହେଉଥିବା ବେଳେ ଆଜି ପୁଣିଥରେ ଏହାକୁ ସମାଲୋଚନା କରିଛି ବିଜେପି । 5T ସଚିବଙ୍କ ପ୍ରତି ବିଜେଡିର ଅନେକ ନେତା ମନ୍ତ୍ରୀଙ୍କ ମନରେ ଆକ୍ରୋଶ ରହିଥିଲେ ମଧ୍ୟ ଟିକେଟ କଟିଯିବା ଭୟରେ ସମସ୍ତେ ଚୁପ ରହିଛନ୍ତି ବୋଲି କହିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ ।

ପ୍ରଦୀପ କହିଛନ୍ତି, "ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ନିର୍ବାଚିତ କଲେ ଏଠି କିନ୍ତୁ କାମ କରୁଛନ୍ତି 5T ସଚିବ । ବିଜେଡି ଭିତରେ ଅନେକ ନେତା ମନ୍ତ୍ରୀ ଅଛନ୍ତି, ଯେଉଁମାନେ ପାଣ୍ଡିଆନଙ୍କ ଏପରି କାମକୁ ପସନ୍ଦ କରୁନାହାନ୍ତି । କିନ୍ତୁ କିଛି କହିପାରୁନାହାନ୍ତି । କାରଣ ୨୦୨୪ ନିର୍ବାଚନ ପାଇଁ ଟିକେଟ ଅଛି ପାଣ୍ଡିଆନଙ୍କ ହାତରେ । ଟିକିଏ ଏପଟ ସେପଟ ହେଲେ ଟିକେଟ କଟିଯିବାର ଭୟ ରହୁଛି । ସେଥିପାଇଁ ମନରେ ଆକ୍ରୋଶ ଥିଲେ ବି ବିଜେଡି ନେତା, ମନ୍ତ୍ରୀ, ବିଧାୟକ ଚୁପ ରହୁଛନ୍ତି । କିନ୍ତୁ ଦଳ ଭିତରେ ବିଦ୍ରୋହ ରହିଛି । ଯାହା ୨୦୨୪ ନିର୍ବାଚନ ସମୟରେ ପରିପ୍ରକାଶ ହେବ । ୨୦୨୪ରେ ଯଦି ବିଜେଡି ସରକାର କରିବ, ତେବେ ଦେଖିବେ ନବୀନଙ୍କ ବଦଳରେ ଆଉ କିଏ ମୁଖ୍ୟମନ୍ତ୍ରୀ ଭାବେ ବସିବେ । ୬ ମାସ ଆଗରୁ ପ୍ଲଟ ତିଆରି ହୋଇଛି । ଏବେ ପାଣ୍ଡିଆନ ସମସ୍ତ ସ୍ଥାନକୁ ଯାଉଛନ୍ତି । ଲୋକଙ୍କ ସହ ମିଶୁଛନ୍ତି । ସମସ୍ୟା ବୁଝୁଛନ୍ତି । କିନ୍ତୁ ଏହା ସମ୍ବିଧାନର ଅଣଦେଖା । ପାଣ୍ଡିଆନଙ୍କ ଗସ୍ତ ସମୟରେ ନେତା, ମନ୍ତ୍ରୀ ଓ ବିଧାୟକମାନଙ୍କୁ ଯେଉଁ ସବୁ କାମ କରିବାକୁ ପଡୁଛି, ସେଥିରେ ସମାନେ ସନ୍ତୋଷ ପ୍ରକାଶ କରୁନାହାନ୍ତି । କିନ୍ତୁ କହିବେ ତ କାହାକୁ କହିବେ ?"

ଏହା ମଧ୍ୟ ପଢ଼ନ୍ତୁ...ପଞ୍ଚାୟତ ନିର୍ବାଚନରେ ୱାର୍ଡମେମ୍ବର କିମ୍ବା ସରପଞ୍ଚ ଜିତିକି ଆସନ୍ତୁ 5T ସଚିବ: ବିଜେପି

ପ୍ରଦୀପ ଆହୁରି କହିଛନ୍ତି, "ପାଣ୍ଡିଆନଙ୍କ ହାତରେ ରହୁଛି ବିଜେଡି ଟିକେଟ । ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ହୋଇରହିଛି । ଯଦି କିଏ ପାଟି ଖୋଲିବ, ତେବେ ତାର ଟିକେଟ କଟିଯିବାର ଆଶଙ୍କା ରହିଛି । ତେଣୁ ଭୟରେ ସମସ୍ତେ ଛାନିଆ ଅଛନ୍ତି । କେହି ମୁହଁ ଖୋଲିବାକୁ ସାହସ କରୁନାହାନ୍ତି । ପାଟି ଖୋଲିଲେ ୨୦୨୪ ନିର୍ବାଚନରେ ଲଢିବାର ସୁଯୋଗ ମିଳିବ ନାହିଁ । ବାସ୍ତବ କଥା ହେଉଛି ଲୋକେ ବିଜେଡି ଏବଂ ଶଙ୍ଖ ଚିହ୍ନକୁ ଭୋଟ ଦେଇଥିଲେ । ଏବେ କିନ୍ତୁ ରାଜ୍ୟ ରାଜନୀତିରେ ପରିବର୍ତ୍ତନ ହୋଇଛି । ଲୋକେ ପଚାରୁଛନ୍ତି 5T ସଚିବ କିଏ ? ସେ ଜଣେ ସରକାରୀ ଅଧିକାରୀ, ଭୋଟ ପାଇଥିବା ପ୍ରତିନିଧି ନୁହେଁ । ଶାସନର ମୁଖ୍ୟ ହିସାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୁହେଁ, ଓଡିଶାରେ ଚେହେରା ହେଉଛି 5T ସଚିବଙ୍କର । ଖାସ ସେଥିପାଇଁ ବିରୋଧ କରୁଛି ବିଜେପି । ବିଜୁ ଜନତା ଦଳ ଏବେ ବିଜେଡି ହାତରେ ନାହିଁ, 5T ସଚିବଙ୍କ ହାତକୁ ଚାଲିଗଲାଣି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଚାପରେ ଅଛନ୍ତି । କାରଣ 5T ସଚିବଙ୍କୁ ନଧରିଲେ ସେ ଆଗକୁ ବଢିପାରୁନାହାନ୍ତି । ମୁଖ୍ୟମନ୍ତ୍ରୀ ଏବେ ଅସହାୟ ହୋଇପଡିଛନ୍ତି ।" ତେବେ ବିଜେଡିରେ ଥିବା ସ୍ବାଭିମାନୀ ନେତାମାନଙ୍କର ୨୦୨୪ ନିର୍ବାଚନ ପୂର୍ବରୁ ଦଳ ଭିତରେ ବଡ଼ ବିଦ୍ରୋହ ଦେଖିବାକୁ ମିଳିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ପ୍ରଦୀପ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.